Hindu Mythology- ଭଗବାନ ଶ୍ରୀକୃଷ୍ଣ କୁହନ୍ତି ପର ସ୍ତ୍ରୀ ସହ ସମ୍ବନ୍ଧ ବନାଉଥିବା ପୁରୁଷକୁ କେଉଁ ଦଣ୍ଡ ମିଳିଥାଏ ? ପୁରୁଷ ମାନେ ନିଶ୍ଚୟ ଜାଣି ରଖନ୍ତୁ

ପ୍ରେମ ଏକ ସୁନ୍ଦର ଅନୁଭୂତି ଯାହାର କିଛି ସୀମା ନାହିଁ । ପ୍ରେମ କେବେ ମଧ୍ୟ କେଉଁଠି ଓ କାହା ସହ ମଧ୍ୟ ହୋଇ ପାରେ । ପ୍ରେମ ବୟସ, ଜାତି ଓ ଧର୍ମ କିଛି ଦେଖେ ନାହିଁ । କିନ୍ତୁ ପ୍ରେମରେ ମଧ୍ୟ ଏକ ବୁଝାମଣା, ସଂସ୍କାର, ନିଷ୍ଠା ଓ ବିଶ୍ୱସନୀୟତା ହେବା ମଧ୍ୟ ଜରୁରୀ ଅଟେ । ନଚେତ୍ ସମ୍ପର୍କ ମୁହୂର୍ତ୍ତରେ ଭାଙ୍ଗି ଯାଏ । ଠିକ୍ ସେହିପରି ପତି ପତ୍ନୀ ଙ୍କ ସମ୍ପର୍କ ହୋଇଥାଏ । କେବେ କେବେ ସାମାନ୍ୟ ଭୁଲ୍ ବୁଝାମଣାରେ ସମ୍ପର୍କ ଭାଙ୍ଗି ଯାଇଥାଏ ।

ପତି ପତ୍ନୀ ଙ୍କ ସମ୍ପର୍କରେ ଧୋକା, ବେଇମାନି ଓ ସନ୍ଦେହ ବିଷ ସଦୃଶ ଅଟେ । ଘରେ ପତ୍ନୀ ଯେତେ ଯତ୍ନ ଓ ପ୍ରେମ କଲେ ମଧ୍ୟ କିଛି ପୁରୁଷଙ୍କ ନଜର ବାହାର ସ୍ତ୍ରୀ ଉପରେ ରହିଥାଏ । କିନ୍ତୁ ଗୋଟେ ସୁଖି ପରିବାର ପାଇଁ ଏହା ସବୁଠୁ ବଡ଼ ଅଭିଶାପ ଅଟେ ।

ଏହିପରି ବ୍ୟକ୍ତି କେବେ ମଧ୍ୟ ଖୁସି ଓ ସନ୍ତୁଷ୍ଟ ରହି ପାରନ୍ତି ନାହିଁ କି ନିଜ ପରିବାରକୁ ମଧ୍ୟ ଖୁସି ରହିବାକୁ ଦିଅନ୍ତି ନାହିଁ । ପ୍ରେମ ଓ ବାସନାରେ ଥିବା ଅନ୍ତରକୁ ସେମାନେ ବୁଝି ପାରନ୍ତି ନାହିଁ । ପ୍ରେମର ତୁଳନା ତ୍ୟାଗ ଓ ସମର୍ପଣ ସହ କରା ଯାଏ, କିନ୍ତୁ ବ୍ୟଭିଚାର ସହ ନୁହେଁ । ରାମାୟଣ ଓ ମହାଭାରତ ପରି ମହାନ୍ ପୁସ୍ତକରେ ମଧ୍ୟ ଏପରି କେତେ ପ୍ରସଙ୍ଗ ରହିଛି ଯେଉଁଠି ପୁରୁଷ ଦ୍ଵାରା ଅନ୍ୟ ସ୍ତ୍ରୀ ସହ ସମ୍ବନ୍ଧ ବନି ଥିବାର ଦେଖା ଦେଇଛି ଅଥବା ସମ୍ବନ୍ଧ ବନାଇବାକୁ ଚେଷ୍ଟା କରା ଯାଇଛି । ଆଉ ସେହି ସମ୍ବନ୍ଧରେ ଅନ୍ତ ସବୁବେଳେ ଖରାପ ହୋଇଛି ।

