ଜୁନ ୩୦ ପୂର୍ବରୁ ନିହାତି ସାରି ଦିଅନ୍ତୁ ପଇସା ସହ ଜଡିତ ଏହି ୭ଟି ଜରୁରୀ କାମ, ନହେଲେ ପଡିବେ କ୍ଷତିରେ

କେନ୍ଦ୍ର ସରକାର କରୋନା ଭାଇରସ କାରଣରୁ ଗତ ଦୁଇ ମାସରୁ ଲାଗୁ ହୋଇଥିବା ଲକଡାଉନ ମଧ୍ୟରେ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ଅନେକ କିଛି ଘୋଷଣା କରିଛନ୍ତି । ଏହା ସହିତ ସରକାର ଟିକସ ସଞ୍ଚୟ ଯୋଜନାରେ ନିବେଶ, ପ୍ୟାନକୁ ଆଧାର ସହିତ ଲିଙ୍କ କରିବା ସହିତ ସରକାର ବିଭିନ୍ନ ଆର୍ଥିକ କାର୍ଯ୍ୟର ଶେଷ ତାରିଖ ମଧ୍ୟ ଆଗକୁ ବଢାଇ ଦେଇଛନ୍ତି ଯେମିତି କି ଲୋକ ମାନଙ୍କୁ ଅସୁବିଧାର ସାମନା କରିବାକୁ ପଡିବ ନାହିଁ । ଏଥିରେ କିଛି ଫାଇନାସିଆଲ ଡେଟଲାଇନ ଜୁନ ଶେଷ ପର୍ଯ୍ୟନ୍ତ ହିଁ ଅଛି । ଆପଣ ଜୁନ ୩୦ ପୂର୍ବରୁ ଟଙ୍କା ସମ୍ବନ୍ଧିତ କିଛି ମୁଖ୍ୟ କାମକୁ ସାରି ଦିଅନ୍ତୁ ନହେଲେ ଆପଣଙ୍କର କ୍ଷତି ହୋଇପାରେ ।

୧ – କେନ୍ଦ୍ର ସରକାର ପ୍ୟାନ କୁ ଆଧାର ସହିତ ଯୋଡିବାର ଶେଷ ତାରିଖକୁ ୩୧ମାର୍ଚ ରୁ ବଢାଇ ୩୦ ଜୁନ କରି ଦେଇଥିଲେ । ଯଦି ଆପଣ ୩୦ଜୁନ ମଧ୍ୟରେ ନିଜର ପ୍ୟାନକୁ ଆଧାର ସହିତ ଲିଙ୍କ କରିବେ ନାହିଁ ତାହେଲେ ଏହା ବେଆଇନ ହୋଇଯିବ । ଏହାଦ୍ୱାରା ଆପଣ କୌଣସି ଆର୍ଥ କାରବାର କରିପାରିବେ ନାହିଁ ଯେଉଁଥିରେ ପ୍ୟାନ ଅନିବାର୍ଯ୍ୟ ଅଟେ । ଆପଣଙ୍କୁ ନିଜର ଆଇଟିଆର ଭରିବା ପାଇଁ ବି ପ୍ୟାନର ଆବଶ୍ୟକତା ହୋଇଥାଏ ।

୨ – ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଟିକସ ସଞ୍ଜୟ ସମାପ୍ତ କରିବାର ଅବଧିକୁ ୩୧ ମାର୍ଚରୁ ବଢାଇ ୩୦ଜୁନ ପର୍ଯ୍ୟନ୍ତ କରାଯାଇ ଥିଲା । ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଟିକସ ସଞ୍ଚୟ ଯୋଜନାରେ ବିନିଯୋଗ କରିନାହାଁନ୍ତି ତାହେଲେ ଆପଣଙ୍କ ପାଇଁ ୩୦ଜୁନ ପର୍ଯ୍ୟନ୍ତ ସୁଯୋଗ ଅଛି । ଆପଣ ୩୦ ଜୁନ ସୁଧା ୮୦ସି ଏବଂ ୮୦ଡି ଅଧୀନରେ ଟ୍ୟାକ୍ସ ଛାଡ ଉପଲବ୍ଧ କରାଉଥିବା ଯୋଜନାରେ ବିନିଯୋଗ କରିପାରିବେ ।

