ଲ୍ୟାଣ୍ଡଫଲ୍ କଲା ବାତ୍ୟା “Sitrang”, ବାଂଲାଦେଶ ଦେଖିଲା ସାମୁଦ୍ରିକ ଝଡର କରାଳ ରୂପ, ଦେଖନ୍ତୁ କେତେ ଭୟଙ୍କର ଥିଲା ଏହି ବାତ୍ୟା !

ଲ୍ୟାଣ୍ଡଫଲ୍ କରିଲା ସାମୁଦ୍ରିକ ଝଡ ‘ସିତ୍ରାଙ୍ଗ’ । ଗତକାଲି ବାଂଲାଦେଶର ବରିସାଲ ନିକଟରେ ବାତ୍ୟା ସିତ୍ରାଙ୍ଗ ସ୍ଥଳଭାଗ ଅତିକ୍ରମ କରିଛି । ରାତି ପ୍ରାୟ ସାଢେ ୯ଟାରୁ ସାଢେ ୧୧ଟା ମଧ୍ୟରେ ବାଂଲାଏଶ ଉପକୂଳବର୍ତ୍ତୀ ଅଞ୍ଚଳ ବରିସାଲ ନିକଟସ୍ଥ ତିନିକୋଣା ଏବଂ ସାନଦ୍ଵୀପ ମଧ୍ୟରେ ବାତ୍ୟା ସିତ୍ରାଙ୍ଗ ଲ୍ୟାଣ୍ଡଫଲ କରିଛି । ଏହାପରେ କ୍ରମଶଃ ଡ଼ୃବଳ ହୋଇ ଗଭୀର ଅବପାତର ପରିଣତ ହୋଇ ଏହି ସାମୁଦ୍ରିକ ଝଡ । ଯାହାକି ଆସନ୍ତା ତିନି ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଡିପ୍ରେସନ ବା ଅବପାତରେ ପରିଣତ ହେବ ।

ଏହାପରେ ୬ ଘଣ୍ଟା ଅତିକ୍ରମ କରିବା ବେଳକୁ ସାମୁଦ୍ରିକ ଝଡ ଆହୁରି ଦୁର୍ବଳ ହୋଇ ୱେଲମାର୍କ ଲୋ-ପ୍ରେସରରେ ପରିଣତ ହେବ । ସାମୁଦ୍ରିକ ଝଡଟି ବର୍ତ୍ତମାନ ବାଂଲାଦେଶର ଢାକା ଠାରୁ ୯୦ କିମି ଉତ୍ତର- ପୂର୍ବ ଓ ଅଗରତାଲା ଠାରୁ ୬୦ କିମି ଉତ୍ତର ଏବଂ ଉତ୍ତର- ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି । ଗଭୀର ଅବପାତ ଏବଂ ବାତ୍ୟା ପ୍ରଭାବରେ ବଙ୍ଗୋପସାଗରର ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ପ୍ରଚୁର ବର୍ଷା ସହ ପବନ ମଧ୍ୟ ଦେଖିବାକୁ ମିଳିଥିଲା ।

ପଶ୍ଚିମ କେନ୍ଦ୍ରୀୟ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୧୦୦ କିମି ରହିଥିଲା । ସାମୁଦ୍ରିକ ଝଡ ସିତ୍ରାଙ୍ଗ ବାଂଲାଦେଶର ୬ଟି ଜିଲ୍ଲାରେ ପ୍ରଭାବ ଦେଖାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଘଣ୍ଟାପ୍ରତି ପ୍ରାୟ ୮୮ କିମି ବେଗରେ ବୋହିଥିଲା ପବନ ଏବଂ ସମୁଦ୍ରରେ ପ୍ରାୟ ୫ରୁ ୮ ଫୁଟ୍ ଜୁଆର ମଧ୍ୟ ଉଠିଥିଲା । ଯାହାଫଳରେ ବାଂଲାଦେଶର ଏହି ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଦେଖିବାକୁ ମିଳିଛି ।

ଅନେକ ସ୍ଥାନରେ ଗଛ ଉପୁଡି ରାସ୍ତା କ୍ଷତିଗ୍ରସ୍ତ ହେବାସହ ବିଦ୍ୟୁତ ସରବରାହ ମଧ୍ୟ ବାଧାପ୍ରାପ୍ତ ରହିଛି । ବାତ୍ୟାରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି । ଏହାସହ ବାତ୍ୟା ସିତ୍ରାଙ୍ଗ ବହୁ ଘର ଭାଙ୍ଗିଥିବା ବେଳେ ବ୍ୟାପକ ଫସଲ ମଧ୍ୟ କ୍ଷୟକ୍ଷତି ଘଟାଇଛି । ଗତ କିଛିଦିନ ଧରି ବାତ୍ୟା ସିତ୍ରାଙ୍ଗକୁ ଆଶଙ୍କା ଲାଗି ରହିଥିବା ବେଳେ ଏହା ଲ୍ୟାଣ୍ଡଫଲ କରିଛି ।

କିନ୍ତୁ ଏହାସହ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ରେ ବାତ୍ୟାର ପ୍ରଭାବ ପଡିବା ଆଶଙ୍କା କରା ଯାଉଥିବା ବେଳେ, ଓଡିଶାରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।