Jio ୟୁଜର୍ସଙ୍କୁ ପୁଣି ଥରେ ଲାଗିଲା ଝଟକା ! ଏହି 4 ଟି ପପୁଲାର ପ୍ଳାନକୁ ହଟାଇଲା କମ୍ପାନୀ, ଦେଖନ୍ତୁ କେଉଁ ପ୍ଳାନରେ କ’ଣ ପରିବର୍ତ୍ତନ ହୋଇଛି

ୟୁଜର୍ସଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଦେଉଛି ଜିଓ । ଦେଶର ଏହି ଅଗ୍ରଣୀ ନେଟୱର୍କ କମ୍ପାନୀ ପୁଣି ଥରେ ଶାନଦାର ଚାରୋଟି ଅଫର୍ କୁ ବନ୍ଦ କରି ଦେଇଛି । ରିଲାଇନ୍ସ ଜିଓ ଚଳିତ ମାସ ଆରମ୍ଭରୁ ସମସ୍ତ ରିଚାର୍ଜ ଯୋଜନାର ମୂଲ୍ୟ ବୃଦ୍ଧି କରିଛି । ଏହା ଏହାର କିଛି ଦିନ ବ୍ଯବଧାନରେ କମ୍ପାନୀ ଚାରୋଟି ପ୍ରିପେଡ ପ୍ଲାନ ଗୁଡିକୁ ମଧ୍ୟ ବନ୍ଦ କରି ଦେଇଛି । ଅର୍ଥାତ ବର୍ତ୍ତମାନ ଠାରୁ ୪୯୯/-, ୬୯୯/-, ୮୮୮/- ଏବଂ ୨୪୯୯/- ପ୍ଳାନରେ ରିଚାର୍ଜ କରିପାରିବେ ନାହିଁ ଗ୍ରାହକ ।

କାରଣ ଏହି ପ୍ରିପେଡ ପ୍ଳାନ ଗୁଡିକ ଆଉ ଜିଓ ୱେବସାଇଟରେ ଦେଖିବାକୁ ମିଳୁନାହିଁ । ସେପ୍ଟେମ୍ବର ମାସରେ ଜିଓ ଡିଜନି ପ୍ଲସ ହଟଷ୍ଟାର ମୋବାଇଲ ସବସ୍କ୍ରିପସନ୍ ସହିତ ଭାରତରେ ଏହି ଚାରୋଟି ନୂତନ ପ୍ରିପେଡ ପ୍ଳାନ ଆରମ୍ଭ କରିଥିଲା । କିନ୍ତୁ ବର୍ତ୍ତମାନ ଏହି ପ୍ଳାନ ଗୁଡିକର ପରିବର୍ତ୍ତିତ ମୂଲ୍ଯରେ ଜିଓ କିଛି ନୂତନ ଯୋଜନା ଯୋଡିଛି । ତେବେ ନୂଆ ଯୋଜନା ଅନୁସାରେ ପୂର୍ବ ଅପେକ୍ଷା ୟୁଜର୍ସ ଅଧିକ ଲାଭ ପାଇବେ ବୋଲି କମ୍ପାନୀ କହିଛି ।

ରିଲାଇନ୍ସ ଜିଓ ପାଖରେ ବର୍ତ୍ତମାନ ୬୦୧/- ଟଙ୍କା ପ୍ଳାନ ରହିଛି, ଯାହା ଡିଜନୀ ପ୍ଲସ ହଟଷ୍ଟାର ସବସ୍କ୍ରିପସନ୍ ସହ ଆସୁଛି । ୪୯୯/-, ୬୯୯/-, ୮୮୮/- ଏବଂ ୨୪୯୯/- ପ୍ଳାନ ଗୁଡିକ ନଭେମ୍ବର ୨୮ରେ ଟେଲିକମ୍ ଅପରେଟରଙ୍କ ଦ୍ଵାରା ବୃଦ୍ଧି ପାଇଥିବା ଶୁଳ୍କ ତାଲିକାର ଅଂଶ ନୁହେଁ ବୋଲି କୁହା ଯାଇଥିଲା । ଜିଓର ୬୦୧/- ଟଙ୍କା ପ୍ଳାନରେ ପ୍ରତିଦିନ ଉପଭୋକ୍ତାଙ୍କୁ ୩ଜିବି ଡାଟା, ଓଟିଟି ସୁବିଧା ସହ ୬ଜିବି ବୋନସ୍ ଡାଟା ପ୍ରଦାନ କରାଯାଉଛି ।

ଏହି ଯୋଜନାରେ ଆପଣ କୌଣସି ବି ନେଟୱର୍କକୁ ପ୍ରତିଦିନ ଅସୀମିତ ଭଏସ କଲି॰ କରିବା ସହ ୧୦୦ଟି ଏସଏମଏସ ସୁବିଧା ମଧ୍ୟ ଦିଆ ଯାଉଛି । ତେବେ ଜିଓ ଟିଭି ବ୍ଯତୀତ ଏହି ପ୍ଳାନରେ ଅନ୍ଯାନ୍ଯ ଲାଭ ମଧ୍ୟ ଗ୍ରାହକ ଉଠାଇ ପାରିବେ । ୨୮ ଦିନର ବୈଧତା ସହ ୬୦୧/- ଟଙ୍କା ପ୍ଳାନ ରିଚାର୍ଜ କରୁଥିବା ଗ୍ରାହକଙ୍କୁ ମୋଟ ୯୦ଜିବି ଡାଟା ଦିଆଯାଉଛି । ବର୍ତ୍ତମାନ ୫୬ ଦିନର ସହ ଦୈନିକ ୩ଜିବି ଡାଟା ପ୍ରଦାନ କରୁନାହିଁ ଜିଓ ।

ଶୁଳ୍କ ବୃଦ୍ଧି ପରେ ଜିଓ ୧୧୯୯/- ଏବଂ ୪୧୯୯/- ପାଇଁ ଦୈନିକ ୩ଜିବି ଡାଟା ପ୍ରଦାନ କରୁଛି କମ୍ପାନୀ । ୧୧୯୯/- ପ୍ଳାନରେ ପ୍ରତିଦିନ ୩ଜିବି ଡାଟା ସହ ଏହାର ବୈଧତା ୮୪ ଦିନ ରହିଛି । ଏହାସହ ଏହି ପ୍ରିପେଡ ପ୍ଳାନରେ ପ୍ରତିଦିନ ଅସୀମିତ ଭଏସ କଲ୍ ସହ ୧୦୦ ଏସଏମଏସ ର ସୁବିଧା ଉଠାଇ ପାରିବେ ଗ୍ରାହକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।