କାହାର ଉଦୟ ନାହିଁ କି ଅସ୍ତ ନାହିଁ ? ଏମିତି ଆହୁରି 12 GK Questions & Answers

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ସାଧାରଣ ଜ୍ଞାନ ପଢିବା ଦ୍ଵାରା ଆମେ ଦେଶ ଓ ବିଦେଶ ର ଅନେକ କିଛି ରୋଚକ କଥା ଜାଣିପାରୁ । ଜୀବନରେ ସାଧାରଣ ଜ୍ଞାନର ମହତ୍ତ୍ୱ ବହୁତ ଅଟେ । କିଛି ଲୋକଙ୍କୁ ସାଧାରଣ ଜ୍ଞାନ ପଢିବା ପାଇଁ ଭଲ ଲାଗିଥାଏ ଓ ଆଉ କେତେକ ଲୋକଙ୍କୁ ସାଧାରଣ ଜ୍ଞାନ ପଢିବା ପାଇଁ ବିଲକୁଲ ବି ଭଲ ଲାଗି ନ ଥାଏ । କିନ୍ତୁ ଆମେ ଜଣାଇ ଦେଉଛୁ କି ସାଧାରଣ ଜ୍ଞାନ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହାକୁ ପଢିବା ଦ୍ଵାରା ଆମେ ଦେଶ ବିଦେଶରେ ଘଟୁଥିବା ଅନେକ ଘଟଣା ସମ୍ପର୍କରେ ଜାଣି ପାରି ଥାଉ ।

ସାଧାରଣ ଜ୍ଞାନ ବିଦ୍ୟାଳୟ, ମହାବିଦ୍ୟାଳୟ ରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ପଢ଼ାଯାଇଥାଏ । କାରଣ ସାଧାରଣ ଜ୍ଞାନ ରୁ ଅନେକ ପ୍ରଶ୍ନ ଭବିଷ୍ୟତରେ କାର୍ଯ୍ୟ ରେ ଲାଗିଥାଏ । ସରକାରୀ ହେଉ କିମ୍ବା ଘରୋଇ ସମସ୍ତ କର୍ମ କ୍ଷେତ୍ରରେ ଚାକିରୀ ପାଇବା ପାଇଁ ହେଲେ ସାଧାରଣ ଜ୍ଞାନ ଜାଣିବା ନିହାତି ଆବଶ୍ୟକ ହୋଇଥାଏ ।

କର୍ମ କ୍ଷେତ୍ରରେ ଚାକିରୀ ପାଇବା ପାଇଁ ଯେଉଁ ଇଣ୍ଟରଭ୍ୟୁ ସବୁ ହୋଇଥାଏ ସେଥିରେ ସାଧାରଣ ଜ୍ଞାନ ହିଁ ବେଶି ପଚରା ଯାଇଥାଏ । ଏପରିକି ଭାରତର ସବୁଠୁ ବଡ଼ ପଦବୀ ଆଇ.ଏ.ଏସ ଏବଂ ଆଇ.ପି.ଏସ ପରୀକ୍ଷା ରେ ଏବଂ ଇଣ୍ଟରଭ୍ୟୁ ରେ ମଧ୍ୟ ସାଧାରଣ ଜ୍ଞାନ ସମ୍ପର୍କରେ ପଚରା ଯାଇଥାଏ । ଏପରି କୌଣସି ପରୀକ୍ଷା ନାହିଁ ଯେଉଁଥିରେ ସାଧାରଣ ଜ୍ଞାନର ପ୍ରଶ୍ନ ଆସି ନ ଥାଏ । ସାଧାରଣ ଜ୍ଞାନର ଏପରି କିଛି ପ୍ରଶ୍ନ ଥାଏ ଯାହା ଆମେ ବିଲକୁଲ ବି ଶୁଣି ନ ଥାଉ କି ଜାଣି ନ ଥାଉ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହିପରି କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା ଆପଣ ଆଗରୁ କେଉଁଠି ବି ଶୁଣି ନ ଥିବେ କି ଜାଣିନଥିବେ । ତେବେ ଆସନ୍ତୁ ଆଲୋଚନା କରିବା ସାଧାରଣ ଜ୍ଞାନ ର ଅନେକ ଗୁଡିଏ ଅଜଣା ପ୍ରଶ୍ନ ଏବଂ ତାର ଉତ୍ତର ବିଷୟରେ ।

୧.ଉଦ୍ଭିଦ ରେ ପ୍ରାୟ କେତେ ଭାଗ ଜଳ ରହିଥାଏ?

ଉତ୍ତର-୯୦ ।

୨.ପ୍ରାଣୀ ଓ ଉଦ୍ଭିଦ ର ଆବର୍ଜନା କାହା ଦ୍ୱାରା ପଚି ସଢ଼ୀ ଯାଇଥାଏ?

ଉତ୍ତର-ଅଣୁଜୀବ ।

୩.ରାଜ୍ୟପାଳ ଛୁଟି ରେ ଥିବା ସମୟରେ କିଏ ଅସ୍ଥାୟୀ ରାଜ୍ୟପାଳ ଭାବେ ଦ୍ୱାୟିତ୍ୱ ଗ୍ରହଣ କରିଥାନ୍ତି?

ଉତ୍ତର – ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି

୪.ଭାରତର ଆୟତନ କେତେ ବର୍ଗ କିଲୋମିଟର?

ଉତ୍ତର-୩୨, ୮୭, ୨୬୩ କିଲୋମିଟର ।

୫.କବି ମଞ୍ଜୁଳ ଉପାଧି କେଉଁ ବ୍ୟକ୍ତି ଙ୍କୁ ପ୍ରଦାନ କରାଯାଇଛି?

ଉତ୍ତର-କୃଷ୍ଣ ପ୍ରସାଦ ବାସୁ ।

୬.ଗୀତାଞ୍ଜଳି ପୁସ୍ତକ କିଏ ରଚନା କରିଥିଲେ?

ଉତ୍ତର-ରବୀନ୍ଦ୍ରନାଥ ଠାକୁର ।

୭.ଏମ.ବି ର ପୁରା ନାମ କଣ?

ଉତ୍ତର-ମେଗାବାଇଟ ।

୮.ଜି.ବି ର ପୁରା ନାମ କଣ ଅଟେ?

ଉତ୍ତର-ଜିଗାବାଇଟ ।

୯.କେ.ବି ର ପୁରାନାମ କଣ ଅଟେ?

ଉତ୍ତର-କିଲୋବାଇଟ ।

୧୦.କେଉଁ ଋଷି ମା ଙ୍କ ଗର୍ଭ ରୁ ହିଁ ବେଦ ପାଠ କରିଥିଲେ?

ଉତ୍ତର-ଅଷ୍ଟବକ୍ର ।

୧୧.ବିଷ୍ଣୁ ଙ୍କ ଗଦା ର ନାମ କଣ?

ଉତ୍ତର-କୌମୁଦି ।

୧୨.କାହାର ଉଦୟ ନାହିଁ କି ଅସ୍ତ ମଧ୍ୟ ନାହିଁ?

ଉତ୍ତର-ଧ୍ରୁବ ତାରା ।

ଆଶା କରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।