ଏହିଭଳି ଝିଅ ଯେଉଁଠି ମିଳିବ ସଙ୍ଗେ ସଙ୍ଗେ ବିବାହ କରି ନେବା ଉଚିତ- Chanakya Niti

ଚାଣକ୍ୟ ନୀତି ଚାଣକ୍ୟ ଦ୍ଵାରା ରଚିତ ଗୋଟିଏ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ ଜୀବନକୁ ସୁଖମୟ ଓ ସଫଳ କରିବା ପାଇଁ ଉପଯୋଗୀ ସମାଧାନ ଦିଆ ଯାଇଛି । ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ କିଛି ନୀତି ବିଷୟରେ କହିବାକୁ ଯାଉଛୁ । କହିବାକୁ ଗଲେ ବିବାହକୁ ନେଇ ସମସ୍ତେ ଚିନ୍ତିତ ରୁହନ୍ତି । ବିଶେଷ କରି ପୁଅମାନେ । ସେମାନେ ଚିନ୍ତା କରନ୍ତି କି ଯାହା ସହିତ ଆମେ ବିବାହ କରିବୁ ସେ କେମିତି ହବ । ତାହା ସହିତ ଜୀବନ ଭଲ ଭାବରେ ବିତିବ । ଅନ୍ୟ କୌଣସି ସମସ୍ୟା ଆସିବ ନାହିଁ ।

ଶାସ୍ତ୍ର ଓ ଚାଣକ୍ୟ ନୀତିରେ ବି କୁହାଯାଇଛି କି ଯୋଗ୍ୟ ମଣିଷ ସହ ବିବାହ କରିବା ଉଚିତ । ଶାସ୍ତ୍ରରେ କିଛି ଏହିଭଳି କଥା କୁହାଯାଇଛି ଯାହା ଅନୁସାରେ ଯଦି କୌଣସି କନ୍ୟା ମିଳୁଛି ତେବେ ତାଙ୍କ ସହ ବିବାହ କରିବା ପାଇଁ ଡେରି କରିବା ଉଚିତ ନୁହେଁ ।

· ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯଦି କୌଣସି କାମ କାର୍ଯ୍ୟ ବିଷୟରେ ଜଣା ନାହିଁ କିନ୍ତୁ ସେ ଘର, ପରିବାର ଓ ସମାଜ ବିଷୟରେ ଜାଣିଛି ତେବେ ଏହା ବହୁତ ଭଲ କଥା ଅଟେ । ଏହିଭଳି ସ୍ତ୍ରୀ ଜାଗୃତ ରୁହନ୍ତି ଓ ନିଜ ପରିବାରର ମାନ ସମ୍ମାନ ବଢାନ୍ତି ।

· ବିବାହ ପାଇଁ ସ୍ତ୍ରୀ ମଧ୍ୟରେ ଏହି ଗୁଣ ଥିବା ଦରକାର । ଆପଣଙ୍କ ସ୍ତ୍ରୀ ସମସ୍ତଙ୍କୁ ମାନ ସମ୍ମାନ ଦେବା ଜାଣିଥିବା ଦରକାର । ନିଜ ଠାରୁ ବଡ ଓ ସାନ ସମସ୍ତଙ୍କୁ ସମ୍ମାନ ଦେବା ଉଚିତ ।

· ଯେଉଁ ସ୍ତ୍ରୀ ସଂସ୍କୃତି ଓ ପରମ୍ପରାର ପାଳନ କରିଥାଏ ସେମାନେ ବିବାହ ପାଇଁ ଶ୍ରେଷ୍ଠ ଅଟନ୍ତି । ଏହିଭଳି ସ୍ତ୍ରୀ ସ୍ଵାମୀଙ୍କ ସୋଭାଗ୍ୟ ବଢାନ୍ତି ।

· ଯେଉଁ ସ୍ତ୍ରୀ ମଧ୍ୟରେ ସାହାର୍ଯ୍ୟ କରିବାର ଗୁଣ ଥାଏ ସେମାନେ ପରିବାର ପାଇଁ ଶୁଭ ଅଟନ୍ତି । ପରିବାରକୁ ଆର୍ଥିକ ରୂପରେ ମଜବୁତ କରିବା ପାଇଁ ମହତ୍ଵପୂର୍ଣ ଭୂମିକା ଗ୍ରହଣ କରନ୍ତି । ଏହିଭଳି ସ୍ତ୍ରୀକୁ ଲକ୍ଷ୍ମୀର ସ୍ୱରୂପ କୁହାଯାଏ ।

· ଯେଉଁ ସ୍ତ୍ରୀର ଆବାଜ ମିଠା ଥିବ ଓ ଯାହାର କହିବା ଦ୍ଵାରା ସୁଖ ଅନୁଭବ ହେବ । ସେମାନେ ବିବାହ ପାଇଁ ଶ୍ରେଷ୍ଠ ଅଟନ୍ତି ।

· ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ଯେଉଁ ସ୍ତ୍ରୀ ଭଲ ପରାମର୍ଶ ଦିଏ ଓ ଖରାପ ସମୟରେ ଧର୍ଯ୍ୟ ରଖିବ ତାକୁ ବିବାହ କରିବା ପୁରୁଷ ପାଇଁ ଭଲ ରହିଥାଏ ।

· ଯିଏ ନିଜର ଭାଇ ଭଉଣୀ ସବୁ ସମ୍ପର୍କୀୟଙ୍କ ସହ ଭଲ ବ୍ୟବହାର ରଖିଥାଏ ଓ ସମସ୍ତଙ୍କର ଧ୍ୟାନ ରଖିଥାଏ । ସେମାନେ ବିବାହ ପାଇଁ ଉତ୍ତମ ହୋଇଥାନ୍ତି ।

· ଯେଉଁ ସ୍ତ୍ରୀ ମର୍ଯ୍ୟାଦାରେ ରହିଥାଏ, ଘର ପରିବାରର ମାନ ସମ୍ମାନ ଉଚ୍ଚ ରଖିଥାଏ । ସେହି ସ୍ତ୍ରୀ ଶ୍ରେଷ୍ଠ ହୋଇଥାଏ ।

· ଯେଉଁ ମହିଳା ମଧ୍ୟରେ ଅହଂକାର ଭାବନା ନ ଥାଏ ଓ ନିଜ ଠାରୁ ଅଧିକ ଅନ୍ୟର ସୁଖକୁ ମହତ୍ଵ ଦେଇଥାଏ । ସେମାନେ ପରିବାରକୁ ସବୁବେଳେ ଖୁସିରେ ରଖିଥାନ୍ତି ।