Health Tips- ନାଭିରେ ଲଗାଇ ଦିଅନ୍ତୁ ଏହି ତେଲ, କେଶ ଧଳା ହେଉଥିଲେ ଲୁଳରୁ ହେଇଯିବ କଳା!

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ନାଭିର ମହତ୍ୱ ବହୁତ ଅଧିକ ହୋଇଥାଏ । ନାଭି ରେ ତେଲ ଲଗାଇବା ଜରୁରୀ ଅଟେ । ବହୁ ପୁରାତନ ପୁସ୍ତକ ଅଷ୍ଟାଙ୍ଗ ହୃଦମ ଯେଉଁଥିରେ ଲେଖା ଅଛି ଯେ ନାଭିରେ କେଉଁ କେଉଁ ତେଲ ବ୍ୟବହାର କରିବା ଉଚିତ ତାହା ବିଷୟରେ ଜାଣିବା ଏବଂ କେଉଁପରି ଭାବେ ତେଲ ଲଗାଇବା ସେ ବିଷୟରେ ମଧ୍ୟ ଜାଣିବା । ତେଲ ଲଗାଇବା ପରେ କେଉଁ ପରି ଭାବେ ଶୋଇବା ଉଚିତ ତାହା ଆମେ ଆପଣଙ୍କୁ ଜଣାଇବା ।

ପ୍ରଥମେ ଜାଣିବା ଆସନ୍ତୁ ତେଲକୁ କେତେ ଦିନ ଛାଡିକି କେତେ ଦିନ ବ୍ୟବହାର କରିବା ଦରକାର । ବହୁତ ଜାଗାରେ ଶୁଣିଥିବେ ଯେ ତେଲକୁ ସବୁ ଦିନ ନାଭିରେ ଲଗାଇବାକୁ ପଡିଥାଏ । ଏହା ଭୁଲ କାରଣ ଏହା ଦ୍ଵାରା ନାଭି ତେଲିଆ ହୋଇଯାଏ । ସେହି କାରଣ ରୁ ସପ୍ତାହ କୁ ମାତ୍ର ଥରେ ହିଁ ତେଲ କୁ ନାଭିରେ ଘଷିବା ଉଚିତ । ସୋମବାର ହେଉ କିମ୍ଵା ମଙ୍ଗଳବାର ହେଉ ଯେଉଁଦିନ ତେଲ ଲାଗେଇବେ ସପ୍ତାହର ଠିକ ସେହି ଦିନ ହିଁ ତେଲ ଲଗାନ୍ତୁ । ଆଉ ଏହାକୁ ରାତ୍ରି ସମୟରେ ଲଗାନ୍ତୁ । ଶୋଇବାକୁ ଯିବାର ଠିକ ଅଧା ଘଣ୍ଟା ପୂର୍ବରୁ ଏହି ତେଲ ମାଲିସ କରିକି ସୁଅନ୍ତୁ ।

ଦ୍ଵିତୀୟ କଥା ମନ ରଖନ୍ତୁ ନାଭିରେ ଆପଣ ତେଲ ବା ଘିଅ ପକେଇଲା ବେଳେ କେବଳ ଦୁଇ କିମ୍ବା ତିନି ଠୋପା ପକାନ୍ତୁ । ଆଉ ସେହି ସମୟରେ ପୁରା ସିଧା ହୋଇକି ସୁଅନ୍ତୁ । ଘରେ କିଏ ଥିଲେ ତାଙ୍କୁ କୁହନ୍ତୁ ନାଭିରେ ତେଲ ପକେଇଦବା ପାଇଁ ଓ ପିଠି ପାଖ ହୋଇକି ସୁଅନ୍ତୁ । ଶୋଇବା ସମୟରରେ ଶରୀରକୁ ରିଲାକ୍ସ କରିକି ରଖନ୍ତୁ । ହାତଗୋଡ ସବୁ ଆଗକୁ ରଖିକି ମନ ଶାନ୍ତି କରିକି ଶୋଇରହିବେ ।

