Joint Pain Home Remedy:- 2 ଥର ଏହାକୁ ଲଗେଇ ନିଅନ୍ତୁ, ହାତ ଗୋଡ ବିନ୍ଧା, ଆଣ୍ଠୁ ଗଣ୍ଠି ଓ ଅଣ୍ଟା ବିନ୍ଧା ଭଳି ସମସ୍ଯା ତୁରନ୍ତ ଭଲ ହୋଇଯିବ

ଆଜିକାଲି ଛୋଟବଡ ସମସ୍ତଙ୍କ ଶରୀରରେ ଜଏଣ୍ଟ ପେନ୍ ଭଳି ସମସ୍ଯା ଦେଖିବାକୁ ମିଳୁଛି । ଭୁଲ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟ ଯୋଗୁଁ ଅନେକଙ୍କୁ ଏହି ସମସ୍ଯା ଭୋଗିବାକୁ ପଡିଥାଏ । ଆଗରୁ ବୃଦ୍ଧ ଲୋକଙ୍କ ମଧ୍ୟରେ ଏହି ସମସ୍ଯା ଅଧିକ ଦେଖିବାକୁ ମିଳୁଥିଲା । କିନ୍ତୁ ଆଜିକାଲି କମ୍ ବୟସର ଲୋକଙ୍କ ମଧ୍ୟରେ ବି ଏହି ସମସ୍ଯା ଦେଖାଗଲାଣି । ତେବେ ଏହି ସମସ୍ଯାକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଜବରଦସ୍ତ ଘରୋଇ ଉପଚାର ।

ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ହେବ ରସୁଣ । ରସୁଣ ଜଏଣ୍ଟ ପେନ୍ ସମସ୍ଯାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଖାଇବାର ସ୍ଵାଦ ବଢାଇବା ସହ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଅଧିକ ଲାଭଦାୟକ ଅଟେ । ଆଣ୍ଠୁଗଣ୍ଠି ବିନ୍ଧା ଭଳି ସମସ୍ୟାରେ ରସୁଣର ପ୍ରୟୋଗ ଗଲେ ବହୁତ ଅଧିକ ଲାଭ ମିଳିଥାଏ । ଏଥିପାଇଁ ଆପଣ ଦୁଇଟି ରସୁଣ ନିଅନ୍ତୁ ଓ ସେଥିରୁ ଚୋପା ଛଡାଇ ଦିଅନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ରାଶି ବା ଖସା ତେଲ ।

ଯଦି ଆପଣଙ୍କ ପାଖେ ରାଶି ତେଲ ନାହିଁ ତେବେ ଆପଣ ସୋରିଷ ତେଲ ମଧ୍ୟ ବ୍ୟବହାର କରିପାରିବେ । ଏହାପରେ ଶେଷ ସ୍ଵାମଗ୍ରୀ ଯାହା ଆପଣଙ୍କୁ ଦରକାର ହେବ ତାହା ହେଉଛି ଜୁଆଣୀ । ଯାହାକି ଆପଣଙ୍କୁ ଯେକୌଣସି ତେଜରାତି ଦୋକାନରେ ସହଜରେ ମିଳିଯିବ । ଏକ ଗିନାରେ ଅଳ୍ପ ତେଲ ନିଅନ୍ତୁ । ପ୍ରଥମେ ତେଲରେ ଏକ ଚାମୁଚ ଜୁଆଣୀ ପକାଇ ଦିଅନ୍ତୁ ଓ ତା’ପରେ ସମସ୍ତ ରସୁଣ କୋଲକୁ ସେଥିରେ ପକାଇ ଦିଅନ୍ତୁ ।

ଏହି ମିଶ୍ରଣକୁ ଏକଦମ୍ ଧିମା ଆଞ୍ଚରେ ଗ୍ଯାସରେ ବସାଇ ଭଲଭାବେ ଫୁଟାନ୍ତୁ । ଏହି ତେଲ ଆପଣଙ୍କ ଜଏଣ୍ଟ ପେନ ଭଳି ସମସ୍ୟାକୁ ଆଖି ପିଛୁଳାକେ ଦୂର କରିବ । ଏହାଛଡା ଯଦି ଆପଣଙ୍କର ଆଣ୍ଠୁଗଣ୍ଠି ବିନ୍ଧା ଭଳି ସମସ୍ଯା ଅଛି ତେବେ ଫ୍ରିଜରୁ ଥଣ୍ଡା ପାଣି ପିଅନ୍ତୁ ନାହିଁ । ଏହାସହ ଖଟା ଫଳ, ଆଚାର ଓ ଦହି ଆଦି ଖାଦ୍ଯ ଖାଆନ୍ତୁ ନାହିଁ । ଏହାସହ ପ୍ରତିଦିନ ରାତିରେ ଏକ ଗ୍ଳାସ କ୍ଷୀରରେ ଶୁଣ୍ଠି ପାଉଡର ୧/୪ ଚାମୁଚ, ହଳଦୀଗୁଣ୍ଡ ୧/୪ ଚାମୁଚ, ୩ଟି ଲବଙ୍ଗ, ୫ଟି ଗୋଲମରିଚ ଏବଂ ଅଳ୍ପ ଗୁଡ ବା ମିଶ୍ରି ପକାଇ ଫୁଟାନ୍ତୁ ।

ଯଦି ଡାଇବେଟିସ ଅଛି ତେବେ ମିଠା ମିଶାନ୍ତୁ ନାହିଁ । ଏହି କ୍ଷୀରକୁ ୫ ମ୍ନିତ ଫୁଟାଇ ରାତିରେ ଶୋଇବା ପୂର୍ବରୁ ଛାଣିକରି ଉଷୁମ ଉଷୁମ ପିଅନ୍ତୁ । ଦେଖିବେ ଜଏଣ୍ଟ ପେନ ଭଳି ସମସ୍ଯାରୁ ବହୁତ ଆରାମ ମିଳିବ । ତେବେ ଆପଣ ପ୍ରସ୍ତୁତ କରୁଥିବା ତେଲ ହାଲୁକା ବାଦାମୀ ହେବା ଯାଏଁ ଫୁଟାନ୍ତୁ ଓ ରାତିସାରା ଏହାକୁ ଏମିତି ଛାଡି ନିଅନ୍ତୁ ।

ଯାହାଫଳରେ ସାମଗ୍ରୀର ସମସ୍ତ ପୋଷକତତ୍ତ୍ଵ ସେହି ତେଲକୁ ଯିବ । ଏହାକୁ ଆପଣ ଏକ କାଚ ବୋତଲରେ ଛାଣି ଷ୍ଟୋର କରି ରଖିପାରିବେ । ସକାଳୁ ଗାଧୋଇ ଆସିବା ପରେ ଆଣ୍ଠୁଗଣ୍ଠି ଜାଗାରେ ଏହି ତେଲକୁ ଲଗାଇ ଛାଡି ଦିଅନ୍ତୁ । ରାତିରେ ମଧ୍ୟ ହାଲୁକା ଗରମ କରି ଆପଣ ଏହି ତେଲକୁ ଲଗାଇ ପାରିବେ । ଏପରି କରି ଦେଖନ୍ତୁ ଆପଣଙ୍କ ଜଏଣ୍ଟ ପେନ ଭଳି ସମସ୍ଯା ଏକଦମ ଭଲ ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।