କାହା ସହ ଯୁଦ୍ଧ ଲଢିବ ଭାରତ ? ବଢି ଚାଲିଛି ଭାରତର ସାମରିକ ଖର୍ଚ୍ଚ …

ବର୍ତ୍ତମାନ ବିଶ୍ଵର ସବୁ ଦେଶ ନିଜ ସାମରିକ ଶକ୍ତି ଦେଖାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଆଉ ଏହି ଲିଷ୍ଟରେ ଭାରତ ବି କିଛି ପଛରେ ନାହିଁ । ସେପଟେ ଋଷ ଓ ୟୁକ୍ରେନ ଯୁଦ୍ଧ ଏବେବି ଲାଗି ରହିଛି । ଯଦି ଏପରି ଚାଲେ ତେବେ ଆଗକୁ ତୃତୀୟ ବିଶ୍ଵଯୁଦ୍ଧର ଆଶଙ୍କା ମଧ୍ୟ କରାଯାଉଛି । ସବୁ ଦେଶର ନଜର ଏବେ ଋଷ ଏବଂ ୟୁକ୍ରେନ ଯୁଦ୍ଧ ଉପରେ ରହିଥିବା ବେଳେ ଏପଟେ ନିଜ ସାମରିକ ଶକ୍ତି ବୃଦ୍ଧି କରିବା ପାଇଁ ଭାରତ ଚେଷ୍ଟା ଚଳେଇଛି । ସାମରିକ ଶକ୍ତି ବୃଦ୍ଧି ପାଇଁ ପାଣି ଭଳି ଅର୍ଥ ଖର୍ଚ୍ଚ କରିଚାଲିଛି ଭାରତ ।

ସାମରିକ ଖର୍ଚ୍ଚ ତାଲିକାରେ ସାରା ବିଶ୍ବରେ ତୃତୀୟ ସ୍ଥାନରେ ରହିଛି ଭାରତ । ଭାରତ ଆଗରେ ଏହି ଲିଷ୍ଟରେ ରହିଛନ୍ତି କେବଳ ଆମେରିକା ଏବଂ ଚୀନ । ପୂର୍ବ ଖର୍ଚ୍ଚ ତୁଳନାରେ ଗତବର୍ଷ ଭାରତର ସାମରିକ ଖର୍ଚ୍ଚ ଅଧିକ ବଢିଥିବା ଜଣାପଡିଛି । କରୋନା ମହାମାରୀ ଦେଶର ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରିଥିଲେ ମଧ୍ୟ, ସାମରିକ ଖର୍ଚ୍ଚକୁ ଏହା ପ୍ରଭାବିତ କରିପାରି ନାହିଁ । ଭାରତ କାହା ସହ ଯୁଦ୍ଧ ଲଢିବ ଜଣାନାହିଁ, କିନ୍ତୁ କ୍ରମାଗତ ଭାବେ ନିଜ ସାମରିକ ଶକ୍ତିକୁ ବୃଦ୍ଧି କରିଚାଲିଛି ।

ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ତଥ୍ୟ ଅନୁସାରେ ସାମରିକ ଶକ୍ତି ବୃଦ୍ଧି ପାଇଁ ହେଉଥିବା ଖର୍ଚ୍ଚ ତାଲିକାରେ ଭାରତ ସାରା ବିଶ୍ବରେ ତୃତୀୟ ସ୍ଥାନରେ ରହିଛି । ବଡ କଥା ହେଉଛି ଗତ ବର୍ଷ ସାମରିକ ଶକ୍ତି ବୃଦ୍ଧି ପାଇଁ ହୋଇଥିବା ମୋଟ ଖର୍ଚ୍ଚର ୬୨ ପ୍ରତିଶତ କେବଳ ୫ଟି ଦେଶ ଖର୍ଚ୍ଚ କରିଛନ୍ତି ।

ଆଉ ଏହି ୫ଟି ଦେଶ ହେଉଛନ୍ତି ଆମେରିକା, ଚୀନ, ଭାରତ, ବ୍ରିଟେନ ଏବଂ ଋଷ । ଆମେରିକାର ଖର୍ଚ୍ଚ ପୂର୍ବ ତୁଳନାରେ ସାମାନ୍ଯ କମିଥିବା ବେଳେ ଆମେରିକାର ଖର୍ଚ୍ଚ ପୂର୍ବ ତୁଳନାରେ ସାମାନ୍ଯ ବଢିଛି । କରୋନା ମହାମାରୀ ଯୋଗୁଁ ଅନେକ ଦେଶର ଅର୍ଥ ବ୍ୟବସ୍ଥା ଭୁଷୁଡି ପଡିଥିବା ବେଳେ ଭାରତ ଓ ଚୀନର ସାମରିକ କ୍ଷେତ୍ର ଉପରେ ଏହାର କୌଣସି ପ୍ରଭାବ ପଡିନାହିଁ ।

ଗତ ବର୍ଷ ଭାରତର ସାମରିକ ଖର୍ଚ୍ଚ ୭୬.୬ ବିଲିୟନ ଡଲାର ଥିବା ବେଳେ ଆମେରିକାର ୮୦୧ ବିଲିୟନ ଡଲାର ଏବଂ ଚୀନର ୨୯୩ ବିଲିୟନ ଡଲାର ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।