ଭାରତ-ପାକିସ୍ତାନ ମ୍ଯାଚ ପରେ କାହିଁକି କାନ୍ଦିଥିଲେ ଅଲରାଉଣ୍ଡର Hardik Pandya ? ଆପଣ ବି ଭାବବିହ୍ଵଳ ହୋଇଯିବେ…

ଗତ ରବିବାରର ଭାରତ-ପାକିସ୍ତାନ ମ୍ଯାଚ ସମସ୍ତଙ୍କ ଆଖିରେ ଲୁହ ନେଇ ଆସିଥିଲା । ଏହି ମ୍ଯାଚ ପରେ ଖେଳାଳିଙ୍କ ଠାରୁ ନେଇ ଫ୍ୟାନ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ଖୁସିରେ ଝୁମିବା ସହ ଭାବବିହ୍ଵଳ ହୋଇ ପଡିଥିଲେ । ମ୍ଯାଚ ଶେଷରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାସହ ବିରାଟ କୋହଲି ନିଜେ ମଧ୍ୟ ଭାବବିହ୍ଵଳ ହୋଇ ପଡିଥିଲେ । କାରଣ ଭାରତ ପାକିସ୍ତାନ ମ୍ଯାଚକୁ ଦୁଇ ଦେଶ ଅତ୍ୟନ୍ତ ଗୁରୁତର ସହ ନେଇଥାନ୍ତି ।

ଏହି ମ୍ଯାଚରେ ବିଜୟ ଦେଶର ସମ୍ମାନ ସହ ଜଡିତ ଥାଏ । ପାକିସ୍ତାନ ବିପକ୍ଷ ମ୍ଯାଚରେ ବିରାଟ କୋହଲିଙ୍କ ସମେତ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ପ୍ରଥମେ ବୋଲିଂରେ ୩ଟି ୱିକେଟ ନେବା ସହ ବ୍ୟାଟିଂରେ ୪୦ ରନ୍ ର ନିର୍ଣ୍ଣାୟକ ଯୋଗଦାନ କରିଥିଲେ ପାଣ୍ଡ୍ୟା । ପଞ୍ଚମ ୱିକେଟ ପାଇଁ ହାର୍ଦ୍ଦିକ ଏବଂ କୋହଲିଙ୍କ ମଧ୍ୟରେ ୧୧୩ ରନ୍ ର ଭାଗୀଦାରୀ ହୋଇଥିଲା ।

ଆଉ ମ୍ଯାଚ ଜିତିବା ପରେ ହାର୍ଦ୍ଦିକ ଖୁବ୍ ଭାବବିହ୍ଵଳ ହେବାସହ ଲାଇଭ ଇଣ୍ଟରଭ୍ୟୁରେ ନିଜ ଦିବଙ୍ଗତ ପିତାଙ୍କୁ ମନେପକାଇ ହାର୍ଦ୍ଦିକ ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ତାଙ୍କ ଆଖିରୁ ଧାର ଧାର ଲୁହ ଝରି ଆସିଥିଲା । ଭାବବିହ୍ଵଳ ହୋଇ ହାର୍ଦ୍ଦିକ କହିଥିଲେ, “ଆଜି ମୁଁ ଯାହାକିଛି ବି ହୋଇପଡ଼ିଛି ତାହା କେବଳ ମୋ ପିତାଙ୍କ ପାଇଁ । ବାପା ମୋ ପାଇଁ ବହୁତ ତ୍ୟାଗ କରିଛନ୍ତି । ସେ ଆଜି ଥିଲେ ବହୁତ ଖୁସି ହୋଇଥାନ୍ତେ ।

ଆମ ଦୁଇ ଭାଇଙ୍କ ପାଇଁ ସେ ନିଜ ସହର ବି ଛାଡି ଦେଇଥିଲେ । ମୁଁ ମୋ ବାପାଙ୍କ ପାଖରେ ସବୁବେଳ ପାଇଁ ଋଣୀ ହୋଇ ରହିବି ।” ଗତବର୍ଷ ଜାନୁୟାରୀ ମାସରେ ହାର୍ଦ୍ଦିକଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କ ଦେହାନ୍ତ ହୋଇଥିଲା । ଅନ୍ୟପଟେ ବିରାଟ କୋହଲିଙ୍କୁ ମଧ୍ୟ ମ୍ଯାଚ ଶେଷରେ ଭାବବିହ୍ଵଳ ହେବାର ଦେଖିବାକୁ ମିଳିଥିଲା । ଦୀର୍ଘ ଦୁଇ ବର୍ଷ ହେବ ଖରାପ ଫର୍ମ ଦେଇ ଗତି କରୁଥିଲେ ବିରାଟ ।

ଯେଉଁଥି ପାଇଁ ସେ ଅନେକ ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି । ଏଭଳି ପରିସ୍ଥିତିରେ ସେ ଏକାକୀ ସଂଘର୍ଷ କରି ଭାରତକୁ ବଡ ବିଜୟ ଭେଟି ଦେଇଛନ୍ତି ଓ ସମାଲୋଚକଙ୍କ ମୁହଁ ଚୁପ୍ କରି ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।