ଜଣେ ନାରୀ ଦୁଇଟି ରୂପ ! କରୋନ ସଂକ୍ରମଣ ବଢୁଥିବା ବେଳେ ମହିଳା କଂଷ୍ଟେବଳଙ୍କ ଏପରି କାମ ଦେଖିଲେ ଆପଣ ବି ପ୍ରଶଂସା ନକରି ରହି ପାରିବେନି

ବର୍ତ୍ତମାନ ଆମ ଦେଶରେ କରୋନା ରୋଗ ଯେପରି ବ୍ୟାପିବାରେ ଲାଗିଛି ତାହାର ଅନ୍ତ କେବ ହେବ ତାହା ବିଷୟରେ କିଛି କହି ହେବ ନାହି । କରୋନା ପାଇଁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ପୋଲିସ, ଡାକ୍ତର ଓ ଅନ୍ୟ କର୍ମଚାରୀ ମାନେ ମଧ୍ୟ କରୋନାର ସାମନା କରୁଛନ୍ତି । ଏହି ରୋଗର ମୁକାବିଲା କରିବା ପାଇଁ କୌଣସି ପ୍ରକାରର ଔଷଧ ଏ ପର୍ଯ୍ୟନ୍ତ ବାହାରି ନାହି । କେବଳ ବୟସ୍କ ଲୋକଙ୍କ ପାଇଁ ଟୀକା ବର୍ତ୍ତମାନ ସୁଧା ବାହାରିଛି ।

କିନ୍ତୁ ଯୁବକ ଓ ଛୋଟ ପିଲା ମାନକ ପାଇଁ ଏ ପର୍ଯ୍ୟନ୍ତ କୌଣସି ଟୀକା ବାହାରି ନାହି । ସେଥି ପାଇଁ ଛୋଟ ପିଲାଙ୍କ ପ୍ରତି ଅଧିକ ଧ୍ୟାନ ରଖିବାକୁ ପଡୁଛି । ଅଧିକାଂଶ ପୋଲିସ ମାନେ ଅଧିକ ଅସୁବିଧାର ସମୁଖିନ୍ନ ହେଉଛନ୍ତି । ଗତବର୍ଷ ଯେଭଳି ଭାବେ କଟାକଣା କରା ଯାଇଥିଲା ଏହି ବର୍ଷ ମଧ୍ୟ ନାଇଟ କର୍ଫୁ ଲାଗୁ କରା ଯାଇଛି । ଏହା ଫଳରେ ସାଧାରଣ ଜନତା ଅସୁବିଧାର ସାମନା କରିବା ସହ ପୋଲିସ ମାନେ ମଧ୍ୟ ଅସୁବିଧାର ସାମନା କରୁଛନ୍ତି ।

ଏଠାରେ ଏକ ପୋଲିସ ମହିଳାଙ୍କ ବିଷୟରେ କୁହା ଯାଇଛି ଯିଏ ନିଜ ଛୋଟ ପିଲାକୁ ଧରି ନିଜର ଡିଉଟି କରୁଛନ୍ତି । ଜଣେ ମା ପାଇଁ ତା ଛୁଆ ସବୁ କିଛି ହୋଇଥାଏ । ଏହି ମହିଳା ଜଣକ ଦୁଇ ଦୁଇଟି ଡିଉଟି କରୁଛନ୍ତି । ନିଜ ଛୋଟ ପିଲାକୁ ଧରି ଜଣେ ଭଲ ମା ହେବାର କର୍ତ୍ତବ୍ୟ କରିବା ବେଳେ ଜଣେ ଭଲ ପୋଲିସ ଅଫିସର ଭାବେ ରାତିରେ ନାଇଟ କର୍ଫୁରେ ନିଜର ଡିଉଟି କରୁଛନ୍ତି । କରୋନା ମହାମାରୀ ସମୟରେ ଯେତେବେଳେ ଲୋକ ମାନେ ଘରେ ରହୁଛନ୍ତି ସେତେବେଳେ ମଧ୍ୟପ୍ରଦେଶରୁ ଆସିଥିବା ଏହି ମହିଳା ଜଣକ ମୃତ୍ୟୁକୁ ନ ଡରି ନିଜର କର୍ତ୍ତବ୍ୟ କରୁଛନ୍ତି ।

ଜଣେ ମହିଳା ନିଜ ଛୋଟ ଛୁଆକୁ ଧରି ଡିଉଟି କରିବା ଭଳି ଦ୍ରୁଶ୍ଯ ଆଗରୁ ଦେଖା ଯାଇଛି । କିନ୍ତୁ ଯେବେ କରୋନା ସଂକ୍ରମଣ ବଢିବାରେ ଲାଗିଛି ପୁରା ଦେଶରେ ଭୟର ଆତଙ୍କ ଦେଖା ଯାଉଛି ସେତେବେଳେ ଏହି ମହିଳା ଜଣକ ସାହସ ଓ ଧର୍ଯ୍ୟର ସହ ନିଜ ଛୋଟ ପିଲାକୁ ଧରି ନାଇଟ ଡିଉଟି କରୁଛନ୍ତି । ବାସ୍ତବରେ ଏହି ମହିଳା ଜଣକ ହେଉଛନ୍ତି ଦୀପଙ୍କ ଗୁପ୍ତା ଯିଏ ପୁନେରେ ପୋଲିସ ଡିଉଟି କରିବା ପାଇଁ ନିଯୁକ୍ତି ହୋଇଛନ୍ତି । କରୋନା ମହାମାରୀରେ ଦୀପଙ୍କଙ୍କୁ ମଧ୍ୟ ଅନ୍ୟ ପୋଲିସ ମାନଙ୍କ ସହ ଡିଉଟି କରିବା ପାଇଁ  ନିଯୁକ୍ତି କରା ଯାଇଛି ।

ଏହି କଠିନ ସମୟରେ ଦୀପଙ୍କ ନିଜ ଡିଉଟି କରିବା ସହ ଭଲ ମା ହେବାର କର୍ତ୍ତବ୍ୟ କରୁଛନ୍ତି । ଡିଉଟି କରିବା ସମୟରେ ଦୀପଙ୍କଙ୍କୁ ତାଙ୍କ ସାଥିମାନେ ସାହାଜ୍ଯ କରୁଛନ୍ତି । ସେମାନେ ତାଙ୍କ ଛୋଟ ପିଲାର ଧ୍ୟାନ ରଖିବା ସହ ପିଲାଟିକୁ ଖାଇବାକୁ ମଧ୍ୟ ଦିଅନ୍ତି ।

ଏହି ଦୃଶ୍ୟକୁ ଦେଖିବା ପରେ ପୁନେ ପୋଲିସ ଷ୍ଟେସନର ଏସପି ମହିଳା ଗାର୍ଡ ଦୀପଙ୍କଙ୍କୁ ବଦଳି କରି ଲାଇନ ପୋଲିସରେ ପୋଷ୍ଟିଂ କରିଛନ୍ତି । ଦୀପଙ୍କର ଏହି ଭଳି ନିଷ୍ଠାର ସହ ଡିଉଟି ଦେଖି ଆମେ ସମସ୍ତେ ସଲାମ କରିବା ଉଚିତ ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