ମୃତ୍ୟୁର 13 ଦିନ ପରେ ଆତ୍ମା କେଉଁଠିକୁ ଯାଇଥାଏ ? Garuda Purana

ଏହା ଆମେ ସମସ୍ତେ ଜାଣିଛୁ କି ଏହି ଦୁନିଆରେ ଯିଏ ବି ଜନ୍ମ ନେଇଛି ତାକୁ ଦିନେ ନା ଦିନେ ନିଜ ଶରୀର ଛାଡି ଯିବାକୁ ପଡିଥାଏ । ଆପଣ ଦେଖିଥିବେ ହିନ୍ଦୁ ଧର୍ମରେ ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଥାଏ ତେବେ ତାଙ୍କ ପାଇଁ ୧୩ ଦିନ ପାଳନ କରାଯାଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ୧୩ ଦିନ ପରେ ମୃତକର ଆତ୍ମା କେଉଁଠିକୁ ଯାଇଥାଏ । ଆତ୍ମା ସହିତ କଣ କଣ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହି ସବୁ ପ୍ରଶ୍ନର ଉତ୍ତର ଦେବୁ ।

ଗରୁଡ ପୁରାଣ ଅନୁସାରେ ଆମ ଶରୀରରେ ଥିବା ଉର୍ଜା ଯାହାକୁ ଆମେ ଆତ୍ମା କହିଥାଉ ତାହା କେବେ ବି ନଷ୍ଟ ହୋଇ ନ ଥାଏ । କେବଳ ରୂପାନ୍ତରିତ ହୋଇଥାଏ । ଅର୍ଥାତ ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀରକୁ ଯାଇଥାଏ । କହିଦେଉଛୁ କି ୧୩ ଦିନ ପର୍ଯ୍ୟନ୍ତ ଆତ୍ମା ନିଜର ପରିବାର ସହ ହିଁ ରହିଥାଏ । ୧୩ ଦିନ ପରେ ସେ ମୃତ୍ୟୁଲୋକରୁ ଯମଲୋକର ଯାତ୍ରା ଆରମ୍ଭ କରିଥାଏ ।

ଏହି ୧୩ ଦିନ ପର୍ଯ୍ୟନ୍ତ ଆତ୍ମାର ପରିଜନମାନେ ପିଣ୍ଡଦାନ କରନ୍ତି । ଯାହା ଦ୍ଵାରା ଆତ୍ମାକୁ ବଳ ମିଳିଥାଏ । ଯାହା ଦ୍ଵାରା ସେ ନିଜ ଗୋଡରେ ଚାଲି ଚାଲି ମୃତ୍ୟୁ ଲୋକରୁ ଯମଲୋକ ପର୍ଯ୍ୟନ୍ତ ଯାତ୍ରା କରିଥାଏ । ଗରୁଡ ପୁରାଣ ଅନୁସାରେ ଯେତେବେଳେ କୌଣସି ମନୁଷ୍ୟର ମୃତ୍ୟୁ ହୋଇଥାଏ ଓ ଆତ୍ମା ଶରୀରକୁ ତ୍ୟାଗ କରିଦିଏ ଏହା ପରେ ତାକୁ ତିନୋଟି ମାର୍ଗ ମିଳିଥାଏ ।

ଯାହାକି ଅର୍ଚି ମାର୍ଗ, ଧୁମ ମାର୍ଗ ଓ ଉତ୍ପତ୍ତି ବିନାଶ ମାର୍ଗ । ଅର୍ଚି ମାର୍ଗ ବ୍ରହ୍ମ ଲୋକ ଓ ଦେବଲୋକର ଯାତ୍ରା ପାଇଁ ହୋଇଥାଏ । ଧୁମ ମାର୍ଗ ପିତୃ ଲୋକକୁ ନେଇଯାଏ । ଉତ୍ପତ୍ତି ବିନାଶ ମାର୍ଗ ନର୍କ ଯାତ୍ରା ପାଇଁ ହୋଇଥାଏ । କିନ୍ତୁ କୌଣସି ବି ମାର୍ଗରେ ଯାଇଥିବା ଆତ୍ମାକୁ କିଛି ଦିନ ଭିନ୍ନ ଭିନ୍ନ ଲୋକରେ ରହିବା ପରେ ମୃତ୍ୟୁଲୋକକୁ ଆସିବାକୁ ପଡିଥାଏ । ଗରୁଡ ପୁରାଣ ଅନୁସାରେ ଶରୀରର ତ୍ୟାଗ କରିବା ପରେ ଯେଉଁଲୋକମାନେ ତପସ୍ୟା ଓ ଧ୍ୟାନ କରିଥିବେ ସେମାନେ ବ୍ରହ୍ମ ଲୋକ ଚାଲି ଯାଆନ୍ତି । ଅର୍ଥତା ବ୍ରହ୍ମାଙ୍କ ସହ ଲୀନ ହୋଇ ଯାଆନ୍ତି ।

କିଛି ଭଲ କର୍ମ କରିଥିବା ଲୋକମାନେ ସ୍ଵର୍ଗ ଚାଲି ଯାଆନ୍ତି । ଅର୍ଥାତ ସେମାନେ ଦେବତା ହୋଇ ଯାଆନ୍ତି । ଖରାପ କର୍ମ କରିଥିବା ଲୋକମାନେ ପ୍ରେତୟୋନିରେ ଅନନ୍ତ କାଳ ପର୍ଯ୍ୟନ୍ତ ବୁଲୁଥାନ୍ତି । କିଛି ଲୋକମାନେ ପୃଥିବୀ ପୃଷ୍ଠରେ ଜନ୍ମ ନେଇ ନିଅନ୍ତି । ଜନ୍ମ ନେଉ ଥିବା ଆତ୍ମା ପାଇଁ ଜରୁରୀ ନୁହେଁ କି ସେମାନେ ମନୁଷ୍ୟ ରୂପରେ ହିଁ ଜନ୍ମ ନେବେ । ଏହା ପୂର୍ବରୁ ଏମାନେ ସବୁ ପିତୃ ଲୋକରେ ରୁହନ୍ତି । ଏହି ତାଙ୍କର ନ୍ୟାୟ ହୋଇଥାଏ ।