EPFO ସଦସ୍ୟଙ୍କ ପାଇଁ ଖୁସି ଖବର ! ପ୍ରତ୍ଯେକ ସଦସ୍ୟଙ୍କୁ ମିଳିବ 7 ଲକ୍ଷ ଲେଖାଏଁ ଜୀବନବୀମା, ଦେଖନ୍ତୁ ଏହି ଲାଭ ପାଇବା ପାଇଁ ଆପଣଙ୍କୁ କ’ଣ କରିବାକୁ ହେବ

ଇପିଏଫଓ ସଦସ୍ୟଙ୍କ ପାଇଁ ମାଗଣାରେ ଉପଲବ୍ଧ ହେଉଛି ୭ ଲକ୍ଷ ଟଙ୍କାର ବୀମା । କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ସଂଗଠନ ସଦସ୍ୟମାନେ ଜାଣି ରଖିବା ଉଚିତ୍ ଯେ ସେମାନଙ୍କ ଖାତା ସହିତ ମାଗଣାରେ ୭ ଲକ୍ଷ ଟଙ୍କାର ଜୀବନବୀମା ସୁବିଧା ରହିଛି । Employees Deposit Linked Insurance Scheme (EDLI) ୧୯୭୬ ଅଧୀନରେ ଏହି ସୁବିଧା ଦିଆଯାଉଛି । ସବୁଠୁ ବଡ କଥା ହେଉଛି ଏହି ଜୀବନବୀମା ସୁବିଧା ଲାଗି ସଦସ୍ୟଙ୍କୁ କୌଣସି ପ୍ରିମିୟମ ଦେବାକୁ ପଡେନାହିଁ ।

ଇପିଏଫଓ ସଦସ୍ୟ ମାନଙ୍କୁ ସ୍ଵୟଂକ୍ରିୟ ଭାବେ ଏହି ବୀମା ସୁବିଧା ମିଳିଥାଏ । EDLI ସ୍କିମରେ କେବଳ ବୀମା ନୁହେଁ ବରଂ ଆହୁରି ଅନେକ ସୁବିଧା ମଧ୍ୟ ମିଲଥାଏ । ଇପିଏଫଓ ର ଯେକୌଣସି ସଦସ୍ୟ ଚାକିରିରେ ଥିବା ବେଳେ ତାଙ୍କର ମୃ-ତ୍ୟୁ ହେଲେ ତାଙ୍କ ନୋମିନି ବା ଆଇନଗତ ଉତ୍ତରାଧିକାରୀଙ୍କୁ ସର୍ବାଧିକ ୭ ଲକ୍ଷ ପର୍ଯ୍ୟନ୍ତ ବୀମା ରାଶି ମିଳିବ । କର୍ମଚାରୀ ଭବିଷ୍ୟ ନିଧି ପାଣ୍ଠି ସଂଗଠନ ତରଫରୁ EDLI ନାମକ ଏହି ଗୁରୁତ୍ୱପୂର୍ଣ୍ଣ ସ୍କିମ ଚାଲୁ ରହିଛି ।

ଏହା ଏକ ବୀମା ଯୋଜନା, ଯେଉଁଥିରେ କର୍ମଚାରୀ ତଥା ସଦସ୍ୟଙ୍କୁ କୌଣସି ଅର୍ଥ ଦେବାକୁ ପଡେନାହିଁ । ଚାକିରି ନିଯୁକ୍ତିଦାତା .୫% ୧୫ହଜାର ପର୍ଯ୍ୟନ୍ତ ଦରମାର ଦିଅନ୍ତି । ଏଥିରେ ଚାକିରି କାଳ ମଧ୍ୟରେ କାହାର ମୃ-ତ୍ୟୁ ହେଲେ ସର୍ବନିମ୍ନ ଦୁଇରୁ ଅଢେଇ ଲକ୍ଷ ପର୍ଯ୍ୟନ୍ତ ବୀମା ରାଶିରୁ ଆରମ୍ଭ କରି ସର୍ବାଧିକ ୭ ଲକ୍ଷ ପର୍ଯ୍ୟନ୍ତ ବୀମା ରାଶି ତାଙ୍କର ନୋମିନିଙ୍କୁ ମିଳିଥାଏ । ତେବେ ଏଠାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି EDLI ର ସୁବିଧା ପାଇଁ କର୍ମଚାରୀଙ୍କ ନୋମିନେସନ ଠିକ ଭାବେ ହୋଇଥିବା ଦରକାର ।

ସେଥିପାଇଁ ଇପିଏଫଓ ସମସ୍ତ କର୍ମଚାରୀଙ୍କୁ ଅନୁରୋଧ କରି କହିଛି କି ସେମାନେ ଜୀବିତାବସ୍ଥାରେ ଏହି ଇ-ନୋମିନେସନ ଜାରି ରଖନ୍ତୁ । ଇ-ନୋମିନେସନ ପାଇଁ ନିଜର ଏବଂ ନିମୋନିଙ୍କର ଦୁଇଟି ଲେଖାଏଁ ଫଟୋ, ଆଧାର କାର୍ଡ, ଦୁଇଜଣ ଙ୍କର ବ୍ଯାଙ୍କ ପାସବୁକ ଆବଶ୍ୟକ ଅଟେ । ଏହି ଇଡ଼ିଏଲଆଇ ସ୍କିମ ହେଉ, ପେନସନ ସ୍କିମ ହେଉ ବା ପ୍ରୋଭିଡେଣ୍ଟ ଫଣ୍ଡ ସ୍କିମ ହେଉ ଏହି ସବୁ ସ୍କିମରେ ମୃ-ତ୍ୟୁ-କା-ଳୀ-ନ ଅବସ୍ଥାରେ ବା ରିଟାର୍ଡ କଲା ପରେ ଏହାର ଲାଭ ପାଇବା ଇ-ନୋମିନେସନ ଆବଶ୍ୟକ ଅଟେ ।

ତେଣୁ ଯେଉଁମାନେ ଏବେ ପର୍ଯ୍ୟନ୍ତ ଇ-ନୋମିନେସନ କରି ନାହାନ୍ତି ସେମାନେ ଏହା ଯଥାଶୀଘ୍ର କରିନେବା ଉଚିତ । ଏହି ଜୀବନ ବୀମାର ସର୍ବନିମ୍ନ ରାଶି ହେଉଛି ଅଢେଇ ଲକ୍ଷ ଏବଂ ସର୍ବାଧିକ ରାଶି ହେଉଛି ସାତ ଲକ୍ଷ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।