୩ – ସଂଶୋଧିତ ଆଇଟିଆର ଦାଖଲ କରିବାର ଶେଷ ସମୟ ମଧ୍ୟ ୩୦ଜୁନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ଥିଲା । ଯଦି ଆପଣ ୨୦୧୮-୧୯ ର ଆଇଟିଆର ଦାଖଲ କରିନାହାଁନ୍ତି ତାହେଲେ ଆପଣ ରିଭାଇଜ୍ଦ ଆଇଟିଆର ଅଧୀନରେ ୩୦ଜୁନ ମଧ୍ୟରେ ଦାଖଲ କରିପାରିବେ ।

୪ – ସରକାର ଫର୍ମ-୧୬ ପ୍ରଦାନକାରୀ ତାରିଖକୁ ଏକ ନିୟମାବଳୀ ମାଧ୍ୟମରେ ୩୦ଜୁନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଫର୍ମ-୧୬ରେ ନିଯୁକ୍ତିଦାତା ଦ୍ଵାରା ଆର୍ଥିକ ବର୍ଷରେ କଟାଯାଇ ଥିବା ଟ୍ୟାକ୍ସର ସମ୍ପୂର୍ଣ ବିବରଣୀ ରାହିଥାଏ । ଏହା ସହିତ କର୍ମଚାରୀଙ୍କୁ ଦିଆଯାଉଥିବା ମୋଟ ଦରମା ଏବଂ ଭତ୍ତା ବିଷୟରେ ମଧ୍ୟ ସୂଚନା ରହିଛି । ଏହି ଫର୍ମ ସାହାଯ୍ୟରେ ଆଇଟିଆର ଦାଖଲ କରିବାରେ ବହୁତ ସହଜ ହୋଇଥାଏ ।

୫ – ଯଦି ଆପଣ ସର୍ବନିମ୍ନ ବାର୍ଷିକ ଦରମା ଜମା କରିବା ପାଇଁ ପିପିଏଫ ଖାତା କିମ୍ବା କୌଣସି ବି ଛୋଟ ସେବିଙ୍ଗ ସ୍କିମ ଆକାଉଣ୍ଟ ଖୋଲିଛନ୍ତି ତାହେଲେ ଶେଷ ତାରିଖ ପରେ ଆବଶ୍ୟକ ପରିମାଣ ଜମା ନ କଲେ ଜୋରିମାନା ଲାଗିପାରେ । ବର୍ତ୍ତମାନ ପିପିଏଫ ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ଆକାଉଣ୍ଟରେ ସର୍ବନିମ୍ନ ରାଶି ଜମା ନକରିବା ଦ୍ଵାରା ଜୋରିମାନା ଲାଗିଥାଏ । ଯଦି ଆପଣ ଏପ୍ରିଲ ଏବଂ ମେ ରେ ନିଜ ଖାତାରେ ଟଙ୍କା ଜମା କରିନାହାଁନ୍ତି ତାହେଲେ ଆପଣ କୌଣସି ବିନା ଦଣ୍ଡବିଧାନରେ ୩୦ଜୁନ ପର୍ଯ୍ୟନ୍ତ ବିନିଯୋଗ କରିପାରନ୍ତି ।

୬ – ଯଦି ଆପଣ ୩୧ମାର୍ଚରେ ମ୍ୟାଚ୍ୟୁର ହୋଇ ସାରିଥିବା ପିପିଏଫ ଆକାଉଣ୍ଟକୁ ଆଗକୁ ଜାରି ରଖିବା ପାଇଁ ଚାହୁଁଛନ୍ତି ଏବଂ ଲକଡାଉନ କାରଣରୁ କରିପାରି ନାହାନ୍ତି ତାହେଲେ ଆପଣ ୩୦ ଜୁନ ସୁଧା ଏହି କାମକୁ ଶେଷ କରିଦିଅନ୍ତୁ ।

୭ – ସରକାର ଫେବୃୟାରି ଏବଂ ଏପ୍ରିଲ ୨୦୨୦ ମଧ୍ୟରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସିନିୟର ସିଟିଜେନ ସ୍କିମ ଆକାଉଣ୍ଟରେ ନିବେଶ କରିବାର ତାରିଖକୁ ୩୦ ଜୁନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଯୋଜନା ନିୟମ ଅନୁସାରେ ୫୫-୬୦ବର୍ଷ ବୟସର ଅବସରପ୍ରାପ୍ତ ବ୍ୟକ୍ତିମାନେ ଏସସିଏସଏସ ସ୍କିମରେ ସେବାନିବୃତ ଲାଭ ପାଇବା ପରେ ଏକ ମାସ ପାଇଁ ମଧ୍ୟ ନିବେଶ କରିପାରିବେ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।