ଚୋରୀ କରି ହୋଇଛି କୋଟିପତି, ବିପୁଳ ସମ୍ପତି ର ମାଲିକ ସହ ଦେଶ ବିଦେଶରେ କୋଟି କୋଟି ଟଙ୍କାର ସମ୍ପତି…

ପୋଲିସ ହାତରେ ଧରା ପଡିଛି କୋଟିପତି ଚୋରା । ଭାରତ ଠାରୁ ଆରମ୍ଭ କରି ନେପାଳ ଯାଏଁ ରହିଛି ବିପୁଳ ସମ୍ପତି । ହଁ ଦର୍ଶକ ବନ୍ଧୁ ଦିଲ୍ଲୀ ପୋଲିସ ହାତରେ ଏମିତି ଜଣେ ଚୋର ଧରା ପଡିଛି ଯାହା ବିଷୟରେ ଜାଣିଲେ କେହି ବି ଆଶ୍ଚର୍ଯ୍ୟ ହେବେ । ସୂଚନା ଅନୁଯାୟୀ ଚୋର ଟି ଗତ 25 ବର୍ଷ ହେବ ଚୋରୀ କରି ଆସୁଛି । ଚୋରୀ ଚୋରୀ କରି ଭାରତ ଠାରୁ ନେପାଳ ଯାଏଁ କୋଟି କୋଟି ଟଙ୍କାର ସମ୍ପତି ଠୁଳ କରିବା ସହ କୋଠାବାଡି କରିଛି ।

ଅଭିଯୁକ୍ତର ପରିବାର ପୂର୍ବରୁ ଉତ୍ତର ପ୍ରଦେଶରେ ରହୁଥିବା ବେଳେ ଏବେ ନେପାଳରେ ରହୁଥିବା ଜଣା ପଡିଛି । ପୋଲିସ ଦେଇଥିବା ସୂଚନା ଅନୁଯାୟୀ ୟୁପି ସିଦ୍ଧାର୍ଥ ନଗର ରେ ଅଭିଯୁକ୍ତ ର ସ୍ତ୍ରୀଙ୍କ ନାଁରେ ଗେଷ୍ଟ ହାଉସ ଥିବା ବେଳେ ତା ନିଜ ନାଁରେ ନେପାଳ ରେ ହୋଟେଲ ରହିଛି । ଚୋରୀ କରି ଅଭିଯୁକ୍ତ ଲକ୍ଷ୍ନୌ ଓ ଦିଲ୍ଲୀରେ ଦାମୀ ଘର କରିଛି । 2001ରୁ 2023 ମଧ୍ୟରେ ଅଭିଯୁକ୍ତ ନାଁ ରେ ରହିଛି ସର୍ବାଧିକ ଅପରାଧିକ ମାମଲା ।

ଏହି ଅଭିଯୁକ୍ତ ର ନାଁ ହେଉଛି ମନୋଜ ଚଉବେ । ଗତ 25 ବର୍ଷ ଧରି 48 ବର୍ଷୀୟ ମନୋଜ ପରିବାରକୁ ଲୁଚାଇ ଏଭଳି କାଣ୍ଡ ଘଟାଉଥିଲା । ଭିନ୍ନ ଭିନ୍ନ ସ୍ଥାନରେ ନିଜର ଅଲଗା ପରିଚୟ ଦେଉଥିଲା । ସେ ଏକା 200ରୁ ଅଧିକ ଚୋରୀ କରିଛି । ସୂଚନା ଅନୁଯାୟୀ 1997ରେ ଦିଲ୍ଲୀ ଆସି ମନୋଜ କୀର୍ତ୍ତି ଗାର ଥାନାରେ ଥିବା କ୍ୟାନ୍ଟିନ ରେ କାମ କରୁଥିଲା ।

ହେଲେ କ୍ୟାନ୍ଟିନ ରେ ଚୋରୀ କରିବା ସମୟରେ ତାକୁ ଜେଲ ପଠା ଯାଇଥିଲା । ହେଲେ ସେ ବଦଳି ନ ଥିଲା । ଜେଲରୁ ମୁକୁଳିବା ପରେ ସେ ଘର ମାନଙ୍କରେ ଚୋରୀ କରିବା ଆରମ୍ଭ କରିଲା । ଚୋରୀ କାମ ଶରିୟ ଘରକୁ ଫେରୁଥିଲା । ଦିଲ୍ଲୀରେ ସ୍କୁଟି ଧରି ବୁଲୁଥିବା ବେଳେ ଘର ଠାବ କରୁଥିଲା । ରାତିରେ ପଶି ବା କେହି ନ ଥିବା ଘରକୁ ଟାର୍ଗେଟ କରୁଥିଲା ।

ହେଲେ ନିଜ ପରିବାରକୁ କହୁଥିଲା ଦିଲ୍ଲୀରେ ପାର୍କିଙ୍ଗର ଠିକା ନେଇଛି । ଚୋରୀ ଧନରେ ମନୋଜ ୟୁପି ରେ ଘର କିଣିବା ସହ ନେପାଳରେ ହୋଟେଲ କରିଲା । ଆଉ ସବୁଠୁ ମଜା କଥା ହେଉଛି ଏହା ପରେ ସେ ନିଜର ମିଛ ପରିଚୟ ଦେଇ ଜଳସେଚନ ବିଭାଗର ଅଧିକାରୀଙ୍କର ଝିଅଙ୍କୁ ବିବାହ ମଧ୍ୟ କରିଛି । ସ୍ତ୍ରୀ ପାଇଁ ସିଦ୍ଧାର୍ଥ ନଗରରେ ଆଲିଶାନ ଘର କରିବା ସହ ପରିବାର ପାଇଁ ଲକ୍ଷ୍ନୌରେ ଅନ୍ୟ ଏକ ଘର ବନାଇଲା ।

ଏକାଧିକ ଜମିକୁ ଲିଜ ରେ ଅନୁଷ୍ଠାନ ଗୁଡିକୁ ଦେଇ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲା । ଥରେ ଜଣେ ବ୍ୟକ୍ତି ଏଫାୟାର ଦେବାରୁ ଦିଲ୍ଲୀ ପୋଲିସ ଯାଞ୍ଚ ଆରମ୍ଭ ଅରିଥିଲା । ସିସିଟିଭି ଫୋଟେଜ ସହ ସହରରେ ସ୍କୁଟି ଧରି ବୁଲୁଥିବାର ଦେଖା ଯାଇଥିଲା ମନୋଜ । ନେପାଳୀ ମହିଳାଙ୍କୁ ପୂର୍ବରୁ ମନୋଜ ବିବାହ କରିଥିଲା । ସ୍କୁଟି ନମ୍ବର ଯାଞ୍ଚ କରି ଏବେ ଦିଲ୍ଲୀ ପୋଲିସ ମନୋଜଙ୍କୁ ଧରିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।