କେମିତି ଜାଣିବେ ଆପଣଙ୍କ ପ୍ରେମ ସତ ନା ଛଳନା ? ଜାଣନ୍ତୁ ଏହି 5 ଟି ସଙ୍କେତରୁ- Motivational speech

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ପ୍ରେମ କହିବା ଜିନିଷ ନୁହେଁ କରିକି ଦେଖାଇବାର ଜିନିଷ ହୋଇଥାଏ । ନିଜ ପ୍ରେମ କୁ ଦେଖାଇବା ପାଇଁ ବହୁତ କିଛି ଉପାୟ ଥାଏ । କିନ୍ତୁ ସବୁଠାରୁ ସହଜ ଉପାୟ ହେଉଛି ନିଜ ଶବ୍ଦ ମାଧ୍ୟମରେ ନିଜ ପ୍ରେମ କୁ ପ୍ରକାଶ କରିବା । ଆମେ ଆମ ନିଜର ପ୍ରେମ କୁ ଆମ ଶବ୍ଦ ସାହାଯ୍ୟ ରେ କହୁଥାଉ ଏବଂ ଆମକୁ ଯିଏ ବି ଭଲପାଏ ସିଏ ମଧ୍ୟ ନିଜ ଭାବନା କୁ ଶବ୍ଦ ମାଧ୍ୟମରେ ଆମକୁ କହିଥାଏ । କିନ୍ତୁ ଏହି ଶବ୍ଦ ଦ୍ବାରା ଆମେ ବହୁତ ସମୟରେ ଏହା ଜାଣିପାରି ନ ଥାଉ କି ଆମ ସାମ୍ନା ବାଲା ଆମକୁ ସତ ରେ ଭଲପାଉଛି କି ଆମକୁ ମିଛ କହି ଧୋକା ଦେଉଛି ।

ଏହା ଜାଣିବା ପାଇଁ ଆମ ପକ୍ଷରେ ବହୁତ କଷ୍ଟ ହୋଇଥାଏ । ଯାହାଦ୍ୱାରା ଆମେ ବେଳେବେଳେ ଧୋକା ମଧ୍ୟ ପାଇଥାଉ । ତେଣୁ କାହାର ଶବ୍ଦ ଦ୍ବାରା ପ୍ରେମ କୁ କେବେ ପ୍ରକୃତ ପ୍ରେମ ଭାବିବ ନାହିଁ । ତେବେ ଏହି ପାଞ୍ଚ ଟି ସଂକେତ ଆପଣଙ୍କୁ ପ୍ରକୃତ ପ୍ରେମ ବୋଲି ଜାଣିଥାଏ ।

ପ୍ରଥମେ ସମର୍ପଣ । କେବଳ ବାହାରୁ କିମ୍ବା ନିଜ ଶବ୍ଦ ରୁ ନୁହେଁ ବରଂ ପୁରା ମନ ରୁ ସମର୍ପଣ । ଯେତେବେଳେ ଜଣେ ଆପଣଙ୍କ ପାଖରେ ପୁରା ହୃଦୟ ରୁ ସମର୍ପଣ ହୋଇଯାଇଥାଏ ସେତେବେଳେ ତାକୁ ଆଉ କାହାର ବି ଆବଶ୍ୟକତା ପଡିନଥାଏ । ଆପଣଙ୍କ ପରେ ତା ଜୀବନରେ ଆଉ କେହି ବି ଆସି ନ ଥାନ୍ତି । କାରଣ ଆପଣ ତାର ସବୁ ଖାଲିପଣ ଏବଂ ଆବଶ୍ୟକତା କୁ ପୁରା କରିଥାନ୍ତି । ସିଏ ଆଉ କୁଆଡେ ବି ଯାଇନଥାଏ ଆପଣଙ୍କ ପାଖରେ ହିଁ ରହିଯାଇଥାଏ ଏବଂ ଏହା ସେତେବେଳେ ହୁଏ ଯେତେବେଳେ ଜଣେ ଆପଣଙ୍କୁ ପ୍ରକୃତ ପ୍ରେମ କରୁଥାଏ ।

