ରସୁଣ ଏବଂ ପିଆଜ ବିନା ତରକାରୀ ସ୍ଵାଦିଷ୍ଟ ଲାଗେ ନାହିଁ । ଏହା ସହିତ ଏହାର ସେବନ କରିବା ଦ୍ଵାରା ବିଭିନ୍ନ ପ୍ରକାରର ରୋଗ ବି ଦୂର ହୋଇଥାଏ । କିନ୍ତୁ ଆପଣମାନେ ଦେଖିଥିବେ କି ଭଗବାନଙ୍କର ଭୋଗରେ ଭୁଲରେ ବି ରସୁଣ ଏବଂ ପିଆଜ ବ୍ୟବହାର କରାଯାଏ ନାହିଁ । ଆଜି ଆମେ ଆପଣଙ୍କୁ ଏହା ପଛରେ ଥିବା ପୌରାଣିକ କଥା ବିଷୟରେ ଅବଗତ କରାଇବୁ ।
ଦେବତା ଏବଂ ଅସୁରମାନେ ଆରମ୍ଭ କରିଥିଲେ ଅମୃତ ମନ୍ଥନ
ଆପଣ ସମସ୍ତେ ସମୁଦ୍ର ମନ୍ଥନ ବିଷୟରେ ଜାଣିଥିବେ । ଏହି ସମୁଦ୍ର ମନ୍ଥନରେ ବିଭିନ୍ନ ପଦାର୍ଥ ବାହାରିଥିଲା, ଯାହାକୁ ଦେବତା ଏବଂ ଅସୁରମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା । ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ବିଷକୁ ନିଜେ ଭଗବାନ ଶିବ ପିଇଥିଲେ ତାହା ତାଙ୍କ କଣ୍ଠରେ ଅଟକିଯାଇଥିଲା । ଏହା ପରେ ଅମୃତ ବାହାରିଥିଲା ଏବଂ ଅସୁର ଓ ଦେବତାଙ୍କ ମଧ୍ୟରେ ଏହାକୁ ନେଇ ସମସ୍ୟା ଉପୁଜିଲା ।
ରାକ୍ଷସମାନେ ଯେମିତି ଅମୃତ ପାନ ନ କରିବେ ସେଥିପାଇଁ ଭଗବାନ ବିଷ୍ଣୁ ମୋହିନୀ ରୂପ ଧାରଣ କରିଥିଲେ । ରାକ୍ଷସମାନେ ମୋହିନୀଙ୍କୁ ଦେଖି ଭ୍ରମିତ ହୋଇଗଲେ । ଏହା ପରେ ଭଗବାନ ବିଷ୍ଣୁ ଅମୃତ ବାଣ୍ଟିବା ଆରମ୍ଭ କରିଦେଲେ । କିନ୍ତୁ ରାହୁ ଓ କେତୁ ନାମକ ରାକ୍ଷସ ଅପେକ୍ଷା କରି ପାରିଲା ନାହିଁ ଏବଂ ଛଳନା କରି ଦେବତାଙ୍କ ମଝିରେ ଯାଇ ବସିଲା ।
ବିଷ୍ଣୁ ରାକ୍ଷସଙ୍କୁ ଦେବତା ଭାବି ତାକୁ ବି ଅମୃତ ପ୍ରଦାନ କରିଲେ, କିନ୍ତୁ ସେହି ସମୟରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ଏହି କଥାର ଆଭାସ ହୋଇଗଲା ଏବଂ ସେ ବିଷ୍ଣୁଙ୍କୁ ଏହାର ସୂଚନା ଦେଲେ । ଏହା ପରେ ଭଗବାନ ବିଷ୍ଣୁ ରାଗି ଯାଇ ଦୁଇ ଜଣକଙ୍କର ମୁଣ୍ଡ କାଟି ଦେଲେ । ସେଥିପାଇଁ ରାହୁ ଓ କେତୁ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଉପରେ ଗ୍ରହଣ ଲଗାନ୍ତି ।
ଏହି କାରଣରୁ ଭଗବାନଙ୍କୁ ଲାଗେ ନାହିଁ ଭୋଗ
ସେହି ରକ୍ଷସର ମୁଣ୍ଡ କଟିଗଲା କିନ୍ତୁ ତାର ସମ୍ପୂର୍ଣ ଭାବେ ମୁର୍ତ୍ୟୁ ହେଲା ନାହିଁ । କାରଣ ଅମୃତ ସେ ଗ୍ରହଣ କରି ସାରିଥିଲା, କିନ୍ତୁ ମୁଣ୍ଡ କଟି ଯିବା ଫଳରେ ଅମୃତ ତାର ଶରୀରରେ ପହଞ୍ଚି ପାରି ନଥିଲା । ଭଗବାନ ବିଷ୍ଣୁଙ୍କ ଦ୍ଵାରା ମୁଣ୍ଡ କଟିବା ପରେ ଅମୃତର ଯେଉଁ ରକ୍ତ ବୁନ୍ଦା ମାଟିରେ ଆସି ପଡିଲା ସେଥିରୁ ହିଁ ପିଆଜ ଏବଂ ରସୁଣର ଉତ୍ପତ୍ତି ହୋଇଥିଲା । ଅମୃତ ଦ୍ଵାରା ଜନ୍ମିତ ହୋଇଥିବାରୁ ଏହା ଶରୀରର ପାଇଁ ଭଲ ଅଟେ । କିନ୍ତୁ ରାକ୍ଷସଙ୍କ ମୁଖରୁ ଏହା ଉତ୍ପନ୍ନ ହୋଇଥିବାରୁ ଏହା ଭଗବାନଙ୍କର ଭୋଗରେ ବ୍ୟବହାର କରାଯାଏ ନାହିଁ ।