୧୭ ଜୁନ ସକାଳ ୫ ଟା ପର୍ଯ୍ୟନ୍ତ ପୁଣି ବଢିଲା ଲକଡାଉନ, ଦେଖନ୍ତୁ କଣ ଖୋଲା କଣ ରହିବ ବନ୍ଦ, ଏହି ନିୟମ ନ ମାନିଲେ ଦେବାକୁ ପଡିବ ଫାଇନ

ଆପଣ ମାନେ ତ ଜାଣିଛନ୍ତି ଯେ ବର୍ତ୍ତମାନ କରୋନା ମହାମାରୀ କାରଣରୁ ସାରା ଦେଶରେ ଲକଡାଉନ ଜାରି ରହିଛି । ଏହାଦ୍ବାରା ଅନେକ କର୍ମଚାରୀ ଙ୍କୁ ନିଜର ଚାକିରୀ ମଧ୍ୟ ହରାଇବାକୁ ପଡୁଛି ଓ ଭୋକ ଉପାସ ରେ ମଧ୍ୟ ଦିନ କାଟିବାକୁ ପଡୁଛି ।

ବର୍ତ୍ତମାନ ଖବର ଆସିଛି କି ଜୁନ ୧୭ ତାରିଖ ସକାଳ ୫ ଟା ଯାଏ ଲକଡାଉନ ଅବଧି କୁ ବାଧା ଯାଇଛି । ଅର୍ଥାତ ଆଉ ୧୬ ଦିନ ପର୍ଯ୍ୟନ୍ତ ଲକଡାଉନ ର ଅବଧି ବଢିଛି । ଯଦିଓ ବର୍ତ୍ତମାନ ରାଜ୍ୟରେ କୋରନା ମହାମାରୀ ର ପ୍ରଭାବ କମିବାକୁ ଲାଗିଛି କିନ୍ତୁ ତଥାପି ପସିଟିଭ କେସ ର ମାତ୍ରା ବର୍ତ୍ତମାନ ପର୍ଯ୍ୟନ୍ତ ୧୪% ରହିଛି ।

ପୂର୍ବ ଲକଡାଉନ ରେ କେଉଁ ସବୁ ଜିନିଷ ପାଇଁ ପ୍ରତିବନ୍ଧକ ଥିଲା ସେସବୁ ଜାରି ରହିବ । ଯେମିତି କି ବାହାଘର ଓ ଅନ୍ୟ କାର୍ଯ୍ୟ ପାଇଁ ଭୋଜି ଇତ୍ୟାଦି ପାଇଁ ନିୟମ ରହିଥିଲା, କେତେ ଜଣ ଲୋକ ବାହାଘର ଓ ବ୍ରତଘର ରେ ଯୋଗ ଦେଇ ପାରିବେ ତାହା ମଧ୍ୟ ନିୟମ ଥିଲା ସେସବୁ ସମାନ ରହିବ ।

ପରିବହନ, ଇଣ୍ଡଷ୍ଟ୍ରିଆଲ ଆକ୍ଟିଭିଟି, ବ୍ୟାଙ୍କିଙ୍ଗ ଆକ୍ଟିଭିଟି ଏହିଭଳି ଅନେକ ଆକ୍ଟିଭିଟି ସେସବୁ ମଧ୍ୟ ସମାନ ରହିବ । ସେହିପରି ଶନିବାର ରବିବାର ମଧ୍ୟ ସଟ ଡାଉନ ଜାରି ରହିବ । ଏହି ସବୁ ନିୟମ ନ ମାନିଲେ ଫାଇଁ ଭରିବାକୁ ପଡିବ ।

ଏ ସମ୍ବନ୍ଧରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଏହା ପରାମର୍ଶ ଦେଉଛନ୍ତି ଯେ, ଏଭଳି ପରିସ୍ଥିତି ରେ ଆହୁରି ତିନି ରୁ ଚାରି ସପ୍ତାହ ଲକଡାଉନ ବଢ଼ାଇବାର ଆବଶ୍ୟକତା ରହିଛି । ତେଣୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହି ସମ୍ବନ୍ଧରେ ମୁଖ୍ୟ ଶାସନ ସଚିବ ମଧ୍ୟ କିଛି ସମୟ ପରେ ପ୍ରେସମିଟ ରେ ବିସ୍ତୃତ ରୂପରେ କହିବେ ।

ଖାସ କରି ଆଗକୁ ଦୁଇଟି ମୁଖ୍ୟ ପର୍ବ ସାବିତ୍ରୀ ଓ ରଜ ଆସୁଥିବା ରୁ ଅଧିକ ଭିଡ଼ ହେବ ଯେଉଁ କାରଣରୁ ଲକଡାଉନ ର ଅବଧି କୁ ୧୬ ଦିନ ପର୍ଯ୍ୟନ୍ତ ବଢ଼ିବ ଏବଂ ଏଥର ଲକଡାଉନ ଜୁନ ମାସ ୧୭ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ରହିବ ।