Akshaya Tritiya 2022, ଏହି ଅକ୍ଷୟ ତୃତୀୟାରେ ଘରକୁ ନେଇ ଆସନ୍ତୁ ଏହି 9 ଟି ମଧ୍ୟରୁ ଯେକୌଣସି 1 ଜିନିଷ, ହେବ ଧନର ଆଗମନ

ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ବୈଶାଖ ମାସ ଶୁକ୍ଲପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଏହି ତିଥିରେ ଦାନପୁଣ୍ୟ କରିବା ଏବଂ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶ୍ରେଷ୍ଠ ହୋଇଥାଏ । ମାନ୍ୟତା ରହିଛି କି ଏହିଦିନ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ଜନ୍ମ ହୋଇଥିଲା ଓ ମାତା ଗଙ୍ଗା ମଧ୍ୟ ଏହିଦିନ ଧରିତ୍ରୀରେ ପଦାର୍ପଣ କରିଥିଲେ ବୋଲି କୁହାଯାଏ । ଏହି ଶୁଭଦିନରେ କିଛି ଜିନିଷ ଘରକୁ ଆଣିଲେ ଅତ୍ୟନ୍ତ ଶୁଭ ଫଳଦାୟୀ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ପ୍ରଥମେ ହେଉଛି ମାତା ଲକ୍ଷ୍ମୀଙ୍କ ଚରଣ ପାଦୁକା । ଏହିଦିନ ସୁନା କିମ୍ବା ରୂପାରେ ତିଆରି ମାତା ଲକ୍ଷ୍ମୀଙ୍କ ଚରଣ ପାଦୁକା ଘରକୁ ଆଣିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡିଥାଏ ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ଖୁସି ହୋଇଥାନ୍ତି । ଦ୍ଵିତୀୟରେ ହେଉଛି କଉଡି । ମାତା ଲକ୍ଷ୍ମୀଙ୍କର କଉଡି ଅତିପ୍ରିୟ ହୋଇଥାଏ । ତେଣୁ ଏହିଦିନ ଘରକୁ କଉଡି ଆଣି ହଳଦୀ ଏବଂ କେଶରରେ ଗୋଳାଇ ପୂଜ ସ୍ଥାନରେ ରଖି ଏହାର ନିୟମିତ ପୂଜା ଅବଶ୍ୟ କରନ୍ତୁ ।

ତୃତୀୟରେ ହେଉଛି ନଡିଆ । ଏକ ଆଖିଆ ନଡିଆକୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ । ତେଣୁ ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏହା ତ୍ୟନ୍ତ ସହାୟକ ହୋଇଥାଏ । ଅକ୍ଷୟ ତୃତୀୟା ଦିନ ଏହାକୁ ଘରେ ପୂଜା ସ୍ଥାନରେ ଅବଶ୍ୟ ସ୍ଥାପନ କରନ୍ତୁ ଏବଂ ବିଧି ବିଧାନ ସହ ନିୟମିତ ପୂଜା କରନ୍ତୁ ।ଚତୁର୍ଥରେ ହେଉଛି ଏହିଦିନ ମାତା ଲକ୍ଷ୍ମୀଙ୍କ ଫଟୋ ଘରକୁ ଆଣି ବିଧି ବିଧାନ ସହକାରେ ପୂଜାପାଠ କରନ୍ତୁ ।

ପଞ୍ଚମରେ ହେଉଛି ଧାତୁରେ ନିର୍ମିତ କଇଁଛ । ମାତା ଲକ୍ଷ୍ମୀଙ୍କ ବାହାନ ଗୁଡିକ ମଧ୍ୟରୁ ଗୋଟିଏ ହେଉଛି କଇଁଛ । ଧନର ଦେବୀ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏହିଦିନ ଘରକୁ ଧାତୁରେ ନିର୍ମିତ କଇଁଛ ଅବଶ୍ୟ ଆଣନ୍ତୁ । ଷଷ୍ଠରେ ହେଉଛି ଶ୍ରୀଜନ୍ତ୍ର । ଧନଯୋଗର ବୃଦ୍ଧି ପାଇଁ ବା ଧନ ପ୍ରାପ୍ତି ପାଇଁ ଏହି ଶ୍ରୀଜନ୍ତ୍ରକୁ ଘରକୁ ଅବଶ୍ୟ ଆଣନ୍ତୁ ଓ ନିୟମିତ ବିଧି ବିଧାନରେ ଏହାକୁ ପୂଜା କରନ୍ତୁ ।

ସପ୍ତମରେ ହେଉଛି ଏହିଦିନ ଘରକୁ ଲକ୍ଷ୍ମୀ ନାରାୟଣଙ୍କ ଫଟୋ କିମ୍ବା ପ୍ରତିମା ଅବଶ୍ୟ ଆଣନ୍ତୁ । ଏହାକୁ ଘରେ ସ୍ଥାପନ କରି ନିୟମିତ ଭାବେ ଅବଶ୍ୟ ପୂଜାପାଠ କରନ୍ତୁ । ଅଷ୍ଟମରେ ହେଉଛି ଦକ୍ଷିଣାବର୍ତ୍ତୀ ଶଙ୍ଖ । ଏହା ଅତ୍ୟନ୍ତ ଧନଦାୟକ ବୋଲି ମାନ୍ୟତା ରହିଛି । ଏହିଦିନ ଏହାକୁ ଘରକୁ ଆଣି ପୂଜା ଘରେ ସ୍ଥାପନ କରିବା ଦ୍ଵାରା କୋଟି ପୁଣ୍ୟଫଳ ଲାଭ ହୋଇଥାଏ ।

ନବମରେ ହେଉଛି ଏହିଦିନ କିଛି ଗହମ ଘରକୁ ଆଣନ୍ତୁ ଓ ସେଥିରୁ ଏକ ମୁଠି ଗହମ ଘରେ ଧନ ବା ଟଙ୍କା ରଖୁଥିବା ସ୍ଥାନରେ କିମ୍ବା ଠାକୁର ଘରେ ପୂଜା କରୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏପରି କରିବା ଦ୍ଵାରା ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଘର ଧନଧାନ୍ୟରେ ଭରି ରହିବା ସହ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ  ଓ କରଜରୁ ମଧ୍ୟ ମୁକ୍ତି ମିଳିଥାଏ ।

ତେବେ ଏହି ଅକ୍ଷୟ ତୃତୀୟାରେ ଏଗୁଡିକ ମଧ୍ୟରେ ଗୋଟିଏ ହେଲେ ଜିନିଷ ଘରକୁ ଆଣନ୍ତୁ ଓ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।