ଝିଟିପିଟି କେଉଁଠି ପଡିଲେ ସମ୍ପତ୍ତି ପ୍ରାପ୍ତିର ସଙ୍କେତ ମିଳିଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଶାସ୍ତ୍ର ଲିଖିତ ଅନୁଚିନ୍ତା

ନମସ୍କାର ବନ୍ଧୁଗଣ, ସଂକେତ ଯାହାକୁ ବୁଝିବା ନିହାତି ଆବଶ୍ୟକ ହୋଇଥାଏ ମଣିଷ ପାଇଁ କିନ୍ତୁ ଅଜ୍ଞାନୀ ମଣିଷ ତାହାକୁ ବୁଝିପାରି ନଥାଏ । ଭଗବାନ ସମସ୍ତ ଜିନିଷର ଆଗମନ ପୂର୍ବରୁ ଆମକୁ ସଂକେତ ଦେଇଥାନ୍ତି କିନ୍ତୁ ଆମେ ତାହା ବୁଝି ନ ପାରି ଭଗବାନଙ୍କୁ ଦୋଷ ଦେବାକୁ ଲାଗିଥାଉ । ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ ଝିଟିପିଟି କେଉଁଠି ପଡିବା ଦ୍ଵାରା ଧନ ଲାଭର ସଂକେତ ମିଳିଥାଏ ତାହା ସହ ଆହୁରି ମଧ୍ୟ କିଛି ଅନୁଚିନ୍ତା ଆପଣ ମାନେ ଜାଣିବା ପାଇଁ ପାଇବେ ଆମର ଏହି ପୋଷ୍ଟ ମାଧ୍ୟମରେ ।

ପ୍ରଥମ: ଘର ଆଗରେ ମୁରୁଜରେ ଲକ୍ଷ୍ମୀ ମା ଙ୍କ ପାଦ ଚିହ୍ନ ଆଙ୍କିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ଘର ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡି ନଥାଏ । ଦିତୀୟ: ଠାକୁର ଘର ଆଖ ପାଖରେ ଔଷଧ ରଖିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ । ତୃତୀୟ: ଶୋଇବା ଖଟ ତଳେ କେବେ ମଧ୍ୟ ଲୁଣ, ତେଲ, ଝାଡୁ ରଖିବା ଉଚିତ ନୁହେଁ । ଏହାଦ୍ୱାରା ମାନସିକ ଅଶାନ୍ତି ଦେଖା ଦେଇଥାଏ । ଏବଂ ଦୁର୍ଭାଗ୍ୟ ଆସିଥାଏ ।

ଚତୁର୍ଥ: ଲାଲ ରଙ୍ଗର ରିବନ ଘରର ମୁଖ୍ୟ ଦ୍ଵାର ସମ୍ମୁଖରେ ଟାଙ୍ଗିବା ଦ୍ଵାରା ଘରକୁ ଧନର ଆଗମନ ହୋଇଥାଏ । ପଞ୍ଚମ: ଘରେ ଯଦି ଝିଅ ବାହାଘର ବିଳମ୍ବ ହେଉଥାଏ ତେବେ ହଳଦିଆ ରଙ୍ଗର ବେଡସିଟ ପକାଇ ଶୋଇବା ଦ୍ଵାରା ବିବାହ ଶୀଘ୍ର ହୋଇ ଯାଇଥାଏ ।

ଷଷ୍ଠ: ଯଦି ଆପଣଙ୍କ ଘରେ ପଇସାର ଅଭାବ ଲାଗିରଗିଛି ତେବେ ଆପଣ ପଇସା ରଖୁଥିବା ଘରକୁ ଲାଲ ଏବଂ ହଳଦିଆ ରଙ୍ଗ ଦେବା ଉଚିତ । ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ । ସପ୍ତମ: ଯଦି ଆପଣ ଧାର କରଜ କରିଥାନ୍ତି ତେବେ ମଙ୍ଗଳ ବାର ଦିନ କରାଯା ସୁଝିବା ଦ୍ଵାରା ଆପଣଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ । ଆପଣ ଏପରି କରିବାଦ୍ଵାରା ଆପଣଙ୍କୁ କରଜରୁ ଶୀଘ୍ର ମୁକ୍ତି ମିଳିଥାଏ ।

ଅଷ୍ଟମ: ଘରର ଉତ୍ତର ପୂର୍ବ ଦିଗରେ କେବେ ମଧ୍ୟ ଭାରି ଜିନିଷ ରଖିବା ଉଚିତ ତ୍ସତଖନୁହେଁ । ଏହା ଆପଣଙ୍କ ପିଲାଙ୍କ ମନ ମସ୍ତିସ୍କ ଉପରେ ଚାପ ସୃଷ୍ଟି କରାଇଥାଏ । ନବମ: ନିଜର ଜ୍ଞାନ ବଢାଇବା ପାଇଁ ଇଛା ରଖୁଥିବା ବ୍ୟକ୍ତି ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ । ଏବଂ ଧନ ପ୍ରାପ୍ତି ପାଇଁ ଇଛା ରଖୁଥିବା ଲୋକମାନେ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ ।

ଦଶମ: କଣ୍ଠରେ ଝିଟିପିଟି ପଡିବା ବହୁତ ଅର୍ଥ ଆଗମନର ସଙ୍କେତ ଅଟେ । ଏଗାର: ଆପଣଙ୍କ ପିଠି ଉପରେ ଝିଟିପିଟି ପଡିବା ଦ୍ଵାରା ଭୂସମ୍ପତ୍ତି ପ୍ରାପ୍ତ ହୋଇଥାଏ । ଏବଂ ମୁହଁ ଉପରେ ଝିଟିପିଟି ପଡିବା ଦ୍ଵାରା ସ୍ଵାଦିଷ୍ଟ ଭୋଜନ ପ୍ରାପ୍ତ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି।