ବହୁତ ଗୁଣକାରୀ ହୋଇଥାଏ ଏହି ଗଛ, ଦାନ୍ତ ଦରଜ, ଡାଇବେଟିସ ଭଳି ଅନେକ ବଡ ରୋଗରୁ ଉପଶମ ଦେଇଥାଏ, ଜାଣନ୍ତୁ ଏହି ଗଛରୁ ମିଳୁଥୁବା ସ୍ୱାସ୍ଥ୍ୟଗତ ଲାଭ ବିଷୟରେ

ମହୁଆ ଗଛରେ ଫୁଟୁଥିବା ଫୁଲ ବହୁତ ଶକ୍ତିଶାଳୀ ହୋଇଥାଏ ଓ ଏହି ଗଛର ଫୁଲକୁ ଖାଇବା ଦ୍ଵାରା ବିଭିନ୍ନ ପ୍ରକାରର ଲାଭ ଶରୀରକୁ ମିଳିଥାଏ । ଏହି ଗଛର ଫୁଲ ଗୁଡିକର ରଙ୍ଗ ହଳଦିଆ ହୋଇଥାଏ ଓ ଏହି ଫୁଲରେ ପ୍ରୋଟିନ, କ୍ୟାଲସିୟମ ଓ ଫସଫରସ ଭଳି ତତ୍ଵ ମିଳିଥାଏ । ମହୁଆ ଫୁଲ ଛଡା ଏହି ଗଛର ଛାଲି, ପତ୍ର ଓ ଏହାର ମଞ୍ଜି ବହୁତ ଗୁଣକାରି ହୋଇଥାଏ ।

ମହୁଆ ଗଛ ସହ ଜଡିତ ଲାଭ –

ଦାନ୍ତର ବ୍ୟଥା କରେ ଦୂର

ଦାନ୍ତରେ ବ୍ୟଥା ହେଲେ ଆପଣ ମହୁଆ ଗଛର ଏକ ଡାଳର ଏକ ଖଣ୍ଡ ଦ୍ଵାରା ନିଜର ଦାନ୍ତ ଘସନ୍ତୁ । ଏହା ଦ୍ଵାରା ଆପଣଙ୍କର ଦାନ୍ତର ବ୍ୟଥା ଏକଦମ ଭଲ ହୋଇଯିବ । ଯଦି ଆପଣଙ୍କର ମାଢିରୁ ରକ୍ତ ବାହାରୁଛି ତେବେ ଆପଣ ଏହି ଗଛର ଛାଲିର ରସ ବାହାର କରି ନିଅନ୍ତୁ ଓ ସେହି ରସ ଦ୍ଵାରା ନିଜ ମୁହଁକୁ ସଫା କରି ଦିଅନ୍ତୁ । ତିନି ଥର ଏହି ରସ ଦ୍ଵାରା କୁଲ୍ଲା କରିବା ପରେ ଆପଣଙ୍କର ରକ୍ତ ବାହାରିବା ବନ୍ଦ ହୋଇଯିବ ।

ଆଖିକୁ ସଫା କରେ

ଆଖିରେ ଧୁଳିକୁ ସଫା କରିବା ପାଇଁ ଆପଣ ମହୁଆର ଫଳ ଗୁଡିକର ରସ ନିଜ ଆଖିରେ ପକାନ୍ତୁ । ଏହି ରସ ଆପଣଙ୍କ ଆଖିକୁ ପୂରାପୂରି ସଫା କରିଦେବ । ମହୁଆର ରସରେ ଆପଣ ଚାହିଁବେ ତ ଅଳ୍ପ ମହୁ ବି ମିଶାଇ ପାରିବେ ।

ପେଟରେ ସମସ୍ୟା ହେଲେ

ପେଟରେ ସମସ୍ୟା ହେଲେ ଆପଣ ମହୁଆ ଫୁଲର ସେବନ କରି ପାରିବେ । ଆପଣ କିଛି ଫୁଲକୁ ନେଇ ତାହାକୁ ଭଲ ଭାବରେ ଘିଅରେ ଭାଜି ଦିଅନ୍ତୁ ଓ ତାହାର ସେବନ କରନ୍ତୁ । ସବୁଦିନ ଭଜା ହୋଇଥିବା ମହୁଆ ଫଳକୁ ଖାଇବା ଦ୍ଵାରା ପେଟର ସମସ୍ୟାରୁ ଆରାମ ମିଳିଥାଏ ।

ତ୍ଵଚାକୁ ଚମକାଏ

ମହୁଆ ପତ୍ରର ତେଲ ତ୍ଵଚା ପାଇଁ ବହୁତ ଲାଭଦାୟକ ହୋଇଥାଏ ଓ ଏହି ତେଲକୁ ଚେହେରାରେ ଲଗାଇବା ଦ୍ଵାରା ଚେହେରା ଏକଦମ ନରମ ହୋଇ ଯାଇଥାଏ । ଏହା ଛଡା ଶରୀରର କୌଣସି ଅଂଶ ଯଦି ଜଳା ପୋଡା ହେଉଛି ତେବେ ଏହି ତେଲକୁ ଲଗାଇ ପାରିବେ ।

ଥଣ୍ଡାକୁ କରେ ଦୂର

ମହୁଆର ଛାଲିର କାଢା ପିଇବା ଦ୍ଵାରା ଥଣ୍ଡା ଏକଦମ ଭଲ ହୋଇଯାଏ । ମହୁଆର ଛାଲିର କାଢା ପ୍ରସ୍ତୁତ କରିବା ପାଇଁ ଏଥିରେ ଛାଲି, ଚିନି ଓ ପାଣି ଦରକାର ହୋଇଥାଏ ।

ଡାଇବେଟିସ ପାଇଁ ଲାଭଦାୟକ

ଡାଇବେଟିସ ରୋଗୀମାନଙ୍କ ପାଇଁ ମହୁଆର ଛାଲି ବହୁତ ଲାଭଦାୟକ ହୋଇଥାଏ ଓ ଏହାର କାଢାକୁ ନିୟମିତ ରୂପରେ ପିଇବା ଦ୍ଵାରା ବ୍ଲଡ ସୁଗାର ଲେବୁଲ କନ୍ଟ୍ରୋଲରେ ରହିଥାଏ ।

ଗଣ୍ଠିର ବ୍ୟଥାକୁ ଠିକ କରିଥାଏ

ମହୁଆର ଛାଲିର କାଢା ପିଇବା ଦ୍ଵାରା ଗଣ୍ଠିର ବ୍ୟଥାରୁ ବି ଆରାମ ମିଳିଥାଏ । ଏହା ଛଡା ଆପଣ ଏହାର ଲେପ ବି ଲଗାଇ ପାରିବେ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।