ୟୁପି ପୋଲିସକୁ ଝିଅଟି ଫୋନ କରି ମାଗିଲା ସାହାର୍ଯ୍ୟ, କହିଲା ରାତି ବହୁତ ହେଇ ଯାଇଛି, ଡର ଲାଗୁଛି, ତା ପରେ…

ବର୍ତ୍ତମାନ କିଛି ଦିନ ପୂର୍ବେ ଗୋଟିଏ ଝିଅ ଫୋନ କରି ପୋଲିସକୁ ସାହାର୍ଯ୍ୟ ମାଗିଲା ଓ ଝିଅଟିର ଫୋନ କରିବାର ମାତ୍ର ୧୦ ମିନିଟରେ ହିଁ ପୋଲିସ ସାହାର୍ଯ୍ୟ କରିବା ପାଇଁ ପହଞ୍ଚି ଗଲା । କହିବାକୁ ଗଲେ ଏହି ବାକ୍ୟା ଉତ୍ତର ପ୍ରଦେଶର ଅଟେ । କୁହାଯାଉଛି କି ଜଣେ ଝିଅ ରାତି ସମୟରେ ଉତ୍ତର ପ୍ରଦେଶର ପୋଲିସକୁ ଫୋନ କରି କହିଲା କି ସେ ଏକ ସୁନସାନ ରାସ୍ତା ଉପରେ ଅଛି ଓ ଘରକୁ ଯିବାପାଇଁ ତାକୁ କୌଣସି ବି ସାଧନ ମିଳୁ ନାହିଁ ।

ଯାହା ପରେ ପୋଲିସ ଝିଅଟିକୁ ସେହିଠାରେ ହିଁ ରହିବାକୁ କହିଲା ଓ କିଛି ସମୟ ପରେ ମହିଳା ପୀଆରବୀ ସେହି ସ୍ଥାନରେ ପହଞ୍ଚି ଝିଅଟିକୁ ସାହାର୍ଯ୍ୟ କରିଲେ ଓ ତାକୁ ଠିକ ଭାବରେ ନେଇ ତା’ର ଘରେ ଛାଡିଲେ । ୟୁପି ପୋଲିସ ଯେଉଁଭଳି ଭାବରେ ଝିଅଟିକୁ ସାହାର୍ଯ୍ୟ କରିଲେ ସେହି କାରଣରୁ ଲୋକମାନଙ୍କର ବିଶ୍ଵାସ ପୋଲିସ ଉପରେ ଆହୁରି ବି ବଢି ଯାଇଛି ଓ ସମସ୍ତେ ୟୁପି ପୋଲିସର ପ୍ରଶଂସା ବି କରୁଛନ୍ତି ।

କଣ ଅଟେ ପୁରା ଘଟଣା

Image courtesy: Google

ଏହି ଘଟଣା ମହାରାଜଗଞ୍ଜର ବୋଲି କୁହାଯାଉଛି । କହିବାକୁ ଗଲେ ହିମାଂଶୀ ସିଂହ କୌଣସି କାମ ପାଇଁ ମହାରାଜଗଞ୍ଜ ପୋଲିସ ଥାନା ଅନ୍ତର୍ଗତ ଦିଲାସୀଗଂଜ ଅଞ୍ଚଳକୁ ଯାଇଥିଲା । ସେଠାରେ କାମ କାରଣରୁ ରାତି ହୋଇଗଲା ଓ ଅଂବେଡକରନଗର କୁ ଯାଉଥିବା ଶେଷ ବସ ବି ହିମାଂଶୀ ହାତ ଛଡା କରିଦେଲା । ରାତି ହୋଇ ଯିବା କାରଣରୁ ହିମାଂଶୀକୁ ଘରକୁ ଯିବା ପାଇଁ କୌଣସି ସାଧନ ମିଳିଲା ନାହିଁ ।

Image courtesy: Google

ଯେଉଁ କାରଣରୁ ହିମାଂଶୀ ବହୁତ ଡରିଗଲା । କିନ୍ତୁ ହିମାଂଶୀ ବୁଦ୍ଧିମାନର ସହ ରାତି ପାଖାପାଖି ୧୦.୩୦ରେ ୧୧୨ ନମ୍ବରରେ ଫୋନ କରିଲା ଓ ପୋଲିସକୁ ସାହାର୍ଯ୍ୟ ମାଗିଲା । ଫୋନରେ ହିମାଂଶୀ ପୋଲିସକୁ କହିଲା କି ସେ ଦିଲାସୀଗଂଜ ଅଞ୍ଚଳରେ ଏକ ସୁନସାନ ରାସ୍ତା ଉପରେ ଏକୁଟିଆ ଠିଆ ହୋଇଛି ଓ ତାକୁ ଘରକୁ ଯିବା ପାଇଁ କୌଣସି ସାଧନ ମିଳୁ ନାହିଁ ।

ହିମାଂଶୀଙ୍କ ଫୋନ ଆସିବା ମାତ୍ରେ ହିଁ ପୋଲିସ ସଙ୍ଗେ ସଙ୍ଗେ ମହିଳା ପୀଆରବୀକୁ ସେହି ସ୍ଥାନକୁ ପଠାଇ ହିମାଂଶୀକୁ ସାହାର୍ଯ୍ୟ କରିଲେ । ପୋଲିସ ଜଣେ ବାଇକ ଚାଳକକୁ ହିମାଂଶୀକୁ ସାହାର୍ଯ୍ୟ କରିବା ପାଇଁ କହିଲେ ଯାହା ପରେ ଏହି ବାଇକ ଚାଳକ ନିଜ ବାଇକରେ ହିମାଂଶୀକୁ ବସାଇ ତାହାର ଘରେ ଛାଡି ଆସିଲେ । ଏହି ସମୟରେ ପୋଲିସର ଗାଡି ବି ସେହି ବାଇକର ପିଛା କରି ହିମାଂଶୀର ଘରେ ପହଞ୍ଚିଲେ ଓ ହିମାଂଶୀକୁ ଘରେ ସୁରକ୍ଷିତ ପହଞ୍ଚାଇଲେ ।

Image courtesy: Google

ଏହା ପରେ ହିମାଂଶୀର ପରିବାର ପୋଲିସକୁ ଧନ୍ୟବାଦ ଜଣେଇଥିଲେ । ଏତିକି ନୁହେଁ ବର୍ତ୍ତମାନ ସୋସିଆଲ ମିଡିଆରେ ୟୁପି ପୋଲିସର ବହୁତ ପ୍ରଶଂସା ବି କରାଯାଉଛି । ପୋଲିସ ଅନୁସାରେ ଏହି ଜିଲ୍ଲାରେ ୟୁପି – ୧୧୨ ତରଫରୁ କୌଣସି ମହିଳାକୁ ସାହାର୍ଯ୍ୟ କରିବାର ଏହା ପ୍ରଥମ ମାମଲା ଅଟେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।