ନିଜର କଠିନ ତପସ୍ୟାରେ ଦେବରାଜ ଇନ୍ଦ୍ରଙ୍କ ସିଂହାସନ ବିଚଳିତ କରି ଦେଇଥିବା ବିଶ୍ଵାମିତ୍ର ଙ୍କ ଘୋର ତପସ୍ୟା ମଧ୍ୟ ଏକ ସ୍ତ୍ରୀ ଯୋଗୁଁ ମୁହୂର୍ତ୍ତରେ ଭ୍ରଷ୍ଟ ହୋଇ ଯାଇଥିଲା । ଏକ ସମୟରେ ଏକ ବଣରେ ୠଷି ବିଶ୍ଵାମିତ୍ର ତପସ୍ୟା କରିଥିଲେ । ସେ ତପସ୍ୟାରେ ଏତେ ମଗ୍ନ ଥିଲେ କି ତାଙ୍କୁ ଅନ୍ୟ କୌଣସି କଥାର ହୋସ୍ ନ ଥିଲା । ତାଙ୍କ ତପସ୍ୟା ଭଙ୍ଗ କରିବାର ପ୍ରତ୍ୟେକ ପ୍ରୟାସ ବିଫଳ ହେଉଥିଲା । ମୁନି ନାରଦ ଯେତେବେଳେ ଏହି ସନ୍ଦେଶ ଦେବରାଜ ଇନ୍ଦ୍ରଙ୍କୁ ଦେଲେ, ତାଙ୍କୁ ମଧ୍ୟ ନିଜ ସିଂହାସନ ହରାଇବାର ଭୟ ହୋଇଥିଲା ।

ଏହିପରି ପରିସ୍ଥିତିରେ ସେ ଏକ ସ୍ତ୍ରୀ ର ସାହାଯ୍ୟ ନେବାକୁ ଚିନ୍ତା କଲେ ଓ ବିଶ୍ଵାମିତ୍ରଙ୍କ ତପସ୍ୟା ଭଙ୍ଗ କରିବା ନିମନ୍ତେ ମେନକା ନାମକ ଅପସରାଙ୍କୁ ପଠାଇଲେ । ମେନକାଙ୍କ ସୁନ୍ଦରତା ଓ ବାସନାର ଆକର୍ଷଣର ଫସି ବିଶ୍ଵାମିତ୍ରଙ୍କ ଭଳି ତପସ୍ୱୀ ମଧ୍ୟ ଅନେକ ବର୍ଷରୁ କରିଥିବା ତପସ୍ୟା ଭାଙ୍ଗି ଦେଇଥିଲେ । ସେ ମେନକାଙ୍କ ପ୍ରେମରେ ସନ୍ନ୍ୟାସୀ ଜୀବନ ତ୍ୟାଗ କରି ତାଙ୍କୁ ବିବାହ କରି ଗୃହସ୍ଥି ଜୀବନ କାଟିବାକୁ ଲାଗିଲେ । କିନ୍ତୁ କିଛି ଦିନ ପରେ ବିଶ୍ଵାମିତ୍ରଙ୍କୁ ଛାଡ଼ି ମେନକାଙ୍କୁ ଇନ୍ଦ୍ରଲୋକ ଫେରିବାକୁ ପଡ଼ିଲା । ବିଶ୍ଵାମିତ୍ର ଏହି ବିଷୟରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ।

