ଜୀବନରେ ଆତ୍ମବିଶ୍ୱାସ ଓ ସଫଳତା ଦେବାରେ ସାହାର୍ଯ୍ୟ କରିବ ଏହି ୧୩ ଟି ମୋଟିଭେଶନଲ କୋଟ୍ସ, ଥରଟୁଏ ନିଶ୍ଚିତ ପଢନ୍ତୁ

ଜୀବନରେ ସମସ୍ତେ ସଫଳ ହେବାକୁ ଚାହାଁନ୍ତି । କାହାକୁ କମ ସମୟରେ ସଫଳତା ମିଳି ଯାଇଥାଏ ତ କାହାକୁ ଲମ୍ବା ସମୟ ପର୍ଯ୍ୟନ୍ତ ସଫଳତା ମିଳେ ନାହିଁ । କିନ୍ତୁ ଯଦି ଆପଣ ପରିଶ୍ରମ କରିବେ ତେବେ ଆପଣଙ୍କୁ ନିଶ୍ଚିତ ରୂପରେ ସଫଳତା ମିଳିବ । କିନ୍ତୁ ଅସଫଳ ହେବାର ଡର ସମସ୍ତଙ୍କୁ ଥାଏ । ସମସ୍ତ ସଫଳ ବ୍ୟକ୍ତି ପଛରେ ଅସଫଳତାର କୌଣସି ନା କୌଣସି କାହାଣୀ ନିଶ୍ଚିତ ଥାଏ ।

ଏମିତିରେ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ ୧୩ ଟି ଏମିତି କୋଟ୍ସ ନେଇ ଆସିଛୁ ଯାହା ଆପଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରି ଦେବ । ଏହି କୋଟ୍ସକୁ ପଢିଲେ ଆପଣଙ୍କୁ ଜୀବନରେ ଆଗକୁ ବଢିବା ପାଇଁ ପ୍ରେରଣା ମିଳିବ ।

ଜୀବନରେ ସଫଳତା ପାଇଁ କୋଟ୍ସ

୧. ସଫଳତା ଗୋଟିଏ ଦିନରେ ମିଳେ ନାହିଁ କିନ୍ତୁ ଯଦି ଦୃଢତା ର ସହିତ ଆଗକୁ ବଢିଚାଲୁଥିବେ ତେବେ ଦିନେ ନା ଦିନେ ନିଶ୍ଚିତ ମିଳିଥାଏ ।

୨. ଯଦି ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ନିଜର ଏକ ଲକ୍ଷ ପ୍ରସ୍ତୁତ କରନ୍ତୁ, କେବଳ ତାହା ହିଁ କରନ୍ତୁ ଯାହାକୁ କରିବା ପାଇଁ ଆପଣଙ୍କୁ ଭଲ ଲାଗିଥାଏ ଓ ଯେଉଁଥିରେ ଆପଣଙ୍କୁ ବିଶ୍ଵାସ ଥିବ । ସଫଳତା ନିଜେ ଆସି ଆପଣଙ୍କ ପାଖରେ ପହଞ୍ଚିବ ।

୩. ଜୀବନରେ ବାରମ୍ବାର ଅସଫଳ ହେବା ହିଁ ବଡ ସଫଳତାର ପରିଚୟ ଅଟେ ।

୪. ପ୍ରାୟତଃ ସମସ୍ତ ମହାନ ବ୍ୟକ୍ତିମାନେ ଅସଫଳତା ପାଇବା ପରେ ହିଁ ସଫଳତା ପାଇଛନ୍ତି ।

ଛାତ୍ରମାନଙ୍କ ପାଇଁ ସଫଳତାର କୋଟ୍ସ

୧. ପ୍ରାୟତଃ ସଫଳତା ଅସଫଳତା ହେବା ପରେ ହିଁ ମିଳିଥାଏ ।

୨. ସଫଳତା ଖୁସି ଗୁଡିକର ଚାବି ହୋଇଥାଏ । ଯଦି ଆପଣ ଯାହା କରୁଛନ୍ତି, ତାହାକୁ ନିଜର ହୃଦୟ ସହିତ କରିବେ ତେବେ ଆପଣ ନିଶ୍ଚିତ ସଫଳ ହେବେ ।

୩. ଯେତିକି କଠିନ ସଂଘର୍ଷ ହୋଇଥାଏ, ସଫଳତା ସେତିକି ହିଁ ମଜାଦାର ହୋଇଥାଏ ।

୪. ଜଣା – ଶୁଣାରେ କାମ ମିଳିବା ସହଜ ଅଟେ, କିନ୍ତୁ ନିଜର ପରିଶ୍ରମରେ ସଫଳତା ହାସଲ କରିବାକୁ ପଡିଥାଏ ।

୫. ଯାହା ସହଜରେ ମିଳିଯାଏ, ତାହା ସବୁଦିନ ପାଇଁ ପାଖରେ ରୁହେ ନାହିଁ ଓ ଯାହା ସବୁଦିନ ପାଇଁ ପାଖରେ ରହିଥାଏ, ତାହା କେବେ ବି ସହଜରେ ମିଳେ ନାହିଁ ।

ବିଜନେସରେ ସଫଳ ହେବାର କୋଟ୍ସ

୧. ଆପଣଙ୍କ ଜୀବନରେ ସେହି ଜିନିଷ ମିଳିଥାଏ, ଯାହା ଉପରେ ଆପଣ ଧ୍ୟାନ କେନ୍ଦ୍ରିତ କରିଥାନ୍ତି । ତେବେ ଧ୍ୟାନ ସେଠି ଲଗାନ୍ତୁ, ଯେଉଁଠି ଆପଣଙ୍କର ଦରକାର ।

୨. ଯେଉଁମାନଙ୍କୁ ନିଜ କାମ ଉପରେ ବିଶ୍ଵାସ ଥାଏ, ତାଙ୍କୁ ଚାକିରି ମିଳିଥାଏ ଓ ଯେଉଁମାନଙ୍କୁ ନିଜ ଉପରେ ବିଶ୍ଵାସ ଥାଏ, ସେମାନେ ବ୍ୟାପାର କରନ୍ତି ।

୩. ଚିହ୍ନା ପରିଚୟରୁ ମିଳିଥିବା କାମ ଅଳ୍ପ ସମୟ ପାଇଁ ରହିଥାଏ । କିନ୍ତୁ କାମରୁ ମିଳିଥିବା ପରିଚୟ ଜୀବନ ସାରା ରହିଥାଏ ।

୪. ସବୁବେଳେ ଏତେ ଛୋଟ ହୁଅନ୍ତୁ କି ସମସ୍ତେ ଆପଣଙ୍କ ସହିତ ବସି ପାରିବେ ଓ ଏତେ ବଡ ହୁଅନ୍ତୁ କି ଯେତେବେଳେ ଆପଣ ଉଠିବେ ତେବେ କେହି ବି ବସି ରହିବେ ନାହିଁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।