ନମସ୍କାର ବନ୍ଧୁଗଣ । ଯାଜପୁର ର ଜ୍ୟୋସ୍ନାରାଣୀ ଙ୍କ ମୃତ୍ୟୁ କୁ ଆଜି 15 ଦିନ ବିତି ଗଲା । ଆଉ ଏହାରି ଭିତରେ ଘଟିଛି ଆଉ ଏକ ଅଘଟଣ । ସୂଚନା ଅନୁଯାୟୀ କୁମ୍ଭୀର ପୁଣି ଥରେ ଜଣେ ବୃଦ୍ଧ ଙ୍କୁ ଟାଣି ନେଇଛି । ଗତ 16 ତାରିଖରେ ଯାଜପୁର ଜିଲ୍ଲା ବିରୂପା ନଦୀ ରେ ଝୁଣି ଝୁଣି ଓଲଟ ପାଲଟ କରି ଖାଇ ଯାଇଥିଲା ନର ରାକ୍ଷସ କୁମ୍ଭୀର । ଏହା ପରେ ଦିନକୁ ଦିନ ନଦୀ ପରିବର୍ତ୍ତନନ କରୁଥିଲା ମଣିଷଖିଆ କୁମ୍ଭୀର ।

ସବୁ ନଦୀ ଘୁରି ବୁଲିଥିଲା ହେଲେ କେଉଁ ଠାରେ ମଣିଷ ମାଂସସ ରେ ପାଉ ନ ଥିଲା ମଣିଷ ର ମାଂସ । ଏମିତିକି କୁମ୍ଭୀର ପାଣିରୁ ବାହାରି ଆସି ଗାଁ ରାସ୍ତା ରେ ବୁଲୁଥିଲା । ମଣିଷ ମାଂସ ନ ପାଇ କୁକୁଡା ମାଂସ କୁ ଖାଉଥିଲା । ଦୀର୍ଘ 15 ଦିନ ପରେ ଆଜି ମଣିଷଖିଆ କୁମ୍ଭୀର ପାଟି ରେ ମଣିଷ ର ମାଂସ ଲାଗିଛି । ଆଜି ସକାଳେ କେନ୍ଦ୍ରାପଡା ଜିଲ୍ଲା ବ୍ରାହ୍ମଣୀ ନଦୀ ରେ କୁମ୍ଭୀର ପାଇ ଯାଇଛି ମଣିଷ ମାଂସ ।
ଆଉ ଟାଣି ନେଇଗଲା ନାଇଡ ଭିତରକୁ । କେନ୍ଦ୍ରାପଡା ଜିଲ୍ଲା ମହାକଳାପଡା ଥାନା କେୟାରବଙ୍କା ଗାଁ ରେ ଘଟିଛି ଏଭଳି ଅଘଟଣ । ସକାଳୁ ବାହାରି ପଡିଥିଲେ ବୃଦ୍ଧ ଜଣକ ମଇଁଷି ଚରାଇବାକୁ ବ୍ରାହ୍ମଣୀ ନଦୀ କୁ । କିନ୍ତୁ କିଏ ବା ଜାଣିଥିଲା ମଇଁଷି ଚରାଇବା ତାଙ୍କ ପାଇଁ ଶେଷ ଦିନ ହୋଇଯିବ ବୋଲି । ବ୍ରାହ୍ମଣି ନଦୀ କୂଳରେ ଛକି ବସିଥିଲା ମଣିଷଖିଆ କୁମ୍ଭୀର ।

ନଦୀ କୁଳକୁ ବୃଦ୍ଧ ଜଣକ ମଇଁଷି ଚରାଇବାକୁ ଯାଇଥିଲେ । ବୃଦ୍ଧ ଙ୍କୁ ଦେଖିବା ପରେ ପାଣି ଭିତରୁ ଉଠି ଆସି କୁମ୍ଭୀର ଟି ମଇଁଷି ଚରାଳି ଭାସ୍କର ରାଉତ ଙ୍କୁ ପାଣି କୁ ଟାଣି ନେଇଥିଲା । ଆଉ ତା ପରେ ପାଣିରେ ଲୁଚି ଯାଇଥିଲା କୁମ୍ଭୀର । ସକାଳୁ ସକାଳୁ କେନ୍ଦ୍ରପଡା ବ୍ରାହ୍ମଣି ନଦୀ କୁ ଯାଇଥିଲେ ମଇଁଷି ଚରାଇବାକୁ । ଆଉ ତାଙ୍କ ସହ ଏମିତି ଅଘଟଣ ଘଟିଗଲା ।
ନଦୀ ରେ ବନିଶି ବୁଲୁଥିଲେ ହେଲେ ଭାସ୍କର ନ ଥିଲେ । କୁମ୍ଭୀର ଭାସ୍କର ଙ୍କୁ ଟାଣି ନେଇ ଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତେବେ ନିଖୋଜ ଥିବା ବୃଦ୍ଧ ଜଣକ ହେଉଛନ୍ତି ଯାଜପୁର ଗାଁ ର ଭାସ୍କର ରାଉତ । ଏବେ ରାଜନଗର ଅଞ୍ଚଳ ବାସୀ ଆତଙ୍କିତ ହେବା ସହ ଭୟଭୀତ ହେଲେଣି ।
ଏହା ମଧ୍ୟରୁ 2 ମାସ ଭିତରେ 4 ଜଣଙ୍କୁ ପାଣି କୁ ନେଇ ନିଜର ଶିକାର କରିଛି କୁମ୍ଭୀର । ତେବେ ରାଜନଗର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବାରମ୍ବାର କୁଭୀର ଦେଖାଯିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।