କାହାଣୀର ତାପ୍ତର୍ଯ୍ୟ ଏହା କି ଯେତେବେଳେ ବିଶ୍ଵାମିତ୍ରଙ୍କ ପରି ମହାନ୍ ୠଷିଙ୍କ ତପସ୍ୟା ଯଦି ଏକ ସ୍ତ୍ରୀ ଭାଙ୍ଗି ଦେଇ ପାରେ ତେବେ ସାଧାରଣ ମନୁଷ୍ୟ କିଛି ନୁହେଁ । କାରଣ ଏହିପରି ଅବସରରେ ପୁରୁଷ ଦୁର୍ବଳ ହୋଇଯାନ୍ତି । ପୁରାଣରେ ଏପରି ଅନେକ କାହାଣୀ ରହିଛି ଯେଉଁଠି ପୁରୁଷ ଅନ୍ୟ ସ୍ତ୍ରୀ କୁ ଖରାପ ନଜରରେ ଦେଖିଛି ତାକୁ ଅଭିଶାପ ହିଁ ମିଳିଛି । କିନ୍ତୁ ଏପରି ମଧ୍ୟ ନୁହେଁ କି ସବୁ ପୁରୁଷ ଏହିପରି ଦୁର୍ବଳ ହୋଇଥାନ୍ତି । ଯଦି ନିଜ ଉପରେ ସଞ୍ଜମ ରକ୍ଷା କରିବେ ତେବେ କେଉଁ ସ୍ତ୍ରୀ ମଧ୍ୟ ଆପଣଙ୍କୁ ନିଜ ବଶରେ କରି ପାରିବ ନାହିଁ ।

ଅନେକଥର ଦେଖାଯାଏ ଗୋଟିଏ ପରିବାରରେ ରହିବା ପରେ ମଧ୍ୟ କିଛି ପୁରୁଷ ସମ୍ପର୍କକୁ ଭୁଲି ନିଜ ପରିବାରର ମହିଳାଙ୍କ ଉପରେ କୁଦୃଷ୍ଟି ରଖିଥାନ୍ତି । ଯାହାର ପରିଣାମ ସବୁବେଳେ ଖରାପ ହିଁ ହୋଇଥାଏ । ଯେପରି ଝିଅ ବୋହୂଙ୍କୁ ପରିବାରର ଇଜ୍ଜତ ବୋଲି କୁହାଯାଏ, ସେହିପରି ପୁଅ ମାନେ ମଧ୍ୟ ସେହି ଇଜ୍ଜତ ର ମାନ ରଖିବା ଶିଖିବା ଉଚିତ୍ । ପୁରୁଷ ମାନେ ସର୍ବଦା ସମ୍ପର୍କର ସୀମା ଗୁଡ଼ିକର ଧ୍ୟାନ ରଖିବା ଉଚିତ୍ ।

ଅନ୍ୟଥା ଭଗବାନ୍ ଶ୍ରୀକୃଷ୍ଣ ଙ୍କ ଅନୁସାରେ ଅନ୍ୟ ସ୍ତ୍ରୀ ଉପରେ ନଜର ରଖୁଥିବା ପୁରୁଷ ନୀଚ ପଶୁ ଯୋନିରେ ଜନ୍ମ ନେଇଥାଏ । ନିଜ ଗୁରୁଙ୍କ ପତ୍ନୀ ସହ ସମ୍ବନ୍ଧ ରଖୁଥିବା ପୁରୁଷ ଏଣ୍ଡୁଅ ଯୋନିରେ ଜନ୍ମ ପାଇଥାଏ ଓ ଯେଉଁ ସ୍ତ୍ରୀ ପର ପୁରୁଷ ସହ ସମ୍ବନ୍ଧ ରଖେ ସେ ଆଗାମୀ ୭ ଜନ୍ମ ପର୍ଯ୍ୟନ୍ତ ସ୍ତ୍ରୀ ରୂପେ ଜନ୍ମ ହୋଇ ବାରମ୍ୱାର ବିଧବା ହୋଇଥାଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।