କାହା ଗାଲ ରେ ବାଜିଲା କୁନି ଝିଅ ର ଶକ୍ତ ଚାପୁଡା ? କୁନି ଝିଅର ଅଭିନୟ ଦେଖି ସମସ୍ତେ ହେଲେ କାବା…

ଅତି ଚମତ୍କାର ଭାବେ ନିଜ ଅଞ୍ଚଳର ସମସ୍ଯା ବଖାଣିଲେ କୁନି ଝିଅ । କୁନି ଝିଅର କଥା ଶୁଣିବା ପରେ ଜିଲ୍ଲାପାଳ ଓ ମନ୍ତ୍ରୀ ସତ ଶତିକା ହସିଲେ ନା ମିଛି ମିଛିକା ହସିଲେ ? ହଁ ଦର୍ଶକ ବନ୍ଧୁ ପୁରୀ ଅଞ୍ଚଳର ସମସ୍ଯା ମଞ୍ଚ ରେ ନାଟକୀୟ ଢଙ୍ଗରେ ବିନା ଭୟରେ କହିଲେ କୁନି ଝିଅ ଟି । ଯେବେ କହିବା ପାଇଁ ମିଳିଛି ମୌକା ଆଉ ସାମ୍ନା ରେ ବସିଛନ୍ତି କଲେକ୍ଟର ଓ ମନ୍ତ୍ରୀ । ଟିକିଏ ମିଛ ବି ନ ଥିଲା କୁନି ଝିଅର ସବୁ ସତ ବଖାଣିଛନ୍ତି ଆଉ ଅଭିମାନ ମଧ୍ୟ କରିଛନ୍ତି ।

କୁନି ଝିଅ ଟି ଅଭିନୟ କରି କରି କହୁଛନ୍ତି ବାବୁ ମନେ ଚୁଆ ପାଣି ପିଇ ଜୀବନ ବିତାଉଛୁ । ବାବୁ ଆମେ ରୋଗକୁ ହେଲେ ଆମେ ଖଟିଆରେ ଯାଉଛୁ । ବାବୁ ଆମ ଅଞ୍ଚଳରେ ଟାୱାର ନାହିଁ କି ଫୋନ ନାହିଁ । ମୁଁ ଏପଟେ ଦେଇ ଯାଉଥିଲି ଭାବିଲି କି କଲେକ୍ଟର ମନ୍ତ୍ରୀ ଆସୁଛନ୍ତି ଟିକେ ଗୁହାରି ଜଣାଇ ଦେବି । ଏମିତି କିଛି କୁନି ଝିଅ ସୋନାଲି ଦାସ ଯିଏ କି ଚତୁର୍ଥ ଶ୍ରେଣୀ ରେ ପାଠ ପଢୁଛନ୍ତି ।

ଆଉ ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଛୋଟ ଗାଁ ର ଛୋଟ ଝିଅର କଥା ଏବେ ବଡ ଜଙ୍ଗଲ ଅତିକ୍ରମ କରି ସମସ୍ତଙ୍କ କାନ ରେ ପଡିଲାଣି । ଆଞ୍ଚ ଉପରେ କୁହା ଯାଇଥିବା କିଛି ଖ୍ୟାନର କଥା ସମସ୍ତଙ୍କୁ ହସାଇ ଥିଲା ଆଉ ଅସ୍ତବ୍ୟସ୍ତ ବି କରି ଦେଇଥିଲା । ଖନେଇ ଖନେଇ କହିବାର ଶୈଳୀ ଉପସ୍ଥିତ ଲୋକଙ୍କୁ ବେଶ ଭଲ ଲାଗିଥିଲା ।

କୁନି ଝିଅ ଟି ନାଟକୀୟ ଢଙ୍ଗରେ କହୁଥିଲା ସତ କିନ୍ତୁ ଜିଲ୍ଲାପାଳ ଓ ମନ୍ତ୍ରୀ ଙ୍କ ସହ ବଡ ବଡ ଅଧିକାରୀ ମାନଙ୍କ ସମୁଖରେ ନିଜ ଅଞ୍ଚଳରେ ଛବି କୁ ଅତି ସୁନ୍ଦର ଭାବେ ଉପସ୍ଥାପନା କରିଥିଲା । ଜୁହାର ବାବୁ ଜୁହାର ଜୁହାର ମୁଇଁ ପଦୁପୁରା ଗାଁ ରୁ ଆସିଛି ମୋର ଗାଁ ରେ ପାଣି କି ନାହିଁ କି ବିଜୁଳି ନାହିଁ । ଟାୱାର ନାହିଁ କି ଫୋନ ନାହିଁ । ରୋଗ ହେଲେ ଆମେ ଖଟରେ ବୁହା ହେଉଛୁ ।

ଆମ ପାଇଁ କିଛି ବ୍ୟବସ୍ତାହ କର ଏମିତି କହି ସମସ୍ତଙ୍କୁ ହସାଇ ଦେଇଛି କୁନି ଝିଅ ଟି । ସ୍ଵାଧୀନତା ଦିବସରେ ଗୋଟେ ମଞ୍ଚରେ ଯେବେ ମନ୍ତ୍ରୀ କଲେକ୍ଟର ଏକାଠି ବସିଛନ୍ତି ସେତେବେଳେ କୁନି ଝିଅ ର ଅଭିମାନ ଆହୁରି ବଢିଗଲା । ଆଉ ଭୁଲି ଯାଇଥିବା ସନରମ ଆଉ ଥରେ ମନେ ପକାଇ ଦେଲେ । ନନଷ୍ଟପ କହି ଚାଲିଲେ ଆଉ ଅତିଥିଗଣ ମଧ୍ୟ ହସୁଥିଲେ ।

ସେଇ କେତେ ମିନିଟର କଥା କାହା ଗାଲରେ ଶକ୍ତ ଚାପୁଡା ହୋଇ ନିଶ୍ଚିନ୍ତ ବାଜିଥିବ । ସରକାରୀ ବ୍ୟବସ୍ଥା ନା ଅଧିକାରୀ ଙ୍କୁ ନିଶ୍ଚୟ ଏହି କଥା ଟି ପ୍ରଭାବିତ ପକାଇ ଥିବ । ଜସବନ୍ତପୁର ଅଞ୍ଚଳର ବିଭିନ୍ନ ସମସ୍ଯା ବଖାଣିଥିଲେ କୁନି ସୋନାଲି ଯେଉଁ ଭିଡିଓ ଟି ବର୍ତ୍ତମାନ ଦୃତ ଗତିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଆପଣ ମାନଙ୍କୁ କୁନି ଝିଅର କଥା କହିବାର ଶୈଳୀ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।