ନମସ୍କାର ବନ୍ଧୁଗଣ । କେଉଁଝର ରୁ “ସାରେ ଗାମା ପା ଲିଟିଲ ଚାମ୍ପ” ମଞ୍ଚ ରୁ ଯାତ୍ରା ଆରମ୍ଭ କରିଥିଲେ । ଲୋକ ମାନଙ୍କ ପାଖରେ ପହଞ୍ଚିବା ପାଇଁ ଓ ନିଜର ଭଏସ କୁ ଲୋକଙ୍କ ଠାରେ ପହଞ୍ଚାଇବା ପାଇଁ ଅନେକ ସଂଘର୍ଷ କରିଥିଲେ ପିଲାଦିନୁ । ତାଙ୍କ ସହ ଶାଠ ଦେଇଥିଲେ ତାଙ୍କ ଭଉଣୀ । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଓଡିଶାର ଗର୍ବ ସତ୍ୟଜିତ ଜେନା ଓ ତାଙ୍କ ଭଉଣୀ । ସତ୍ୟଜିତ ତାଙ୍କ ଭଉଣୀ କୁ ସପୋର୍ଟ ସିଷ୍ଟମ ମଧ୍ୟ ମାନିଥାନ୍ତି ।
ତେବେ ଉଭୟ ଭାଇ ଭଉଣୀ ଏକ ସାକ୍ଷାତକାର ରେ ନିଜର ସଙ୍ଗୀତ କୁ ନେଇ ବଡ ଖୁଲାସା କରିଛନ୍ତି । ଆସନ୍ତୁ ନଜର ପକାଇବା ଖବର ବିଷୟରେ । ସତ୍ୟଜିତଙ୍କ ଭଉଣୀ କହିଛନ୍ତି ” ପିଲାଦିନୁ ଆମେ ମିସିକି ରହୁ । ସଙ୍ଗୀତ ମଧ୍ୟ ଏକାଠି ଗାଇଥାଉ । ଆମେ ଭାଇ ଭଉଣୀ ଅଲଗା ଲୋକଙ୍କ ସହ କାମ କରୁଛୁ । ଲିରିକ୍ସ ଆମେ ଦୁହେଁ ଲେଖିଥାଉ । ନିଜ ହିସାବରେ କମ କରିବାକୁ ପସନ୍ଦ କରୁ ।
ଅନେକ ଗୁଡାଏ କଥା ରହିଛି ଯାହା ପାଇଁ ଆମେ ଦୁଃଖ ଅନୁଭବ କରୁ । ଏମିତି ଅନେକ ସମୟରେ ଆମେ ଯେଉଁଠି ଡିଜର୍ଭ କରିଥାଉ ଆମକୁ ଚାନ୍ସ ମିଳେନି । ଏବେ ଆମେ ଖୁସି ରେ ସେ ସବୁ ଆଲୋଚନା କରୁଛୁ । ଜି-ଟିଭି ରେ ସତ୍ୟ କୁ ଗୋଟେ ଚାନ୍ସ ମିଳିଥିଲା ଯେବେ ପ୍ରସିଦ୍ଧ ସଂଗୀତକାର ଏ.ଆର ରେହମାନ ସାର ଆସିଥିଲେ । ଆମେ କେବେ ଭାବି ନ ଥିଲୁ ସେ ଗୀତ ଟି ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ।
ଆମ ପାଇଁ ସେଟା ଗୋଟେ ଖୁସି ର ସମୟ ଥିଲା । ଆମକୁ ମ୍ୟୁଜିକ ଲାଇନ ରେ ବାପା ହିଁ ଏନ୍ଟର କରାଇ ଥିଲେ । ମ୍ୟୁଜିକ ପ୍ରତି ବାପାଙ୍କର ଦୁର୍ବଳତା ଅଧିକ ରହିଛି” । ସତ୍ୟଜିତ କହିଛନ୍ତି ଯେ “2012-13 ବେଳକୁ ଆମେ ଦୁହେଁ ମିଶି ୟୂଟ୍ଯୂବ ଚ୍ୟାନେଲ ଖୋଲିଲୁ । ପ୍ରଥମେ ପ୍ରଥମେ ଗୀତ ଏତେ ଭାଇରାଲ ହେଉ ନ ଥିଲା । ଧୀରେ ଧୀରେ ଗୀତ ଭାଇରାଲ ହେଲା ଓ ଲୋକ ମାନେ ଶୁଣିବାକୁ ଆଗ୍ରହୀ ହେଲେ ।
ତା ପରେ ମୁଁ ଯେବେ ଜି- ଟିଭି କୁ ଗାଳି ସେତେବେଳେ ଅରିଜିନାଲ ଗୀତ ମୁଁ ବନାଇଲି ଯାହା ଲୋକ ମାନଙ୍କୁ ଭଲ ଲାଗିଲା । ମୁଁ ଯେବେ ପ୍ରଥମ ଥର ପାଇଁ “ସାରେଗାମାପା ଲିଟିଲି ଚାମ୍ପ” ସୋ ରେ ଯାଇଥିଲି ମୋ ଦିଦି ହିଁ ମୋତେ ସଜେଷ୍ଟ କରିଥିଲେ ମିଲେ ହୋ ତୁମ ହମ କୋ ଗୀତ ଗାଇବାକୁ । ସେ ଗୀତ ସମସ୍ତଙ୍କୁ ବହୁତ ଭଲ ଲାଗିଲା ।
ସେହି ସୋ ରେ ଶିଂଗର ନେହାଁ କକ୍କର ମଧ୍ୟ ଉପସ୍ଥିତ ଥିଲେ ଆଉ ସେହି ହିଁ ଗୀତ ଗାଇଥିଲେ । ସେତେବେଳେ ନେହାଁ ଙ୍କ ରିୟାକସନ ଦେଖି ମୁଁ ବହୁତ ଖୁସି ହୋଇ ଯାଇଥିଲି” । ବନ୍ଧୁଗଣ ଆପଣ ମାନଙ୍କୁ ଶିଂଗାର ସତ୍ୟଜିତ ଙ୍କ ଗୀତ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।