ଯୋଗୀ ଆଦିତ୍ଯନାଥ ଙ୍କୁ ଖଲିସ୍ତାନି ଆତଙ୍କବାଦୀ ପର୍ନୁ ର ହତ୍ୟା ଧମକ !

ନମସ୍କାର ବନ୍ଧୁଗଣ । ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଲା ଖଲିସ୍ତାନି ଆତଙ୍କବାଦୀ ଗୁରପାତ ସିଂ ପର୍ନୁ । ଜାନୁଆରି 22ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ସମାରୋହରେ ଯୋଗୀ ଆଦିତ୍ୟନାଥ ଙ୍କୁ ହତ୍ୟା କରାଯିବା ନେଇ ପର୍ନୁ ଏକ ଅଡିଓ ମ୍ଯାସେଜ ଜାରି କରିଛି । ଏଥିରେ କୁହା ଯାଇଛି ଯେ ପୋଲିସ ଅଯୋଧ୍ୟାରେ ଖଲିସ୍ତାନି ସମର୍ଥକ ଦୁଇ ଯୁବକ ଙ୍କୁ ଗିରଫ କରିଛି । ସେମାନଙ୍କୁ ନିର୍ଯ୍ୟାତନା ଦିଆଯିବା ସହ ମିଛ ମାମଲା ରୁଜୁ କରାଯାଇଛି ।

22 ଜାନୁଆରୀରେ ହେବାକୁ ଥିବା ରାମ ମନ୍ଦିର ସମାରୋହରେ ଯୋଗୀ ଆଦିତ୍ୟନାଥଙ୍କୁ ସିକ ଫର ଜଷ୍ଟିସ ଠାରୁ କେହି ବଞ୍ଚାଇ ପାରିବେନି । ଆବଶ୍ୟକ ପଡିଲେ ରାଜନୈତିକ ହତ୍ୟା ମଧ୍ୟ କରିବୁ । ଏସଏଫଜିଏ ତରଫରୁ 22 ଜାନୁଆରୀରେ ଏହାର ଜବାବ ଦିଆଯିବ ବୋଲି ଏହି ଅଡିଓରେ କୁହାଯାଇଛି । ଏହି ଅଡିଓ ମିଳିବା ପରେ ପୋଲିସ ଓ ସୁରକ୍ଷା ଏଜେନ୍ସି ଆଲର୍ଟ ହୋଇଛନ୍ତି । 24 ଘଣ୍ଟା ମଧ୍ୟରୁ 300 ଆତଙ୍କବାଦୀ ଙ୍କୁ ଧରାଯାଇଛି ।

ୟୁପିଏ ଏଟିଏସର ସୂତ୍ର ଅନୁଯାୟୀ ସିଏର୍ମ ଯୋଗୀଙ୍କୁ ପଠା ଯାଇଥିବା ଅଡିଓରେ ଭଏସ ରେକର୍ଡିଙ୍ଗ ପଠାଯାଇଛି । ଏହି ରେକର୍ଡିଙ୍ଗ ୟୁନାଟେଡ କିଙ୍ଗଡମ ଲୋକେସନ ରୁ ମିଳିଛି । ବର୍ତ୍ତମାନ ମ୍ଯାସେଜ ସମ୍ବଧିତ ଦିଗକୁ ନେଇ ଯାଞ୍ଚ ଚାଲିଛି । ୟୁପିଏ ଏଟିଏସ ଅଯୋଧ୍ୟାରୂ 3 ସଦିଗ୍ଧଙ୍କୁ ଗିରଫ କରିଥିଲା । ଧରା ପଡିଥିବା ସଦିଗ୍ଧଙ୍କ ମଧ୍ୟରେ ଜଣେ ରାଜସ୍ଥାନ ନିବାସୀ ଧର୍ମବିର ଅଟନ୍ତି । ନିଜ ଦୁଇ ସହଯୋଗୀଙ୍କ ସହ ଅଯୋଧ୍ୟା ଯିବା ସମୟରେ ଏଟିଏସ ଧରିଥିଲା ।

