ଇଣ୍ଟରନେଟ ନି-ଶା ଯୁବପିଢୀଙ୍କ ପାଇଁ ବିପଦ, ଜାଣନ୍ତୁ କଣ କହୁଛନ୍ତି Dr. Snehanshu Dey

ଆଜିକାଲି ସମସ୍ତେ ଇଣ୍ଟରନେଟର ବ୍ୟବହାର କରିବାକୁ ଅଧିକ ଆଗ୍ରହୀ ହେଉଛନ୍ତି । କିନ୍ତୁ ଏହା ପାଇଁ ଆଗକୁ ଯାଇ କେତେ ଯେ ସମସ୍ଯା ହୋଇପାରେ ତାହା କହିବା ସମ୍ଭବ ନୁହେ । ଇଣ୍ଟରନେଟର କ୍ରେଜ ଅନେକ କାରଣ ରହିଛି ।

ଏହା ଦ୍ଵାରା କିଛି ଲୋକ ମାନେ ଅଧିକ ଖୁସି ପାଇଥାନ୍ତି । ଆଗରୁ ଲୋକମାନେ ବଡ ପରିବାରରେ ରହୁଥିଲେ । କିନ୍ତୁ ବର୍ତ୍ତମାନ ଦୁନିଆରେ କିଛି ଲୋକମାନେ ଛୋଟ ପରିବାରରେ ରହୁଥିବାରୁ ଇଣ୍ଟରନେଟର ଆବଶ୍ୟକତା ମନେ କରୁଛନ୍ତି । ଏହା ବ୍ଯତୀତ ବର୍ତ୍ତମାନ ଦେଶରେ ଚାଲିଥିବା ଲକ ଡାଉନ ଓ ସଟ ଡାଉନ ଯୋଗୁ ମଧ୍ୟ ଲୋକେ ମୋବାଇଲର ଅଧିକ ବ୍ୟବହାର କରୁଛନ୍ତି । ଆଜିକାଲି ମାର୍କେଟରେ ସ୍ମାର୍ଟ ଫୋନ ବହୁତ ଶସ୍ତାରେ ମିଳୁଥିବାରୁ ଲୋକେ ଅନଲିମିଟେଡ ଡାଟା ପ୍ୟାକ ପକାଇ ଏହାର ଫାଇଦା ଉଠାଉଛନ୍ତି ।

ଏହା ଛଡା ପିଲାଙ୍କ ଠାରେ ମଧ୍ୟ ଇଣ୍ଟରନେଟର କ୍ରେଜ ବଢିବାରେ ଲାଗିଛି । କାରଣ ପିଲାଙ୍କର ମାତା ପିତା ଅଧିକ ବ୍ୟସ୍ତ ରହୁଥିବାରୁ ସେମାନେ ପିଲାଙ୍କୁ ମୋବାଇଲ ଦେଉଛନ୍ତି । ଯଦି କିଛି ପିଲା ଖାଉ ନାହାନ୍ତି ତେବେ ମାତା ପିତା ଟଙ୍କାଉ ମୋବାଇଲ ଦେଉଛନ୍ତି ।

ଯାହା ଫଳରେ ସେମାନେ କେବଳ ମୋବାଇଲ ଦେଖିବା ଯୋଗୁ ସେମାନଙ୍କର ବୌଦ୍ଧିକ ବିକାଶ ହୋଇପାରୁ ନାହି । ପିଲା ମାନେ ନୂଆ ଜିନିଷ ସେଖିପାରୁ ନାହାନ୍ତି ବା ମୋବାଇଲ ନ ଦେବା ଯୋଗୁ ଅଧିକ ରା-ଗି ଯାଉଛନ୍ତି । ଏହା ପରେ ରହିଛି ଇଣ୍ଟରନେଟର ପ୍ରଭାବ ଅଧିକାଂଶ ଯୁବପିଢିଙ୍କ ଉପରେ ମଧ୍ୟ ଦେଖା ଯାଉଛି । ଯୁବପିଢୀ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହିଥାନ୍ତି ।

ଏମାନଙ୍କର ଇଣ୍ଟରନେଟର ଏତେ କ୍ରେଜ ଯେ ଗେମ ବା କ୍ରୀମିନାଲ ଫିଲ୍ମ ଦେଖି କିଛି ଭଲ ଜିନିଷ ଶିଖିବା ବଦଳରେ ଖରାପ ଜିନିଷ ସିଖୁଛନ୍ତି ଯାହା ସେମାନଙ୍କ ଭବିଷ୍ୟତ ପାଇଁ ଭଲ ନୁହେ । ନୂଆ ନୂଆ ଶୈଳୀରେ ସେମାନେ ନୂଆ ନୂଆ କ୍ରେଜ ରେ ରହୁଛନ୍ତି । ପରିବାର ଅପେକ୍ଷା ସେମାନେ ମୋବାଇଲରେ ଅଧିକ ବ୍ୟସ୍ତ ରହୁଛନ୍ତି । ଏହା ବ୍ଯତୀତ ଯେଉଁମାନେ ମଧ୍ୟଭାଗ ବୟସର ବ୍ୟକ୍ତି ମାନେ କାମରେ ବ୍ୟସ୍ତ ରହିବା ଯୋଗୁ ଦାଂପତ୍ଯ ଜୀବନରେ କ-ଳ-ହ ସୃଷ୍ଟି ହେଉଛି । ଏହି ଶ୍ରେଣୀର ବ୍ୟକ୍ତି ମାନେ ଛୋଟ ଛୋଟ କଥାରେ ଗୁଗୁଲ ସର୍ଚ କରି ନିଜର କ୍ଷତି କରୁଛନ୍ତି ।

କିଛି ଲୋକଙ୍କର ମୋବାଇଲ ଅଧିକ ବ୍ୟବହାର କରିବା ଦ୍ଵାରା ହାତରେ ଯନ୍ତ୍ରଣା ହୋଇଥାଏ । ରାତିରେ ଅନିଦ୍ରା ହୋଇ ମୋବାଇଲ ଦେଖିଲେ  ଆଖି ସମସ୍ଯା ହେବା ସହ ଆଉରୀ ଅନେକ ରୋଗର ଲକ୍ଷଣ ଦେଖାଯାଏ । ଏହା ଛଡା ଖରାପ ବ୍ୟବହାର ମଧ୍ୟ କିଛି ଲୋକଙ୍କ ଠାରେ ଦେଖିବାକୁ ମିଳିଛି । ଏହି ଇଣ୍ଟରନେଟର କ୍ରେଜ ଛାଡିବା ପାଇଁ ପ୍ରାଣାୟମ କରିବା ସହ ପାରିବାର ଲୋକଙ୍କ ସହ ଅଧିକ ଟାଇମ ସ୍ପେନ୍ଡ କରିବାକୁ ଚେଷ୍ଟା କରିବା ଉଚିତ ।

ଏହା ସହ ବାହାରକୁ ଯାଇ ଯେତେ ସମ୍ଭବ ସାଙ୍ଗସାଥି ଙ୍କ ସହ ମିଶିବାକୁ ପ୍ରୟାସ କରିବା ଉଚିତ । ଏହିପରି ଭାବେ ଯଦି ଏବେ ଠାରୁ ସତର୍କ ରହିବା ତେବେ ଇଣ୍ଟରନେଟର କ୍ରେଜ ଛାଡିବା ଦ୍ଵାରା ଆଗକୁ ଯାଇ ଭବିଷ୍ୟତରେ କୌଣସି ସମସ୍ଯା ହେବ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।