ପ୍ରାୟତଃ କାହିଁକି ମଗା ଯାଇଥାଏ କ୍ୟାନ୍ସେଲ୍ଡ ଚେକ, ଜାଣନ୍ତୁ କଣ ଅଟେ ଏହାର କାରଣ ଓ ଏହା ସହିତ ଜଡିତ ସମସ୍ତ ପ୍ରଶ୍ନ ଓ ଉତ୍ତର

ଆଜିକାଲି ଦେଖିବାକୁ ଗଲେ ଅନ୍ଲାଇନ ଟ୍ରାଂଜୈକ୍ଶନର ପ୍ରଚଳନ ବହୁତ ଅଧିକ ବଢିଯାଇଛି । କିନ୍ତୁ ତଥାପି ବହୁତ ଲୋକମାନେ ଚେକର ବ୍ୟବହାର କରୁଛନ୍ତି । କହିଦେଉଛୁ ଯେ ଇନଶୋରେନ୍ସ, ମିଉଚୁୟାଲ ଫଂଡ ଏବଂ ଅନ୍ୟ କାମ ପାଇଁ ପ୍ରାୟତଃ ଚେକର ବ୍ୟବହାର କରାଯାଇଥାଏ । ସବୁଠୁ ମହତ୍ଵପୂର୍ଣ କଥା ଏହା ଅଟେ କି ଏହି ସବୁ ଜାଗାରେ କ୍ୟାନ୍ସେଲ୍ଡ ଚେକର ବ୍ୟବହାର କାହିଁକି କରାଯାଏ । ଚାଲନ୍ତୁ ଆଜି ଆମେ ଆପଣମାନଙ୍କୁ ଏହି ବିଷୟରେ କହିଦେଉଛୁ ।

ଆପଣ ଜାଣିବା ନିମନ୍ତେ କହିଦେଉଛୁ ଯେ ବ୍ୟାଙ୍କ ଅନୁସାରେ ଚେକର ପ୍ରଯୋଗ କୌଣସି ବ୍ୟାଙ୍କରେ ନିଜର ଖାତା ହେବାର ପ୍ରମାଣିତ କରିବା ପାଇଁ ବ୍ୟବହାର କରାଯାଇଥାଏ । ଏଥିପାଇଁ ଚେକର ନେବା ଦେବା ସାମାନ୍ୟ ଭବାରେ କରଯାଇ ନ ଥାଏ , ଚେକକୁ ଏକ ଖାସ ଉପାୟରେ କ୍ୟାନ୍ସେଲ୍ଡ ଚେକ ରୂପରେ ବ୍ୟବହାର କରାଯାଇଥାଏ ।

ଏହି କଥାର ଧ୍ୟାନ ରଖିବେ କି କ୍ୟାନ୍ସେଲ୍ଡ ଚେକ ଜରିଆରେ ଆପଣଙ୍କର ଆକାଉଣ୍ଟରୁ କେହି ଟଙ୍କା ବାହାର କରି ପାରିବେ ନାହିଁ କିନ୍ତୁ ଯଦି ଆପଣ କ୍ୟାନ୍ସେଲ୍ଡ ଚେକରେ ସାଇନ କରି ଦେଉଛନ୍ତି ତେବ ଏହାର ଦୁରୂପଯୋଗ କରାଯାଇପାରେ । କ୍ୟାନ୍ସେଲ୍ଡ ଚେକ ଦେବାର ଅର୍ଥ ଏହା ଅଟେ କି ଆପଣ ଯେଉଁ ବ୍ୟାଙ୍କର ଚେକ ଦେଇଛନ୍ତି, ସେଥିରେ ଆପଣଙ୍କର ଖାତା ଅଛି । ଏହା ଉପରେ ଖାତାଧାରକର ନାମ, ବ୍ରାଞ୍ଚ ର ନାମ ଏବଂ ଠିକଣା ଖାତା ସଂଖ୍ୟା ଏବଂ ଏମଆଈସୀଆରର ନମ୍ବର ହୋଇଥାଏ । ଏହା ବ୍ୟାଙ୍କରେ ଆପଣଙ୍କର ଖାତା ଉପସ୍ଥିତିକୁ ସୁନିଶ୍ଚିତ କରିଥାଏ ।

ଏହା ପରେ ପ୍ରଶ୍ନ ଆସୁଛି କି କେଉଁ ପ୍ରକାରରେ ଚେକକୁ କ୍ୟାନ୍ସେଲ୍ଡ ଚେକ କୁହାଯାଏ । ଏଥିପାଇଁ ଆପଣଙ୍କୁ କହିଦେଉଛୁ ଯେ କୌଣସି ବି ଚେକକୁ ସେହି ସମୟରେ କ୍ୟାନ୍ସେଲ୍ଡ ଚେକ କୁହାଯାଏ ଯେତେବେଳେ ଚେକ ଉପରେ ଦୁଇଟି ସମାନ ଭାବରେ ରେଖା ଟଣା ହୋଇଥାଏ । ଏବଂ ଏହା ମଝିରେ କ୍ୟାନ୍ସେଲ୍ଡ ଲେଖା ହୋଇଥାଏ । କ୍ୟାନ୍ସେଲ୍ଡ ଚେକ ଲୋନ, କାର ଲୋନ, ପର୍ସନଲ ଲୋନ ଇତ୍ୟାଦି ନେବା ସମୟରେ ବ୍ୟାଙ୍କ ଆପଣଙ୍କ ଠାରୁ ଏକ କ୍ୟାନ୍ସେଲ୍ଡ ଚେକ ନେଇ ଥାଏ ।

ଏହା ସହିତ ଇନଶୋରେନ୍ସ ପଲିସୀ କିଣିବା ସମୟରେ ବି ଇନଶୋରେନ୍ସ କମ୍ପାନୀ ଆପଣଙ୍କ ଠାରୁ କ୍ୟାନ୍ସେଲ୍ଡ ଚେକ ମାଗିଥାଏ । ଯେତେବେଳେ ଆପଣ ଅଫ୍ଲାଇନ ଉପାୟରେ ପିଏକର ଟଙ୍କା ବାହାର କରିଥାନ୍ତି ତେବେ ସେହି ସମୟରେ ବି କ୍ୟାନ୍ସେଲ୍ଡ ଚେକ ମଗା ଯାଇଥାଏ । ଏହା ଜରିଆରେ ଏହା ପ୍ରମାଣିତ କରାଯାଏ କି ଫର୍ମରେ ଲେଖା ହୋଇଥିବା ବ୍ୟାଙ୍କ ଆକାଉଣ୍ଟ ଆପଣଙ୍କର ହିଁ ଅଟେ ।