ପବନ ଖାଇଲେ କିଏ ମରିଯାଏ ? କାହାକୁ ଟାଣିଲେ ତାହା ଛୋଟ ହେଇଯାଏ ? ଜାଣନ୍ତୁ ଏମିତି କିଛି Interesting Gk Questions ଓ ତାହାର Answer

ଆଜି ଆମେ ଆପଣଙ୍କ ପାଇଁ କିଛି ଏହିଭଳି ପ୍ରଶ୍ନ ନେଇ ଆସିଛୁ ଯାହାକି ଆପଣଙ୍କୁ କୌଣସି ବି ବହିରେ ମିଳିବ ନାହିଁ । ଏହି ସବୁ ପ୍ରଶ୍ନର ଉତ୍ତର ଆପଣଙ୍କ ଚାରିପଟେ ଅଛି । ଏହି ସବୁ ପ୍ରଶ୍ନ ଆପଣଙ୍କୁ ଅଜବ ଲାଗିବ କିନ୍ତୁ ଏହି ସବୁ ପ୍ରଶ୍ନର ଉତ୍ତର ବହୁତ ହିଁ ସହଜ । ଏହାକୁ ଆପଣ କେବଳ ନିଜର ଉପସ୍ଥିତ ବୁଦ୍ଧିର ଉପଯୋଗ କରି ଦେଇ ପାରିବେ । ଏହି ସବୁ ପ୍ରଶ୍ନକୁ ଶୁଣିବା ପରେ କେତେକ ଲୋକମାନଙ୍କ ମୁଣ୍ଡ ବୁଲିଯାଏ । କିନ୍ତୁ ଏହାର ଉତ୍ତର ସେତିକି ହିଁ ସହଜ ଯେତିକି ଆପଣ ଚିନ୍ତା ବି କରି ନ ଥିବେ ।

ପ୍ରଶ୍ନ -: କାହାକୁ ଦାନ କରିଲେ ନିଜର ବୁଦ୍ଧି ବଢିଥାଏ ଓ ସାଇତି ରଖିଲେ ଓଲଟା କ୍ଷୟ ହୋଇଥାଏ ?

ଉତ୍ତର -: ଜ୍ଞାନ କିମ୍ବା ବିଦ୍ୟା

ପ୍ରଶ୍ନ -: ସେ ପଥର ତଥାପି ସେ ପାଣି, କୁହନ୍ତୁ ତାହା କଣ ?

ଉତ୍ତର -: ବରଫ

ପ୍ରଶ୍ନ -: ଖାଇ ଦେଲେ କଣ ମରିଯାଏ ?

ଉତ୍ତର -: ଭୋକ

ପ୍ରଶ୍ନ -: ପବନ ଖାଇଲେ କିଏ ମରି ଯାଏ ?

ଉତ୍ତର -: ଝାଳ

ପ୍ରଶ୍ନ -: କାହାକୁ ଟାଣିଲେ ତାହା ବଡ ହେବା ପରିବର୍ତ୍ତେ ଛୋଟ ହୋଇଯାଏ ?

ଉତ୍ତର -: ବିଡି ଓ ସିଗାରେଟ

ପ୍ରଶ୍ନ -: ମୁଁ ଚାରିଆଡେ ଅଛି, କିନ୍ତୁ ମୋତେ କେହି ବି ଧରି ପାରନ୍ତି ନାହିଁ ?

ଉତ୍ତର -: ପବନ

ପ୍ରଶ୍ନ -: କାହାର ଦାନ୍ତ ଅଛି, କିନ୍ତୁ କାମୁଡି ପାରେ ନାହିଁ ?

ଉତ୍ତର -: ପାନିଆ

ପ୍ରଶ୍ନ -: ଆଖି ଅଛି, କିନ୍ତୁ ସେ ଦେଖି ପାରେ ନାହିଁ ?

ଉତ୍ତର -: ନଡିଆ

ପ୍ରଶ୍ନ -: କିଏ ସବୁବେଳେ ଉଡିଥାଏ, କିନ୍ତୁ କେବେ ବି ନିଜ ଜାଗା ଛାଡି ଯାଏ ନାହିଁ ?

ଉତ୍ତର -: ପତାକା

ପ୍ରଶ୍ନ -: ଚାଲୁ କରିଲେ ଚାଲେ, କିନ୍ତୁ ସେ ଆଗକୁ ଯାଇ ପାରି ନ ଥାଏ ?

ଉତ୍ତର -: ପଙ୍ଖା

ପ୍ରଶ୍ନ -: ମୃତ୍ୟୁ ପରେ ବି ସେ ଠିଆ ହୋଇପାରେ, ତାହା କଣ ?

ଉତ୍ତର -: ଗଛ

ପ୍ରଶ୍ନ -: ଭଙ୍ଗା ହେଲା ପରେ ଲୋକମାନେ ତାକୁ ଖାଇଥାନ୍ତି, ତାହା କଣ ?

ଉତ୍ତର -: ଖିଲିପାନ

ପ୍ରଶ୍ନ -: ମନା କରିଲେ ବି ସେ ଆମ ସାଥ ଛାଡେ ନାହିଁ, ତାହା କଣ ଅଟେ ?

ଉତ୍ତର -: ଆମର ଛାଇ

ପ୍ରଶ୍ନ -: ଉତ୍ତାପ ନ ପାଇ ବି ତାହା ଗରମ ହୋଇଯାଏ, ତାହା କଣ ଅଟେ ?

ଉତ୍ତର -: ମୁଣ୍ଡ

ପ୍ରଶ୍ନ -: ଆଖି ଥାଏ ତଥାପି ସେ ଅନ୍ଧ, କୁହନ୍ତୁ ସେ କିଏ ?

ଉତ୍ତର -: ମୂର୍ଖଲୋକ

ପ୍ରଶ୍ନ -: ପୋଡିଥାଏ କିନ୍ତୁ ତାହା ନିଆଁ ନୁହେଁ, ତାହା କଣ ?

ଉତ୍ତର -: ଲଙ୍କା

ପ୍ରଶ୍ନ -: ଦିନରେ କାମ କରି ନ ଥାଏ, କିନ୍ତୁ ଟଙ୍କା ପାଇଥାଏ ?

ଉତ୍ତର -: ରାତ୍ରିର ଜଗୁଆଳି

ପ୍ରଶ୍ନ -: ‘ନ’ ରୁ ଆରମ୍ଭ ‘ନ’ରେ ଶେଷ, ଯିଏ ପୁରା ଦୁନିଆକୁ ଦେଖେ, କୁହନ୍ତୁ ତାହାର ନାଁ କଣ ?

ଉତ୍ତର -: ନୟନ

ପ୍ରଶ୍ନ -: କେଉଁ ସ୍ଥାନକୁ ୧୦୦ ଲୋକ ଯାଆନ୍ତି କିନ୍ତୁ ୯୯ ଲୋକ ହିଁ ଫେରନ୍ତି ?

ଉତ୍ତର -: ମଶାଣି