କଣ ପୁଣି ହେବ ଲକଡାଉନ ? ଓମିକ୍ରନ ସଂକ୍ରମଣ ବୃଦ୍ଧି ହେଉଥିବାରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର, ଦେଖନ୍ତୁ କ’ଣ ରହିଛି ନୂଆ ନିର୍ଦ୍ଦେଶ

ଓମିକ୍ରନର ଦ୍ରୁତ ସଂକ୍ରମଣ ଓ ଏହାଦ୍ଵାରା ହେଉଥିବା ସ୍ୱାସ୍ଥ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସଜାଗ ହେଲେଣି । ଓମିକ୍ରନ ପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ପ୍ରସ୍ତୁତ କଲେଣି ମେଡିକାଲ ଗୁଡିକ । ପୁଣି କବାଟ ବାଡେଇଲାଣି ଲକଡାଉନ । ପ୍ରତିଦିନ ଦ୍ରୁତଗତିରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲି ଥିବାରୁ ସବୁ ରାଜ୍ୟକୁ ସେଥିପାଇଁ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।

କୋଭିଡ ମୁକାବିଲା ପାଇଁ ପୂର୍ବରୁ ହିଁ ମେଡିକାଲ ଭିତ୍ତିଭୂମିକୁ ପ୍ରସ୍ତୁତ ରଖିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାର ମାନଙ୍କୁ ନିର୍ଦ୍ଦେଶ ଦେଇ ନୋଟିସ ପଠାଇଛନ୍ତି । ଓମିକ୍ରନର ଦ୍ରୁତ ସଂକ୍ରମଣ ଯୋଗୁଁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଏଥିରେ ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ଗୁଡିକୁ ତୁରନ୍ତ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆଗକୁ ଅଧିକ ସଂଖ୍ଯାରେ ଲୋକେ ହୋମ ଆଇସୋଲେସନରେ ରହିବା ନେଇ ଅନୁମାନ କରାଯାଉ ଥିବାରୁ ସେଥିପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ହୋମ ଆଇସୋଲେସନ ପ୍ରୋଟୋକଲ ଓ ଏହାକୁ ବାସ୍ତବରେ କିଭଳି କାର୍ଯ୍ୟକାରୀ କରା ଯାଇପାରିବ ଗ୍ରାଉଣ୍ଡରେ ଏହାର ଅନୁଧ୍ୟାନ ଲାଗି ସ୍ପେଶିଆଲ ଟିମ୍ ଗଠନ କରିବାକୁ କୁହାଯାଇଛି ।

ଟେଷ୍ଟିଙ୍ଗ, ଆମ୍ବୁଲାନ୍ସ, ହସ୍ପିଟାଲ ବେଡ୍, ଆଦି ପ୍ରସ୍ତୁତ ସହ ଲୋକମାନେ ଯେପରି ସହଜରେ ଏହି ସବୁ ସୁବିଧା ପାଇପାରିବେ ସେଥିର ବ୍ୟବସ୍ଥା ଲାଗି ଜିଲ୍ଲା ଓ ଉପକଣ୍ଠ ସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ନିର୍ଦ୍ଦେଶ ମଧ୍ୟ ମିଳିଛି । ସେହିପରି ପୂର୍ବରୁ ଥିବା କୋଭିଡ ହସ୍ପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ପ୍ରସ୍ତୁତ ରହିବାକୁ ମଧ୍ୟ ନିବେଦନ କରାଯାଇଛି । ସଂକ୍ରମଣ ବୃଦ୍ଧି ରୋକିବାକୁ କଣ୍ଟେନମେଣ୍ଟ କାର୍ଯ୍ୟଳୟ ଗୁଡିକୁ ଗୁରୁତ୍ଵ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଏହିପରି ଭାବେ ଦେଖିବାକୁ ଗଲେ ଓମିକ୍ରନ ତଥା କୋଭିଡର ତୃତୀୟ ଲହରକୁ ରୋକିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ମାନେ ମିଳିତ ଭାବେ ସମସ୍ତ ପଦକ୍ଷେପ ନେବା ଆରମ୍ଭ କରି ଦେଲେଣି । ସେଥିପାଇଁ ଆଗକୁ ଯେ ଲକଡାଉନ ଏବଂ ସଟଡାଉନ ପରିସ୍ଥିତି ନ ଉପୁଜିବ ଏହାକୁ ନେଇ କୌଣସି ସନ୍ଦେହ ନାହିଁ । ଆସନ୍ତୁ ଆମେ ନିଜେ ସଜାଗ ରହିବା ଏବଂ କୋଭିଡ କବଳରୁ ନିଜେ ନିଜକୁ ଓ ନିଜ ପରିବାରକୁ ରକ୍ଷା କରିବା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।