ଏବେ ଆସନ୍ତୁ ଜାଣିବା କେଉଁ କେଉଁ ତେଲର ବ୍ୟବହାର କରିବା ଉଚିତ । ବନ୍ଧୁଗଣ ଥଣ୍ଡା ଦିନରେ ଚର୍ମ ଫାଟିଯାଏ ଏବଂ ଫାଟ ଫାଟ ଦେଖା ଯାଏ । ଏଥିରୁ ମୁକ୍ତି ପାଇବାକୁ ହେଲେ ଆପଣଙ୍କୁ ସୋରିଷ ତେଲକୁ ନାଭିରେ ଲଗାଇବା ଦରକାର ହୋଇଥାଏ । ସୋରିଷ ତେଲ ବହୁତ ଉପକାର ଥାଏ । ଏହା ଆଖିର ଉଜ୍ଵଳ ଶକ୍ତି ବଢେଇବାରେ ସାହାଯ୍ୟ କରିଥାଏ । ଯେଉଁ ବ୍ୟକ୍ତିର ନିଦ୍ରାରେ ଅସୁବିଧା ମାନ ଦେଖାଯାଏ ସେମାନଙ୍କ ଏହି ଅସୁବିଧା ସବୁ ଦୂର ହୋଇଯିବ ।

 

ଏହାଦ୍ଵାରା ଆପଣମାନଙ୍କ ଓଠ ଯଦି କଳା ଦେଖାଯାଏ ତେବେ ଏହାଦ୍ଵାରା ଗୋଲାପି ହୋଇଯିବ । ସୋରିଷ ତେଲକୁ ଏହି ଦିନରେ ବ୍ୟବହାର କରିବା ଉଚିତ । ସେହିପରି ଗରମ ଦିନରେ ନଡ଼ିଆ ତେଲର ବ୍ୟବହାର କରନ୍ତୁ କାରଣ ନଡ଼ିଆ ତେଲ ସାମାନ୍ୟ ଥଣ୍ଡା ହୋଇଥାଏ । ଏହାର ଉପକାର ଗୁଡିକ ହେଲା ଏହା ଚେହେରାକୁ ଚମକାଇବାରେ ସାହାଯ୍ୟ କରିଥାଏ । ତ୍ୱଚା ସଫା ଓ ସୁନ୍ଦର ଦେଖାଯାଏ ।

ଯଦି ଆଖି ତଳେ କଳା ଦାଗ ହୋଇଥାଏ ତେବେ ତାହା କମିଯିବ । ଯଦି ଆପଣ ବହୁତ ଶୀଘ୍ର ବୃଦ୍ଧ ହେବାକୁ ଚାହୁଁନାହାନ୍ତି ତେବେ ଏହା ନିଶ୍ଚିତ କରନ୍ତୁ । କାରଣ ଏହା ଅଧିକ ବୟସରେ ମଧ୍ୟ ଯୌବନ ଭଳି ଦେଖା ଯାଏ । ଏହା କେଶ କୁ ଧଳା ହେବାରୁ ମଧ୍ୟ ରକ୍ଷା କରିଥାଏ । ଏହା ବାଳକୁ କଳା, ଲମ୍ବା, ମୋଟା କରିବାରେ ସାହାଯ୍ୟ କରିଥାଏ ।

ଯଦି ଆପଣ ଶୁଦ୍ଧ ବାଦାମ ତେଲକୁ ନାଭିରେ ବ୍ୟବହାର କରନ୍ତି ତେବେ ଏହା ବହୁତ ଉପକାରୀ ହୋଇଥାଏ । ଏହାକୁ ଶୀତ ଓ ଗରମ ଦୁଇଟି ଋତୁରେ ବ୍ୟବହାର କରିପାରିବେ । ଏହା ଆପଣଙ୍କ ବାଳ କୁ କଳା ରଖିବାରେ ସାହାଯ୍ୟ କରେ । ଏହାଦ୍ଵାରା ଡାଇବେଟିସ ଭଳି ରୋଗକୁ ଦୂର କରିଥାଏ । ହେଲେ ବନ୍ଧୁଗଣ ସବୁଠୁ ବେଶି ସୋରିଷ ତେଲ ଭଲ ହୋଇଥାଏ ଏହାପରେ ବାଦାମ ତେଲ ମଧ୍ୟ ବହୁତ ଭଲ ହୋଇଥାଏ କିନ୍ତୁ ଯଦି ଆପଣଙ୍କ ବ୍ୟାୟାମ କରୁନାହାନ୍ତି ତେବେ ଏହା କାମ ଦେବ ନାହିଁ । ତେଣୁ ବ୍ୟାୟାମ କରିବା ମଧ୍ୟ ନିହାତି ଦରକାର ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।