ପୂର୍ବରୁ ଅର୍ଶଦଡେଲା କୁ ଭାରତ ସରକାର ଆତଙ୍କବାଦୀ ସଂଘଠନ ବୋଲି ଘୋଷଣା କରିଛି । ଏହି 3 ଜଣ କେଉଁ ଉଦ୍ଦେଶ୍ୟ ନେଇ ଅଯୋଧ୍ୟାକୁ ଆସିଥିଲେ ତାହାର ତଦନ୍ତ ଚଲାଇଛି । ପର୍ନୁ ଏହା ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ତ ଙ୍କୁ ମଧ୍ୟ ଧମକ ଦେଇଥିଲେ । ପର୍ନୁ ଜାନୁଆରୀ 26ରେ ଆକ୍ରମଣ କରିବା ପାଇଁ ଗ୍ୟାଙ୍ଗଷ୍ଟାର ଙ୍କୁ ଏକାଠି ହେବା ପାଇଁ ଆହ୍ଵାନ ଦେଇଥିଲା । ପଞ୍ଜାବ ଙ୍କ ଗ୍ୟାଙ୍ଗଷ୍ଟାରଙ୍କ ବିରୁଦ୍ଧରେ କଡା ଆଭିମୁଖ୍ଯ ମିଳିବା ପରେ ଏହି ଖବର ପୋଲିସକୁ ମିଳିଥିଲା ।

ପର୍ନୁ ଯୋଗୀ ଙ୍କୁ ହତ୍ୟା ଧମକ ଦେଇଥିଲେ ସୁଧା ତାଙ୍କ ଆଖ ପାଖରେ ପହଞ୍ଚି ପାରିବ ନାହିଁ । ସିଏମ ଯୋଗୀଙ୍କ ସୁରକ୍ଷା ଦେଖିବାକୁ ଗଲେ ତାଙ୍କ ସହ ସବୁବେଳେ ଏନଏଚଜିର 25 କମାଣ୍ଡୋ ରହିଥାନ୍ତି । 8 ଘଣ୍ଟାର ସିଫ୍ଟ ଅନୁଯାୟୀ ମୋଟ 75 କମାଣ୍ଡୋ ମୁତୟନ ରହିଥାନ୍ତି । ତାଙ୍କୁ ମିଳିଥିବା ଜେଟ ପ୍ଲସ ସୁରକ୍ଷାରେ 5ଟି ବୁଲେଟ ପ୍ରୁଫ ଗାଡି ମଧ୍ୟ ସାମିଲ ରହିଛି । ଦେଶର ହାତ ଗଣତି ବ୍ୟକ୍ତିଙ୍କୁ ଏପରି ସୁରକ୍ଷା ମିଳିଥାଏ ।

ତେବେ ପର୍ନୁଙ୍କୁ ଯୋଗୀଙ୍କୁ ଧମକ ଦେବା ଏହା ପ୍ରଥମ ଥର ନୁହେଁ ବରଂ ଦୁଇ ବର୍ଷ ପୂର୍ବରୁ ଯୋଗୀଙ୍କୁ ପର୍ନୁ ହତ୍ୟା ଧମକ ଦେଇଥିଲା । ରେକର୍ଡ କରି କୁହାଯାଇଛି ଯେ ଅଗଷ୍ଟ 15ରେ ଯୋଗୀ ଙ୍କୁ ଆମେ ଲକ୍ଷ୍ନୌ ର ବିଧାନସଭା ରେ ପତାକା ଉତ୍ତୋଳନ କରାଇ ଦେବୁ ନାହିଁ । ଭାରତର ସରାକର 2019ରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବା ଅଭିଯୋଗରେ ପର୍ନୁ ସଂଘଠନ ଉପରେ ବ୍ୟାନ ଲଗାଇଥିଲେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।