ପ୍ରାଥମିକତା । ଯେତେବେଳେ ଆପଣଙ୍କୁ ଜଣେ ପ୍ରକୃତ ପ୍ରେମ କରୁଥାଏ ସେତେବେଳେ ଆପଣ ତାର ପ୍ରଥମ ଅଵଶ୍ୟକତା ହୋଇଥାନ୍ତି । ଆପଣଙ୍କ ପରେ ଆଉ ଯିଏ କିନ୍ତୁ ପ୍ରଥମେ ଆପଣ ହିଁ ତା ପାଇଁ ସବୁକିଛି ହୋଇଥାନ୍ତି । ସିଏ ଆପଣଙ୍କ ପାଇଁ ତାର ବହୁତ କାମ ବନ୍ଦ କରିଦିଏ କିନ୍ତୁ କାମ ପାଇଁ ଆପଣଙ୍କୁ କେବେ ଅବହେଳା କରିନଥାଏ । ପ୍ରକୃତ ପ୍ରେମ ରେ କିଛି ବାହାନା ହୋଇନଥାଏ । ସେ ସବୁବେଳେ ଆପଣଙ୍କୁ ଖୁସି ଅନୁଭବ କରାଇଥାଏ । ଆପଣ ତା ପାଇଁ ସବୁକିଛି ହୋଇଥାନ୍ତି ।

ଆପଣଙ୍କ ପ୍ରତି ତାର ଆକର୍ଷଣ ଚାହିଁବା ଦିନ କୁ ଦିନ ବଢ଼ିଥାଏ । ସେ ସବୁବେଳେ ଆପଣଙ୍କ ପ୍ରତି ଆକର୍ଷିତ ହୋଇଥାଏ । ସେ ଆପଣଙ୍କ ର ଗୁଣ ସହ ଆପଣଙ୍କ ସବୁ ଅଭାବ କୁ ମଧ୍ୟ ଭଲପାଇଥାଏ । ସେ ଆପଣଙ୍କ ପାଇଁ ସବୁକିଛି କରିବ ଯାହା ସେ ଆଗରୁ କେବେ କରିନଥିବ ।

 

ଯଦି ସେ ଆପଣଙ୍କୁ ପ୍ରକୃତ ପ୍ରେମ କରୁଥିବ ତେବେ ସେ ଆପଣଙ୍କୁ କେବେ ବାହାନା ଦେଖାଇବ ନାହିଁ । କଥାରେ କୁହନ୍ତି ନା ଯିଏ ପ୍ରକୃତ ପ୍ରେମ କରେ ସେ କେବେ କାହାକୁ ଡରି ନ ଥାଏ । ତେବେ ସବୁବେଳେ ପ୍ରେମ ପ୍ରକୃତ ହେବା ଦରକାର ।

ସିଏ ଆପଣଙ୍କ ର ଏବଂ ଆପଣଙ୍କ ଭାବନା ର ସବୁବେଳେ ଯତ୍ନ ଓ ମାନିଥାଏ । ସିଏ ଆପଣଙ୍କୁ ସବୁବେଳେ ସମ୍ମାନ ଦେଇଥାଏ । ସିଏ ସବୁବେଳେ ଆପଣଙ୍କୁ ଖୁସି ରଖିବାକୁ ଚେଷ୍ଟା କରିଥାଏ । ସିଏ ଆପଣଙ୍କୁ କେବେ କଷ୍ଟ ଦେବାକୁ ଚାହିଁ ନ ଥାଏ କିମ୍ବା କଷ୍ଟ ରେ ଦେଖିପାରି ନ ଥାଏ । ସେ ସବୁବେଳେ ଆପଣଙ୍କ ର ଯତ୍ନ ଏବଂ ସମ୍ମାନ କରିଥାଏ । ତେଣୁ କେବଳ ଶବ୍ଦ ରେ କହିଦେବା ପ୍ରେମ ହୋଇନଥାଏ । ଏହାକୁ କରିବାକୁ ମଧ୍ୟ ପଡ଼ିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।