କରୋନା ର କଳା କାହାଣୀ, ଶୁଣିଲେ ଛାତି ଥରି ଉଠିବ, ଭୟଭୀତ ନୁହେଁ ସତର୍କ ରୁହନ୍ତୁ !

ଆମ ଦେଶରେ ଯେପରି ଭାବେ କରୋନା ମହାମାରୀ ବଢିବାରେ ଲାଗିଛି ତାହାର ଶେଷ କେବେ ହେବ ତାହା କିଛି କହି ହେବ ନାହି । କରୋନା ଯେଉଭଳି ଭାବେ ବ୍ୟାପିବାରେ ଲାଗିଛି ପୁରା ବିଶ୍ବରେ ଆତଙ୍କର ଭୟ ଖେଳିଯାଇଛି । ଅନେକ ଲୋକମାନେ ସଂକ୍ରମିତ ହୋଇ ମୃ-ତ୍ୟୁ-ର ସାମନା କରୁଛନ୍ତି । କରୋନାକୁ ନେଇ ଅନେକ କଳା କାହାଣୀ ସାମନାକୁ ଆସୁଛି । କରୋନାର ପ୍ରଥମ ପର୍ଯ୍ୟାୟ ଯେତିକି ଭୟଙ୍କର ଥିଲା ବର୍ତ୍ତମାନ ଦିତୀୟ ପର୍ଯ୍ୟାୟ ତା ଠାରୁ ଅଧିକ ଭୟଙ୍କର ହେବାରେ ଲାଗିଛି ।

ଏହି ସୋପାନରେ ଜଣେ ବ୍ୟକ୍ତି ୫୪ ଜଣ ଲୋକଙ୍କୁ ସଂକ୍ରମିତ କରୁଛି । ଲଣ୍ଡନ, ଆମେରିକାର ବୈଜ୍ଞାନିକଙ୍କ ମତରେ ବର୍ତ୍ତମାନ କରୋନା ଏକ ବାୟୁବାହିତ ରୋଗ ଭାବେ ମାତିବାରେ ଲାଗିଛି । ପ୍ରଥମ ସୋପାନରେ କରୋନା ବୃଦ୍ଧ ବ୍ୟକ୍ତିଙ୍କୁ ହେଉଥିଲା କିନ୍ତୁ ଦିତୀୟ ସୋପାନରେ ଛୋଟ ପିଲା ଓ ଯୁବକ ମାନଙ୍କୁ ହେବାରେ ଲାଗିଛି । ପ୍ରତିଦିନ କରୋନାରେ ୧୦୦୦ରୁ ଅଧିକ ଲୋକମାନେ ମୃ-ତ୍ୟୁ-ବରଣ କରୁଛନ୍ତି । ଆଗକୁ ଏହାର ସଂକ୍ରମଣ ଅଧିକ ହେବ ବୋଲି କୁହା ଯାଉଛି ।

ଏପ୍ରିଲ ମାସରେ ଯେତିକି ଲୋକଙ୍କର  ମୃ-ତ୍ୟୁ ହେଉଛି ମେ ମାସରେ ତା ଠାରୁ ଅଧିକ ଲୋକଙ୍କ ମୃ-ତ୍ୟୁ ହେବ ବୋଲି ଲାନସେଟ ମେଡିକାଲ ପକ୍ଷରୁ ସୂଚନା ମିଳିଛି । ଏହି ସୂଚନା ଅନୁଯାୟୀ ଜୁନ ମାସର ଆରମ୍ଭରୁ ପୁରା ଦେଶରେ ୨୩୦୦ରୁ ଅଧିକ ଲୋକ ପ୍ରାଣ ହରାଉ ଥିବେ । ଆଗକୁ ପରିସ୍ଥିତି ଅଧିକ ଭୟଙ୍କର ହେବାକୁ ଯାଉଛୁ । ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଞ୍ଜିତ ସିହ୍ନା ଗତକାଲି କରୋନାରେ ମୃ-ତ୍ୟୁବରଣ କରିଛନ୍ତି । ପିପିଲିର କଂଗ୍ରେସ ପ୍ରାର୍ଥୀ ଆଦିତି ମଙ୍ଗରାଜ ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି ।

ତାଙ୍କ ମା ଯିଏ କରୋନାରେ ପୀଡିତ ଥିଲେ ସେ ମଧ୍ୟ ମୃ-ତ୍ୟୁବରଣ କରିଛନ୍ତି । ପଶିମବଙ୍ଗରେ ଚାଲିଥିବା ନିର୍ବାଚନରେ ଅନେକ ପ୍ରାର୍ଥୀ ମାନେ ଏକତ୍ରିତ ହେଇ ରହୁଥିବାରୁ ଅନେକ ଲୋକଙ୍କର କରୋନାରେ ଦେ-ହା-ନ୍ତ ହେଉଛି । ଆଉ କିଛି ବିଧାନସଭା ମଣ୍ଡଳୀରେ ନିର୍ବାଚନ ବନ୍ଦ କରା ଯାଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ଆଗକୁ ପରିସ୍ଥିତି କେତେ ଉଦବେଗଜନିତ ଓ ମାରାତ୍ମକ ହେବାକୁ ଯାଉଛି । ଅକ୍ଷଫୋର୍ଡ ୟୁନିଭରସିଟି ତରଫରୁ କୁହା ଯାଇଛି ଯେ ୪୦ ପ୍ରତିଶତ ଲୋକ ଯେଉଁମାନେ କାଶନ୍ତି ବା ଛିଙ୍କନ୍ତି ନାହି କିନ୍ତୁ ସେମାନେ ଅନ୍ୟକୁ ସଂକ୍ରମଣ କରିଥାନ୍ତି । ଦିତୀୟ ସୋପାନରେ ଥଣ୍ଡା, କାଶ, ଜର ଆଦି ଲକ୍ଷଣ ଦେଖାଯାଉ ନାହି ।

ଯେଉ ମାନଙ୍କର ଏହିଭଳି ଲକ୍ଷଣ ଦେଖା ଯାଉ ନାହି ସେମାନେ ଅନ୍ୟକୁ ସଂକ୍ରମଣ କରୁଛନ୍ତି । ସମସ୍ତଙ୍କୁ ଚମକାଇ ଦେଲା ଭଳି ଖବର ରହିଛି ଯେ ମହାରାଷ୍ଟ୍ରର ନାନ୍ଦେଡରୁ ଜଣେ ଯୁବକ କରୋନାରେ ପ୍ରା-ଣ ହରାଇଥିବା ବେଳେ ତାଙ୍କ ସ୍ତ୍ରୀ ତାଙ୍କ ୩ ବର୍ଷର ପିଲାକୁ ନେଇ ପାଣିକୁ ଡେଇଁ ପଡି ପ୍ରା-ଣ ହରାଇଛନ୍ତି । ଏହିଭଳି ଭାବେ କାରୋନା ସମସ୍ତଙ୍କ ପ୍ରା-ଣ ନେବାରେ ଲାଗିଛି । ସେଥି ପାଇଁ ଆମ ସମସ୍ତଙ୍କୁ ଅଧିକ ସାବଧାନର ସହ ରହିବାକୁ ପଡିବ ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