“ଡିଭୋର୍ସ ପରେ ବି ଶାରୀରିକ ସମ୍ପର୍କ ରଖିଥିଲେ ସେଦିନ ରାତି ମୁଁ ଆଜି ବି ଭୁଲି ପାରୁନି”: ଦେହଜୀବୀ ତଥା ସମାଜସେବୀ Rajalaxmi Mohapatra (Rozy)

ନିଜ ପେଟ ପାଇଁ ଆଉ ନିଜ ଛୁଆଙ୍କୁ ମଣିଷ କରିବା ପାଇଁ ଶେଷରେ ବଦନାମ ଗଳିକୁ ଆପଣେଇ ନେଇଥିଲେ ଏହି ମାଆ ଜଣକ । ଜୀବନରେ ଅନେକ ସଂଘର୍ଷ କରି ବଞ୍ଚିବା ପରେ ଦେହଜୀବୀରୁ ଜଣେ ସମାଜସେବୀ ଭାବେ ସେ ନିଜର ପରିଚୟ ବନେଇ ପାରିଛନ୍ତି । ସେ ହେଉଛନ୍ତି ରାଜଲକ୍ଷ୍ମୀ ମହାପାତ୍ର ଓରଫ ରୋଜି, ତାଙ୍କୁ ପ୍ରାୟ ସମସ୍ତେ ଚିହ୍ନନ୍ତି । ରୋଜି ତାଙ୍କ ଜୀବନର କିଛି ଅକୁହା କଥା ବର୍ତ୍ତମାନ ଏକ ଗଣମାଧ୍ୟମ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।

ଛୋଟବେଳୁ ସେ ଲେଖା ଲେଖି କରିବାକୁ ବେଶ ଭଲ ପାଉଥିଲେ ଓ ଭଲ ଘରେ ବାହା ହେବେ ଭଲ ସ୍ଵାମୀ ପାଇବେ ବୋଲି ବହୁତ ସ୍ଵପ୍ନ ଦେଖିଥିଲେ । କିନ୍ତୁ ଜଣେ ବୟସ୍କ ବ୍ୟକ୍ତିଙ୍କ ପ୍ରେମରେ ପଡି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ସେ ଧୋକା ଦେଇଥିଲେ । ଏହାପରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ତାଙ୍କର ବିବାହ ହୋଇଥିଲା । ତାଙ୍କୁ ନିଜ ଅତୀତ କଥା ସେ ଖୋଲି କହିବା ପରେ ମଧ୍ୟ ରୋଜିଙ୍କୁ ଆପଣେଇଥିଲେ ତାଙ୍କ ସ୍ଵାମୀ । ହେଲେ ପରେ ରୋଜି ତାଙ୍କର ଅସଲ ରୂପ ଦେଖିବାକୁ ପାଇଥିଲେ ।

ସେ ପରସ୍ତ୍ରୀ ସହ ସମ୍ପର୍କ ରଖିବା ସହ ରୋଜିଙ୍କୁ ମାରପିଟ କରୁଥିଲେ । ଏପରିକି ରୋଜିଙ୍କ ସହ ତାଙ୍କର ଡିଭୋର୍ସ ମଧ୍ୟ ହୋଇ ଯାଇଥିଲା । ହେଲେ ରୋଜିଙ୍କ ଠାରୁ ତାଙ୍କ ଝିଅକୁ ଛଡେଇ ନେଇଥିଲେ । ସେତେବେଳେ ରୋଜି ଗର୍ଭବତୀ ଥିଲେ ଆଉ ତାଙ୍କ ବାପା ତାଙ୍କର ସବୁ ଦାୟିତ୍ଵ ନେଇଥିଲେ । ଏହାର 4 ବର୍ଷ ପରେ ତାଙ୍କ ସ୍ଵାମୀ ପୁଣି ଥରେ ଫେରିଥିଲେ ଆଉ ତାଙ୍କୁ ନିଜର କରିବା ପାଇଁ କହିଥିଲେ । ରୋଜି ବି ସବୁ ଭୁଲି ତାଙ୍କ ସହ ଯାଇଥିଲେ । ତାଙ୍କର ଆହୁରି 2ଟା ଝିଅ ମଧ୍ୟ ହୋଇଥିଲା, କିନ୍ତୁ ସ୍ଵାମୀ ପୂର୍ବ ଭଳି ଅତ୍ୟାଚାର କରିଥିଲେ ।

ରାତିଅଧରେ ମଦ ପିଇ ମାରିବା ସହ ରୋଷେଇ କରିବା ପାଇଁ ବି କହୁଥିଲେ । ରୋଜିଙ୍କ 9 ବର୍ଷର ଝିଅ ପାଣିରେ ବୁଡି ମରିଯିବା ପରେ ରୋଜି ପାଗେଳି ପ୍ରାୟ ହୋଇ ଯାଇଥିଲେ । ତାଙ୍କୁ ଡାକ୍ତର ଦେଖାଇବା ପରେ ସେ ସାମାନ୍ଯ ଭଲ ହୋଇଥିଲେ ବି ସବୁବେଳେ ଅବସାଦରେ ରହୁଥିଲେ । ସେହି ସମୟରେ ମଧ୍ୟ ସ୍ଵାମୀ ତାଙ୍କୁ ମାରପିଟ କରିବା ବନ୍ଦ କରୁ ନଥିଲେ । ଏମିତି ଜୀବନରେ ଅନେକ ସଂଘର୍ଷ ସହିବା ପରେ ଶେଷରେ ସ୍ଵାମୀଙ୍କୁ ଛାଡି ପଳେଇ ଆସିଥିଲେ ରାଜଲକ୍ଷ୍ମୀ ।

ଆଉ ବଞ୍ଚିବା ପରେ ପରଦୁଆର ବୁଲି ଭିକ ମାଗିବା ସହ ରାସ୍ତାକଡରେ ମଧ୍ୟ ଶୋଇବାକୁ ପଡିଥିଲା । ଶେଷରେ ନିଜ ଛୁଆଙ୍କୁ ମଣିଷ କରିବା ଲାଗି ଦେହଜୀବୀ ପାଲଟି ଯାଇଥିଲେ । ପ୍ରଥମେ ଏଥିପାଇଁ ତାଙ୍କୁ ବହୁତ ମାନସିକ ଯନ୍ତ୍ରଣା ମଧ୍ୟ ହୋଇଥିଲା । ହେଲେ ପେଟର ଭୋକ ଓ ଛୁଆଙ୍କ ମୁହଁ ଆଗରେ ସବୁ ଫିକା ପଡି ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।