Breaking News: ମୁଖ୍ୟମନ୍ତ୍ରୀ Naveen Patnaik ଦେଲେ ବଡ ସଂକେତ, ଜୁଲାଇ 16 ପରେ କଣ ହେବ ? କଣ ଅନଲକ ହେବ ଓଡିଶା ?

ପୁରା ରାଜ୍ୟରେ କୋରୋନା ସଂକ୍ରମଣ କମ ହୋଇଥିବାରୁ ରାଜ୍ୟ ସରକାର କାଟାଗୋରୀ-ଏ ରେ ଥିବା ୨୦ଟି ଜିଲ୍ଲା ଗୁଡିକରେ କଟକଣା କୋହଳ କରିଥିଲେ । ଏହା ସହ ସାପ୍ତାହିକ ସଟ ଡାଉନ ମଧ୍ୟ ଉଠାଇ ଦିଆ ଯାଇଥିଲା ।

ଏହା ସହ ଦୋକାନ ବଜାର ଖୋଲିବାର ସମୟ ସୀମାକୁ ସନ୍ଧ୍ୟା ୬ଟା ଯାଏଁ ବୃଦ୍ଧି କରା ଯାଇଥିଲା । କାଟାଗୋରି-ବି ରେ ଥିବା ୧୦ଟି ରାଜ୍ୟ ଗୁଡିକରେ ପୂର୍ବ ଭଳି କଟକଣା ଲାଗୁ କରା ଯାଇଥିଲା । ଜୁଲାଇ ୧୬ରୁ କାଟାଗୋରୀ- ବି ରେ ଥିବା ଜିଲାରେ ସଟଡାଉନ ରହିବ କି ନାହି ସେଥିପାଇଁ ସରକାରଙ୍କ ନିଷ୍ପତିକୁ ଅପେକ୍ଷା କରା ଯାଇଛି । ସୂଚନା ଅନୁସାରେ ଜୁଲାଇ ୧୬ରୁ କୋହଳ ହୋଇପାରେ କୋରୋନା କଟକଣା ।

୧୦ଟି ଜିଲାରେ ନାଇଟ କରଫୁ ହଟିବ କି ନାହି ତାହା ମଧ୍ୟ ଜଣା ପଡି ନାହି । ବର୍ତ୍ତମାନ ରେଡ ଜୋନରେ କୌଣସି ବି ଜିଲା ରହି ନାହି । ସୂଚନା ଅନୁସାରେ କଟକ ଓ ଖୋର୍ଦ୍ଧା କୁ ଛାଡି ଦେଲେ ସବୁ ଜିଲ୍ଲାରେ ଗ୍ରେନ ଜୋନ ରହିଛି ।

ପ୍ରାୟର ଜିଲ୍ଲାରେ ୫%ରୁ କମ ପଜେଟିଭ ହାର ରହିଛି । ଗତ କାଲି ରାଜ୍ୟରେ କୋରୋନା ପଜେଟିଭ ହାର ୨.୭୩% ରହିବା ବେଳେ ଆଜି ରାଜ୍ୟରେ କୋରୋନା ପଜେଟିଭ ହାର ୩.୦୯% ରହିଛି । କୋରୋନାର ତୃତୀୟ ଲହର ଆସୁଥିବାରୁ ହୁଏ ତ ରାଜ୍ୟ ସରକାର ଏହାକୁ ଦୃଷ୍ଟିରେ ରଖି ସଂପୂର୍ଣ୍ଣ ଭାବେ କଟକଣା କୋହଳ କରିବେ ନାହି ।

ଆଗକୁ ବୋଲବମ ଓ ବାହୁଡା ଯାତ୍ରା ରହିଥିବାରୁ କୋରୋନା କଟକଣା କୋହଳ କରାଯିବ କି ନାହି ତାହା ଜଣାପଡି ନାହି । କଟକ ଓ ଖୋର୍ଦ୍ଧାରେ କୋରୋନା ସଂକ୍ରମଣ ଆୟତ୍ତରେ ଆସି ନାହି ବୋଲି ସୂଚନା ମିଳିଛି । ହୁଏ ତ ସରକାର କିଛି ମାତ୍ରାରେ କୋରୋନା କଟକଣା କୋହଳ କରି ପାରନ୍ତି । ଦୁଇ ଦିନ ହେଲା କୋରୋନା ସଂକ୍ରମଣ ୨୦୦୦ ତଳକୁ ରହିଛି । ରାଜ୍ୟରେ କୋରୋନ ସଂକ୍ରମଣ କମ ହୋଇଥିଲେ ମଧ୍ୟ ଡେଲ୍ଟା ପ୍ଲସର ଭୟ ଆତଙ୍କ ସୃଷ୍ଟି କରିଛି ।

ତେଣୁ ଆଗକୁ ଯେପରି ଜନ ସମାଗମ ନ ହୁଏ ସେଥି ପାଇଁ ସରକାର କୋରୋନା କଟକଣା କୋହଳ କରିବା ପାଇଁ କଣ ନିଷ୍ପତି ନେବେ ତାହାର ଅପେକ୍ଷାରେ ସମସ୍ତେ ଅଛନ୍ତି । ଆସନ୍ତା ଜୁଲାଇ ୧୬ ତାରିଖ ଯାଏଁ ଯେଉଁ ଆଂଶିକ ଲକ ଡାଉନ ରାଜ୍ଯରେ ରହିଛି ଏହା ପରେ କଣ ନୂଆ ଗାଇଡ ଲାଇନ ଜାରି କରାଯିବ ତାହା ଚିନ୍ତାର ବିଷୟ ହୋଇ ପଡିଛି ।

ଏହା ସହ ଲୋକ ମାନେ ମଧ୍ୟ ସାବଧନତା ଅବଲମ୍ବନ କରିବା ଉଚିତ । ଯେଉଁ ୧୦ଟି ଜିଲ୍ଲାରେ ନାଇଟ କରଫୁ ରହିଛି ତାହା ଆଗକୁ ବଳବତ୍ତର ରହିବ କି ନାହି ତାହା ଆଉ ଦୁଇ ଦିନ ପରେ ଜଣା ପଡିବ । ଯେଉଁ ସବୁ କାଟାଗୋରୀ-ଏ ଜିଲ୍ଲାରେ କଟକଣା କୋହଳ କରାଯାଇ ଥିଲା ସେହି ଜିଲା ରେ ଆଗକୁ କେଉଁ ଭଳି ନୂଆ ଗାଇଡ ଲାଇନ ରହିଛି ତାହାର ଅପେକ୍ଷାରେ ପୁରା ରାଜ୍ୟବାସୀ ଅଛନ୍ତି । ତା ହେଲେ ବନ୍ଧୁଗଣ ଲକଡାଉନ ଫିଟିବା ଉଚିତ ନା ନାହିଁ ଆପଣ ମାନେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।