ଜୁନ ୧ ରୁ ଲାଗୁ ହେବ ଏହି ସବୁ ନୂଆ ନିୟମ, ଜାଣନ୍ତୁ କଣ କଣ ବଦଳିବ ଓ ଆପଣଙ୍କ ପକେଟ ଉପରେ କଣ ରହିବ ଏହାର ପ୍ରଭାବ

କୋରୋନା ଭାଇରସ ଯୋଗୁ ଦେଶରେ ଅନେକ ସମସ୍ଯା ସୃଷ୍ଟି ହେଉଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ ଥିବା କର୍ମଚାରୀ ମାନେ ମଧ୍ୟ କୋରୋନାର ଶିକାର ହେଉଛନ୍ତି ।

ଯାହା ଦ୍ଵାରା ସେମାନଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ପ୍ରଭାବ ଦେଖା ଯାଉଛି । ବର୍ତ୍ତମାନ ଜୁନ ମାସରୁ ଆଉ ଏକ ପରିବର୍ତ୍ତନ କରା ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ବଡ ପରିବର୍ତ୍ତନ କଣ ଅଟେ । ଜୁନ ମାସ ପହିଲାରୁ ଗ୍ରାହକ ମାନଙ୍କର ଜୀବନ ଶୈଳୀ ଉପରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିବ ।

ଜୁନ ମାସର ପହିଲାରୁ ଇନକମ ଟ୍ୟାକ୍ସ ଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ବ୍ଯତୀତ ନିବେଶ ସମ୍ପର୍କିତ ଅନେକ ଯୋଜନାରେ ପରିବର୍ତ୍ତନ ଦେଖାଯିବ । ଜୁନ ମାସ ପହିଲାରୁ ଏଲପିଜି ସିଲିଣ୍ଡରର ଦର ବଦଳି ପାରେ ।

ପ୍ରତି ମାସର ଆରମ୍ଭରୁ ଗ୍ଯାସ କମ୍ପାନୀ ଗ୍ଯାସ ଦର ଅଧିକ ବା କମ କରିଥାନ୍ତି । ବର୍ତ୍ତମାନ ସିଲିଣ୍ଡରର ଦର ୧୦୦୦ ଟଙ୍କାରୁ କିଛି କମ ରହିଛି । ତେଣୁ ସିଲିଣ୍ଡର ଦର ବଢିବ ନା କମିବ ଏହାକୁ ନେଇ ନୂଆ ଦର କମ୍ପାନୀ ଲାଗୁ କରିବ । ଯେଉଁ ମାନେ ଇନକମ ଟ୍ୟାକ୍ସ ଫେରସ୍ତ କରୁଥିଲେ ତେବେ ସେମାନଙ୍କ ପାଇଁ ଏକ ବଡ ଖବର ଆସି ପହଞ୍ଚିଛି । ଜୁନ ମାସ ୭ ତାରିଖରୁ ଆଇଟିଆର ନୂଆ ୱେବସାଇଟ ଲଞ୍ଚ ହେବାକୁ ଯାଉଛି ।

ଯେଉଁ ମାନେ ଇନକମ ଟ୍ୟାକ୍ସ ରିଟର୍ନ କରୁଥିବେ ସେମାନେ ଜୁନ ୧ରୁ ୬ ତାରିଖ ଯାଏଁ ୱେବସାଇଟ ବ୍ୟବହାର କରି ପାରିବେ ନାହି । ସିଣ୍ଡିକେଟ ଓ କାନାଡା ବ୍ଯାଙ୍କର ମିଶ୍ରଣ ପରେ ସିଣ୍ଡିକେଟ ବ୍ୟାଙ୍କର ଗ୍ରାହକ ମାନଙ୍କୁ ଜୁନ ୩୦ରେ ମଧ୍ୟରେ IFSC କୋଡ ଅଅଡେଟ କରିବା ପାଇଁ ନିର୍ଦେଶ ଲାଗୁ କରା ଯାଇଛି । କାରଣ ଜୁଲାଇ ୧ରୁ ପୁରୁଣା IFSC କୋଡ ଅମାନ୍ଯ ହୋଇଯିବ । ତେଣୁ ଯେଉଁ ମାନେ ସିଣ୍ଡିକେଟ ବ୍ଯାଙ୍କର ଗ୍ରାହକ ହୋଇଥିବେ ସେମାନେ ନିଜର IFSC କୋଡ ଅପଡେଟ କରାଇ ନିଅନ୍ତୁ ।

ବ୍ଯାଙ୍କ ଅଫ ବରୋଦାର ଗ୍ରାହକ ମାନଙ୍କ ପାଇଁ ଜୁନ ୧ରୁ ଚେକ ମାଧ୍ୟମରେ ପେମେଣ୍ଟ କରିବାର ନିୟମ ବଦଳି ଜୀବ । ଗ୍ରାହକ ମାନଙ୍କ ପାଇଁ ବ୍ଯାଙ୍କ ପଜେଟିଭ ପେ ସିଷ୍ଟମ ରେ ଚେକ ପେମେଣ୍ଟ କରିବାର ନିୟମ ଲାଗୁ କରିଛି । ବିଭିନ୍ନ ପ୍ରକାରର ଠକେଇ କାମକୁ ରୋକିବା ପାଇଁ ବ୍ଯାଙ୍କ ଏଭଳି ନିୟମ ଲାଗୁ କରିଛି ଯାହା ଫଳରେ ସଂପୂର୍ଣ୍ଣ ଭାବେ ତଥ୍ୟର ଯାଞ୍ଚ କରାଯାଇ ଟଙ୍କା କାରବାର କରାଯିବ ।

ଜୁନ ୧ରୁ ଗୁଗୁଲ ଶେୟାର ଷ୍ଟୋରେଜରେ ନୂଆ ପରିବର୍ତ୍ତନ କରାଯିବ । ଗୁଗୁଲ ବ୍ୟବହାର କରୁଥିବା ବ୍ୟକ୍ତି ଅଧିକ ଫୋଟୋ ନିଜ ମିଡିଆରେ ରଖି ପାରିବେ ନାହି । ମାତ୍ର ୧୫ ଜିବି ସ୍ପେସ ଭିତରେ ଗୁଗୁଲ ବ୍ୟବହାର କରିବାର ନିୟମ ଲାଗୁ ହୋଇଛି । ଯଦି ଅଧିକ ଜିବି ଦରକାର ତେବେ ସେଥିପାଇଁ ଟଙ୍କା ଦେବାକୁ ପଡିବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।