ଯୌତୁକ ପାଇଁ ମୋ ଝିଅକୁ ମାରିଦେଲେ, ମା ଆଣିଲେ ଏମିତି ଅଭିଯୋଗ

ଓଡିଶାର ରାଜଧାନୀ ଭୁବନେଶ୍ଵରରୁ ଯୌତୁକ ନିର୍ଯାତନା ଓ ହତ୍ୟା କରାଯାଇଥିବା ଏକ ମାମଲା ସାମ୍ନାକୁ ଆସୁଛି । ଝିଅର ମାର କହିବା ଅନୁସାରେ ପ୍ରଥମେ ଝିଅକୁ ଶଶୁରଘର ଲୋକମାନେ ଯୌତୁକ ନିମନ୍ତେ ମାରପିଟ ଆରମ୍ଭ କରିଲେ, ଏହା ପରେ ଧୀରେ ଧୀରେ ନାନା ପ୍ରକାରର ନିର୍ଯାତାନା ଦେବାକୁ ଲାଗିଲେ । ଶେଷରେ ଦିନେ ଝିଅକୁ ଶଶୁର ଘର ଲୋକମାନେ ଆର ପାରିକୁ ପଠାଇ ଦେଲେ । ଏହିଭଳି ମର୍ମାହତ ଘଟଣା ଭୁବନେଶ୍ଵରର ତମାଣ୍ଡୋ ଥାନାର ଅଟେ ।

କହିବାକୁ ଗଲେ ଏହି ଥାନାର ଜଣେ କର୍ମଚାରୀ ବିଜୟ କୁମାର ଗୋଛାୟତ ଓ ପୁଅ ଜାମିନୀ ଗୋଛାୟତ ବିରୁଦ୍ଧରେ ଏହି ତମାଣ୍ଡୋ ଥାନାରେ ଝିଅର ମା ଅଭିଯୋଗ କରିଛନ୍ତି କି ଏମାନେ ତାଙ୍କ ଝିଅକୁ ମାରି ଦେଇଛନ୍ତି । ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରି ପ୍ରଥମେ ଝିଅର ଶବକୁ ପୋସ୍ଟମର୍ଟେମ ପାଇଁ ପଠାଇଛି ।

ଝିଅର ମାର କହିବା ଅଟେ କି ପ୍ରଥମେ ତାଙ୍କ ଝିଅ ବେହୋସ ହୋଇ ଯାଇଛି ବୋଲି ଝିଅର ଶଶୁରଘର ଲୋକମାନେ କହିଲେ ଓ ସେ ଝିଅକୁ ମେଡିକାଲ ନେଇ ଯାଇଛନ୍ତି । କିନ୍ତୁ ଶେଷରେ ଜାଣି ପାରିଲେ କି ତାଙ୍କ ଝିଅ ମୃତ୍ୟୁ ବରଣ କରିଛି । ଏହା ସହିତ ଝିଅର ମା କହିଲେ କି ତାଙ୍କ ଝିଅର ବେକରେ ଦୌଡି ବନ୍ଧା ହୋଇଥିବା ଭଳି ଚିହ୍ନ ଦେଖା ଯାଇଛି ଓ ଝିଅର ଶରୀର ନୀଳ ପଡି ଯାଇଛି ବୋଲି ସେ ପୋଲିସରେ ଅଭିଯୋଗ ବି କରିଛନ୍ତି ।

ଆପଣଙ୍କୁ କହିଦେଉଛୁ କି ଝିଅର ବିବାହ ଫେବ୍ରୁୟାରୀ ମାସରେ ହୋଇଥିଲା । ବାହାଘର ପର ଠାରୁ ହିଁ ଜାମିନୀ ଓ ଶଶୁରଘର ଲୋକମାନେ ଝିଅକୁ ଅଧିକ ଯୌତୁକ ପାଇଁ ନିର୍ଯାତାନା ଦେଉଥିଲେ ବୋଲି ଝିଅର ମା ଅଭିଯୋଗ କରିଛନ୍ତି ଓ ଏହି ଘଟଣାକୁ ସଠିକ ରୂପରେ ଯାଞ୍ଚ କରି ଏହି ମାମଲାରେ ଝିଅର ଘର ଲୋକମାନଙ୍କୁ ନ୍ୟାୟ ଦେବା ପାଇଁ ଝିଅର ମା ମିଡିଆ ସାମ୍ନାରେ ଅନୁରୋଧ କରିଛନ୍ତି ।

ଝିଅର ମା ମିଡିଆ ସହ କଥାବାର୍ତ୍ତା କରି କହିଲେ କି ବାହାଘର ପର ଠାରୁ ହିଁ ତାଙ୍କ ଝିଅକୁ ନିର୍ଯାତନା ଦିଆ ଯାଉ ଥିଲା । ଏହି କଥା ଝିଅ ବି ନିଜ ମାକୁ ଆସି କହୁଥିଲା । କିନ୍ତୁ ଝିଅର ମା ଝିଅକୁ ସବୁବେଳେ ବୁଝାଇ ସୁଝାଇ ପୁଣି ଥରେ ଶଶୁର ଘରକୁ ପଠାଇ ଦେଉଥିଲେ । ଏହା ପରେ ଝିଅ କିଛି ଦିନ ପାଇଁ ନିଜ ବାପଘରକୁ ଆସିଥିଲା ଓ ବାପଘରେ କିଛି ଦିନ ରହିବା ପରେ ଶଶୁର ଘରକୁ ଫେରିବା ମାତ୍ରେ ହିଁ ଏହି ଘଟଣାଟି ଘଟିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।