କାହିଁକି ଲକ୍ଷ୍ମଣଙ୍କ କାନ ଧରିଲେ ପ୍ରଭୁ ଶ୍ରୀରାମ ? ହାତ ଯୋଡି ଭୁଲ ମାଗିଲେ ଲକ୍ଷ୍ମଣ ।

ଅଯୋଧ୍ୟାରେ ଭାଇ ଲକ୍ଷ୍ମଣ ଙ୍କ କଣ ଧରିଲେ ଶ୍ରୀରାମ । ହାତ ଯୋଡି ଭୁଲ ମାଗିଲେ ଭାଇ ଲକ୍ଷ୍ମଣ । ହସି ହସି କ୍ଷମା ମଧ୍ୟ କରିଲେ ଶ୍ରୀରାମ । ହଁ ଦର୍ଶକ ବନ୍ଧୁ ହଠାତ ଲକ୍ଷ୍ମଣ ଙ୍କ କାନ ଧରିଲେ ପ୍ରଭୁ ଶ୍ରୀରାମ । ଭୟରେ ହାତ ଯୋଡି ଭୁଲ ମାଗିଲେ ଲକ୍ଷ୍ମଣ ଓ କହିଲେ ଭାଇ ମୋର ଭୁଲ ହୋଇ ଯାଇଛି ମୋତେ କ୍ଷମା କରି ଦିଅ । ମୁଁ ଆଉ ଏମିତି ଭୁଲ କେବେ ହେଲେ କରିବି ନାହିଁ । ଆଉ ହସି ହସି କ୍ଷମା କରି ଦେଲେ ପ୍ରଭୁ ରାମ ।

ତେବେ ଅଯୋଧ୍ୟା ନଗରୀରେ ଦେଖିବାକୁ ମିଳିଛି ରାମାୟଣ ର ଝଲକ । ରାମାୟଣ ସିରିଏଲର ଯେମିତି ପ୍ରଭୁ ରାମ  ତାଙ୍କ ଭାଇ ଲକ୍ଷ୍ମଣ ଙ୍କ ମଧ୍ୟରେ ପ୍ରେମ ଦେଖିବାକୁ ମିଳିଥିଲା ଠିକ ସେମିତି ପ୍ରେମ ଏବେ ଅଯୋଧ୍ୟା ନଗରୀରେ ମଧ୍ୟ ଦେଖିବାକୁ ମିଳିଛି । ରାମାୟଣ ଧାରାବାହୀକ ରେ ଏହା ଥିଲା ଅଭିନୟ କିନ୍ତୁ ଏବେ ଅଯୋଧ୍ୟା ନଗରୀରେ ରାମ ଲକ୍ଷ୍ମଣ ଙ୍କ ମଧ୍ୟରେ ପ୍ରକୃତ ଭଲ ପାଇବା ଦେଖିବାକୁ ମିଳିଛି ।

ଲକ୍ଷ୍ମଣ ଙ୍କ ବଦମାସୀ ପାଇଁ କାନ ଧରି ସାବାଡ କରିଛନ୍ତି ପ୍ରଭୁ ରାମ । ଯାହା ପରେ ଲକ୍ଷ୍ମଣ ହାତ ଯୋଡି ଭାଇ ରାମଙ୍କୁ ଭୁଲ ମାଗିଛନ୍ତି । ଓ କହିଛନ୍ତି ମୋତେ କ୍ଷମା କରି ଦିଅ । ଯାହାକୁ ଦେଖି ପ୍ରଭୁ ରାମ ମଧ୍ୟ ଲକ୍ଷ୍ମଣ ଙ୍କୁ କ୍ଷମା କରି ଦେଇଛନ୍ତି । ଆଉ ଏହି ଦୃଶ୍ୟକୁ ଦେଖି ଭକ୍ତଙ୍କ ମନ ମଧ୍ୟ ଖୁସି ହୋଇ ଯାଇଛି । ସହ ସହ ଲୋକ ରାମାୟଣ ର ଝଲକ ପୁଣି ଥରେ ଦେଖିବାକୁ ପାଇଛନ୍ତ ।

ରଥ ଉପରେ ବିରାଜମାନ କରି ବୁଲୁଛନ୍ତି ଅଭିନେତା ଅରୁଣ ଗୋଭିଲ ଓ ସୁନିଲ ଲହରୀ । ରାମଙ୍କ ଭୂମିକାରେ ଥିବା ଅରୁଣ ଗୋଭିଲ କହିଛନ୍ତି ଆମେ ଏବେ ଠିକ ସେମିତି ଅଛୁ ଯେମିତି ପୂର୍ବରୁ ଥିଲୁ । ଆମ ଭିତରେ ଭଲ ପାଇବା ପୂର୍ବର ରାମ ଲକ୍ଷ୍ମଣ ଙ୍କ ଭଳି ରହିଛି । ମୁଁ ସୁନିଲଙ୍କୁ ବହୁତ ଭଲ ପାଏ । ତେବେ ସୁନୀଲ ଲହରୀ ହେଉଛନ୍ତି ରାମାୟଣ ର ସେହି ଲକ୍ଷ୍ମଣ ।

ଏହା ପୂର୍ବରୁ ଅଯୋଧ୍ୟା ରାଜ ରାସ୍ତାରେ ରାମ, ଲକ୍ଷ୍ମଣ, ସୀତା ଚାଲି ଚାଲି ଆସୁଥିବାର ଦେଖିବାକୁ ମିଳିଥିଲା । ଯେଉଁ ଭିଡିଓ ରେ ଏହି 3 କଳାକାରଙ୍କୁ ଲୋକ ମାନେ ଫୁଲ ଦ୍ଵାରା ସ୍ଵାଗତ କରିଥିଲେ । ଏବେ ଅଯୋଧ୍ୟାରେ ପ୍ରସ୍ତୁତି କାର୍ଯ୍ୟ ଜୋରସୋର ରେ ଚାଲିଛି । ପ୍ରତିଷ୍ଠା ପାଇଁ ଏବେ ସବୁ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟ ରେ ପହଞ୍ଚିଛି । ଗର୍ଭ ଗୃହରେ ସ୍ଥାପିତ ହୋଇ ସାରିଲେଣି ପ୍ରଭୁ ରାମ । ଆଉ ପ୍ରଭୁଙ୍କ ଦର୍ଶନ କରିବା ଲାଗି ଅଯୋଧ୍ୟାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।