ହଠାତ ଜୁଇରୁ ଉଠିଗଲା ମରି ଶୋଇଥିବା ପୁଅ, ପରିବାର ଲୋକେ ତୁରନ୍ତ ନେଇଗଲେ ଡାକ୍ତରଖାନା, ଆଉ ତା’ପରେ… ଦେଖନ୍ତୁ video

ମୃ-ତବ୍ୟକ୍ତି କୌଣସି ଚମତ୍କାର ବିନା କେବେବି ଆଉ ଜୀବିତ ହୁଏନି । ହେଲେ ଏଭଳି କିଛି ଚମତ୍କାର ଦେଖିବାକୁ ମିଳିଛି । 15 ବର୍ଷର ପୁଅର ମୃ-ତ୍ୟୁ ପରେ ତାକୁ ମଶାଣିକୁ ନିଆ ଯାଇଥିଲା । ହେଲେ ସେଠାରୁ ଜୀଅଁନ୍ତା ଥିବା ଜାଣି ପୁଅକୁ ଡାକ୍ତରଖାନାରେ ଭର୍ତ୍ତି କଲେ ପରିବାର ଲୋକେ । ପୁଅର ହାତଗୋଡ ହଲିବା ସହ ନିଃଶ୍ଵାସ ନେଉଥିବା ଭଳି ସମ୍ପର୍କୀୟମାନେ ଅନୁଭବ କରିଥିଲେ । 15 ବର୍ଷର ନାବାଳକ ପୁଅକୁ ହରାଇ ଜାନ୍ମ ଦେଇଥିବା ବାପାମା’ ଓ ଅନ୍ୟ ସମ୍ପର୍କୀୟ ମାନେ ଭାଙ୍ଗି ପଡିଥିଲେ ।

ଚାରିଆଡେ ଖାଲି କାନ୍ଦ ବୋବାଳି ଶୁଭୁଥିଲା । ପୁଅକୁ ସ୍ଵର୍ଗଦ୍ଵାର ନିଆ ଯାଇଥିଲା ଅନ୍ତିମ ସଂସ୍କାର ପାଇଁ । ହେଲେ ହଠାତ କେହି ଜଣେ ଅନୁଭବ କଲେ ଯେ ପିଲାଟି ବଞ୍ଚିଛି । ସ୍ଵର୍ଗଦାରରେ ନାବାଳକ ପୁଅର ଦାହ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏପଟେ ଆଶାର ଏକ ଲହରୀ ଖେଳି ଯାଇଥିଲା । ହଠାତ ସମସ୍ତେ ଆଶ୍ଚର୍ଯ୍ୟ ହେବାସହ ଚଳଚଞ୍ଚଳ ହୋଇ ପଡିଥିଲେ । ଆଉ ପୁଅକୁ ହସ୍ପିଟାଲ ନେଇ ଯାଇଥିଲେ । ଭଲ କରି ଦୁନିଆ ଦେଖି ନଥିବା ଛୁଆଟି ଆଖି ବୁଜି ଦେବା ସମସ୍ତଙ୍କୁ ଅତ୍ୟନ୍ତ ମର୍ମାହତ କରିଥିଲା ।

ଆଉ ଏମିତିରେ ସେ ବଞ୍ଚିଥିବା ଜାଣି ସମସ୍ତେ ଆଶା ଆଶଙ୍କାରେ ପଡି ଯାଇଥିଲେ । ପିଲାଟି ବଞ୍ଚିଥିବା କଥାକୁ ସମସ୍ତେ ସହଜରେ ଗ୍ରହଣ କରିନେଲେ । ଜଣଙ୍କ ପରେ ଜଣେ ସମସ୍ତଙ୍କୁ ଯେମିତି ଲାଗିଲା ପିଲାଟି ହାତଗୋଡ ହଲାଉଛି ଆଉ ନିଃଶ୍ଵାସ ନେଉଛି । ଏହାପରେ ପିଲାକୁ ଶୀଘ୍ର ଡାକ୍ତରଖାନା ନେଇ ତା’ ଜୀବନ ବଞ୍ଚାଇବା ପାଇଁ ଆରମ୍ଭ ହୋଇ ଯାଇଥିଲା ଧା’ଧାପଡ । ସ୍ଵର୍ଗଦ୍ଵାରରୁ ସିଧା ପୁରୀ ଚିକିତ୍ସାଳୟ ନେବା ପରେ ସମସ୍ତେ ଭାବିଥିଲେ କି ସେ ବଞ୍ଚିଯିବ ।

ବ୍ରହ୍ମପୁରର ଏହି ନାବାଳକ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଡାକ୍ତର ତାକୁ ମୃ-ତ ଘୋଷଣା କରିଥିଲେ । ହେଲେ ଅନ୍ତିମ ସଂସ୍କାର ବେଳେ ସମସ୍ତେ ଭାବିଥିଲେ କି ଡାକ୍ତର ଏଥିରେ କିଛି ତ୍ରୁଟି କରିଛନ୍ତି । ହେଲେ ସେମାନେ ପୁଣି ଥରେ ଭୁଲ୍ ସାବ୍ୟସ୍ତ ହେଲେ । ପୁରୀ ହସ୍ପିଟାଲରେ ଥିବା ଡାକ୍ତର ମଧ୍ୟ ତାଙ୍କୁ ମୃ-ତ ବୋଲି କହିଥିଲେ ।

ଫଳରେ ସମସ୍ତଙ୍କ ମନରେ ଉଙ୍କି ମାରିଥିବା ଚିମୁଟାଏ ଆଶାର କିରଣ ମଧ୍ୟ ଲିଭି ଯାଇଥିଲା । ସେହି ପରିବାରର ଲିଭି ଯାଇଥିବା ଖୁସି ଫେରି ଆସନ୍ତା କି ବୋଲି ସମସ୍ତେ କାମନା କରୁଛନ୍ତି । ହେଲେ ବିଧିର ବିଧାନକୁ କିଏ ବା ବଦଳାଇ ପାରିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।