ପତ୍ନୀ ସହ ଝଗଡା କରୁଥିବା ବ୍ୟକ୍ତି କେବେ ବି ରୁହନ୍ତି ନାହିଁ ଖୁସିରେ, ଅଟକିଯାଏ ଆର୍ଥିକ ପ୍ରଗତି

ବ୍ୟକ୍ତିର ଜନ୍ମ ସହିତ ହିଁ ତା’ ଉପରେ ସବୁ ଗ୍ରହ – ନକ୍ଷତ୍ରର ପ୍ରଭାବ ପଡିବା ଆରମ୍ଭ ହୋଇଯାଏ । ତା’ ଉପରେ କିଛି ଭଲ ପ୍ରଭାବ ପଡିଥାଏ ତ କିଛି ଖରାପ ପ୍ରଭାବ ମଧ୍ୟ ପଡିଥାଏ । କିନ୍ତୁ ଗ୍ରହ ନକ୍ଷତ୍ର ଅପେକ୍ଷା ମଣିଷର କର୍ମ ତା’ ଜୀବନ ଉପରେ ଅଧିକ ପ୍ରଭାବ ପକାଇଥାଏ । ଯଦି ବ୍ୟକ୍ତିର କର୍ମ ଭଲ ହୋଇଥାଏ ତେବେ ଗ୍ରହର ଶୁଭ – ଅଶୁଭ ପ୍ରଭାବ ବି ବଦଳି ଯାଏ ।

ସବୁ ବ୍ୟକ୍ତିଙ୍କର କିଛି ଭଲ ଏବଂ ଖରାପ ଅଭ୍ୟାସ ରହିଥାଏ । କିଛି ଲୋକମାନେ ନିଜର ଖରାପ ଅଭ୍ୟାସକୁ ସମୟ ସହିତ ବଦଳାଇ ଦିଅନ୍ତି, କିନ୍ତୁ କିଛି ଲୋକମାନେ ଚାହିଁ କରି ବି ବଦଳାଇ ପାରନ୍ତି ନାହିଁ । ଆପଣ ପ୍ରାୟତଃ କିଛି ଲୋକମାନଙ୍କୁ ନିଜର ପତ୍ନୀ ସହ ଝଗଡା କରୁଥିବାର ଦେଖିଥିବେ । ଏହିଭଳି ଲୋକମାନେ ଜୀବନରେ କେବେ ବି ଖୁସିରେ ରୁହନ୍ତି ନାହିଁ ।

ମହିଳାମାନେ ହୋଇଥାନ୍ତି ଘରର ଲକ୍ଷ୍ମୀ :

ଯଦି ଆପଣଙ୍କ ଭିତରେ ବି ଏହିଭଳି ଅଭ୍ୟାସ ଅଛି ତେବେ ସମୟ ଥାଇ ଏହାକୁ ବଦଳାଇ ଦିଅନ୍ତୁ ନ ହେଲେ ଜୀବନରେ ଧନୀ ହେବାର ଇଚ୍ଛା କେବେ ବି ପୁରା ହୋଇ ପାରିବ ନାହିଁ । ଭାରତରେ ମହିଳାମାନଙ୍କୁ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ । ଗୋଟିଏ ମହିଳା ଚାହିଁଲେ ଘରକୁ ସ୍ଵର୍ଗ କିମ୍ବା ନର୍କ କରିପାରେ । କୁହଯାଏ କି ଯେଉଁ ଘରେ ମହିଳାମାନଙ୍କର ସମ୍ମାନ ହୋଇନଥାଏ, ସେହି ଘରେ ସବୁବେଳେ ଦରିଦ୍ରତା ଲାଗି ରହିଥାଏ, ଏହାର ଓଲଟା ଯେଉଁ ଘରେ ମହିଳାଙ୍କୁ ସମ୍ମାନ ଦିଆଯାଇଥାଏ, ସେହି ଘରେ କେବେ ବି ଧନର ଅଭାବ ରହି ନଥାଏ ।

ଯେଉଁଠି ସୁଖ – ଶାନ୍ତି ରହିଥାଏ, ସେଠି କେବେ ବି ଧନର ଅଭାବ ରହେ ନାହିଁ  :

ଗୋଟିଏ ପରିବାରର ଖୁସି ଦୁଇ ଜଣଙ୍କ ଉପରେ ନିର୍ଭର ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁ ମହିଳାଙ୍କର ଜାତକରେ ଏବଂ ଶୁକ୍ର ପୁରୁଷଙ୍କର ଜାତକରେ ଥିବା ଦ୍ଵାରା ତାହା ସୁଖୀ ଦାମ୍ପତ୍ୟ ଜୀବନରେ କାରକ ହୋଇଥାଏ । ଶୁକ୍ର ରୋମାନ୍ସ ଏବଂ ସମ୍ମୋହକତାର ପ୍ରତୀକ ଅଟେ । ଏହା ଶାରୀରିକ ସୌନ୍ଦର୍ଜ୍ୟ, ବିବାହ, ବଂଶବୃଦ୍ଧି ଏବଂ ପ୍ରେମ ବଢାଇଥାଏ । ଯଦି କୌଣସି ପୁରୁଷର ଜାତକରେ ଶୁକ୍ର ଅଶୁଭ ଚାଲୁଛି ତେବେ ତାକୁ ଧନ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

ନିଜ ଜାତକରେ ଶୁକ୍ରକୁ ସଠିକ କରିବାର କିଛି ଉପାୟ :

·    ସବୁବେଳେ ନିଜର ଜୀବନସାଥିକୁ ସମ୍ମାନ କରିବା ଉଚିତ ।

·    ସବୁଦିନ ନିଜର ଜନନାଙ୍ଗ କୁ ଦହିରେ ଧୋଇବା ଉଚିତ ।

·    କଂସାର କୌଣସି ପାତ୍ରରେ ସାତ ପ୍ରକାରର ପନିପରିବାକୁ କୌଣସି ଧାର୍ମିକ ଜାଗାରେ ଦାନ କରିବା ଉଚିତ ।

·    ଭୁଲରେ ଦିନରେ କେବେ ବି ଶାରୀରିକ ସମ୍ବନ୍ଧ ରଖିବା ଉଚିତ ନୁହେଁ ।

·    ଯେଉଁଠି ବି ଶରୀର ଉପରେ ଅବାଂଛିତ ରୂପରେ ଚୁଟି ଉଠିଥିବ ସେହି ଜାଗାକୁ ସଫା କରିବା ଉଚିତ । ଏହି ସବୁ ଜାଗାରେ ଚୁଟି ରଖିବା ଅଶୁଭ ହୋଇଥାଏ ।