ବନ୍ଧୁଗଣ ଯଦି ଭରସା ଭଗବାନ ଙ୍କ ଉପରେ ଅଛି ତେବେ ଭାଗ୍ୟ ରେ ଯାହା ଥିବ ମିଳିବ ଏବଂ ଭରସା ଯଦି ନିଜ ଉପରେ ଅଛି ତେବେ ଭଗବାନ ଆପଣଙ୍କ ଇଚ୍ଛା ଅନୁସାରେ ଫଳ ମିଳିବ । ଏବଂ ସେ ବ୍ୟକ୍ତି ଉପରେ କେବେବି ସନ୍ଦେହ କିମ୍ବା ଧୋକା ଦେବା ନାହିଁ ଯିଏ ଏ ସମୟରେ ବି ଆପଣଙ୍କୁ ସମସ୍ୟ ଦେଉଛି । ମଣିଷ ସେତେବେଳେ ବଦଳି ଯାଏ ଯେବେ କୌଣସି ଜଣେ ଖାସ ବ୍ୟକ୍ତି ତା ଜୀଵନ କୁ ଆସିଥାଏ କିମ୍ବା କୌଣସି ଖାସ ବ୍ୟକ୍ତି ଜୀବନ ରୁ ଚାଲିଯାଏ ।
ଏବଂ ଲୁଣ ଭଳି ପିତା ଜ୍ଞାନ ଦେଉଥିବା ବ୍ୟକ୍ତି ହିଁ ପ୍ରକୃତ ବନ୍ଧୁ ଥାଏ । ଏବଂ ମିଠା ମିଠା କଥା କହୁଥିବା ବ୍ୟକ୍ତି ଚୁଗଲ ଖୋର ହୋଇଥାଏ । ଇତିହାସ ସାକ୍ଷୀ ଅଛି ଯେ ଆଜି ପର୍ଯ୍ୟନ୍ତ ଲୁଣ ରେ କେବେବି ପୋକ ଲାଗେନି କିନ୍ତୁ ମିଠା ରେ ଲାଗିଯାଏ । ଏବଂ କଡା ସତ୍ୟ ହେଉଛି ମାତା ପିତାଙ୍କ କଥା ବହୁତ ଖରାପ ଲାଗେ କିନ୍ତୁ ତାଙ୍କ ସମ୍ପତି ସମସ୍ତ ଙ୍କୁ ଭଲ ଲାଗିଥାଏ ।
ସମ୍ପର୍କ ହୃଦୟ ରୁ ହେବା ଆବଶ୍ୟକ କେବଳ ଶବ୍ଦ ରେ ନୁହେଁ ସେହି ପରି ରାଗ କିମ୍ବା ଶତ୍ରୁତା ଶବ୍ଦ ରେ ହିଁ ହେବା ଉଚିତ ହୃଦୟ ରେ ନୁହେଁ । ମଣିଷ ଯେବେ ବି କିଛି ଭୁଲ କାମ କରିଥାଉ ତେବେ ବାମ ଡାହାଣ ଏପଟ ସେପଟ ସବୁ ଦେଖେ କିନ୍ତୁ ଉପରକୁ ଦେଖେ ନାହିଁ । ଯେ ପର୍ଯ୍ୟନ୍ତ ଆପଣଙ୍କୁ ଆପଣଙ୍କର ନିଜର ସବୁଠୁ ବଡ଼ ଡର ବିଷୟରେ ଜଣା ନାହିଁ ସେ ପର୍ଯ୍ୟନ୍ତ ଆପଣ ନିଜର ସବୁଠୁ ବଡ଼ ବଳ ବିଷୟରେ ମଧ୍ୟ ଜାଣିପାରିବେ ।
ଏବଂ ଖୁସି ରହିବାର ଗୋଟିଏ ମନ୍ତ୍ର ଅଛି ଭରସା ଓ ଇଚ୍ଛା କେବଳ ନିଜ ଉପରେ ରଖ ଆଉ କାହା ଉପରେ ନୁହେଁ । ସେ ବ୍ୟକ୍ତି ସହ ରୁହ ଯାହାଙ୍କର ସମୟ ଖରାପ ଅଛି କିନ୍ତୁ ଯାହାର ମନସା ଖରାପ ତାହା ସହ ରୁହ ନାହିଁ । ନିଜ ଘର ର କବାଟ କୁ ଛୋଟ ହିଁ ରହୁ ଯିଏ ତଳକୁ ନଇଁ ଆସିଗଲା ଜାଣିବ ସେ ତମ ନିଜର । ଯେବେ ସମ୍ପର୍କରେ ଅଭିମାନ, ଅଭିଯୋଗ ଆଦି କମ ହୋଇଯାଏ ସେତେବେଳେ ଜାଣିବ କି ଆପଣ ଙ୍କ ସଂପର୍କ ଦୁର୍ବଳ ହୋଇ ପଡ଼ିଲାଣି ।
କିଏ ଜଣେ ବହୁତ ଭଲ କଥା କହିଛନ୍ତି କି ଯିଏ ମନରେ କିଛି ଭର୍ତ୍ତି କରି ବଞ୍ଚେ ସେ କେବେବି ମନ ଭର୍ତ୍ତି କରି ବଂଚି ପାରେନି । ମନୁଷ୍ୟ ତ ଜନ୍ମ ର ଦୁଇ ବର୍ଷ ପରେ କଥା କହିବା ଶିଖି ଯାଏ କିନ୍ତୁ କଣ କହିବାର ଅଛି ତାହା ଜୀଵନ ଯାକ ଶିଖି ପାରେ ନାହିଁ । ଆଜି କାଲି ର ସମ୍ପର୍କ ଠୁ ତ ମୋବାଇଲ ଫୋନ ବହୁତ ଭଲ ଶେଷ ହେବା ପୂର୍ବରୁ ବର୍ନିଂ ତ ଦିଏ । ଧୋକା ଖାଇଥିବା ବ୍ୟକ୍ତି ଧୋକା ଖାଇ ବୁଝିଯାଏ କିନ୍ତୁ ଧୋକା ଦେଉଥିବା ବ୍ୟକ୍ତି ଭୁଲ କରିଚାଲି ଥାଏ ।
ଏବଂ ଜଣେ ବହୁତ ଭଲ କଥା କହିଛନ୍ତି କି ସମୟ ସବୁବେଳେ ସମାନ ନଥାଏ । ସିଏ ବି କାନ୍ଦେ ଯିଏ ଅନ୍ୟ କୁ କନ୍ଦାଏ । ଜୀବନ ରେ ଯେତେ ଦୁଃଖ କଷ୍ଟ ଆସୁ ତାକୁ ସବୁବେଳେ ହସି କି ସାମ୍ନା କରିବା ଆବଶ୍ୟକ । କାରଣ ସୂର୍ଯ୍ୟ ଯେତେ କଷ୍ଟ ଦେଲେ ମଧ୍ୟ ସମୁଦ୍ର କେବେବି ଶୁଖେ ନାହିଁ । ପରିଶ୍ରମ ର ଫଳ ଯେତେ ଡେରି ହେଲେ ମଧ୍ୟ ମିଳେ । ସେଥିପାଇଁ ସବୁବେଳେ ପରିଶ୍ରମ କରିବା ଆବଶ୍ୟକ ।
ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।