ଶାଳଗ୍ରାମଙ୍କ ପୂଜା କରିବା ସମୟରେ ନିଶ୍ଚିତ କରନ୍ତୁ ଏହି ୪ ଟି ନିୟମର ପାଳନ, ନଚେତ ଲାଭ ଜାଗାରେ ହେବ ବଡ କ୍ଷତି

ଶାଳଗ୍ରାମଙ୍କୁ ଏକ ପବିତ୍ର ପଥର ବୋଲି କୁହାଯାଏ ଓ ଶାଳଗ୍ରାମଙ୍କୁ ପୂଜା କରିବା ଦ୍ଵାରା ଘରର ଉନ୍ନତି ବି ହୋଇଥାଏ । ଶାସ୍ତ୍ରଗୁଡିକରେ ଶାଳଗ୍ରାମ ଭଗବାନ ବିଷ୍ଣୁଙ୍କ ସହ ଜଡିତ ଅଟେ ବୋଲି କୁହାଯାଇଛି । ଶାଳଗ୍ରାମ ପଥର କେବଳ ନେପାଳର ମୁକ୍ତିନାଥ ଓ କାଲୀ ଗଂଡକୀ ନଦୀର ତଟରେ ହିଁ ମିଳିଥାଏ । ଏହି ପଥର ବିଭିନ୍ନ ପ୍ରକାରର ହୋଇଥାଏ ଓ ପ୍ରତ୍ୟେକ ଆକାରକୁ ଭଗବାନ ବିଷ୍ଣୁଙ୍କର ଏକ ରୂପ ସହ ଯୋଡି ଦେଖାଯାଏ । ଏମିତି କୁହାଯାଏ କି ଏହି ପଥରରେ ବିଷ୍ଣୁ ବାସ କରିଥାନ୍ତି ଓ ଏହାର ପୂଜା କରିବା ବିଷ୍ଣୁଙ୍କର ପୂଜା କରିବା ସଙ୍ଗେ ସମାନ ଅଟେ ।

ଶାଳଗ୍ରାମ ଭିତରେ ଥାଏ ବ୍ରହ୍ମାଂଡୀୟ ଊର୍ଜା

ଶାସ୍ତ୍ରରେ ଶାଳଗ୍ରାମ ଭିତରେ ବ୍ରହ୍ମାଂଡୀୟ ଊର୍ଜା ଅଛି ବୋଲି କୁହାଯାଇଛି । ଏହାକୁ ବହୁତ ଚମତ୍କାରୀ ପଥର କୁହାଯାଏ ଓ ଏହା ଘରେ ରହିବା ଦ୍ଵାରା ଘରେ ସକରାତ୍ମକ ଊର୍ଜା ରହିଥାଏ । ଏହାକୁ ପୂଜା କରିବା ଦ୍ଵାରା ଗୃହରେ କଳହ ବି ହୋଇ ନ ଥାଏ ଓ ମନ ସର୍ବଦା ଶାନ୍ତ ରହିଥାଏ । ଏହା ଛଡା ଶାଳଗ୍ରାମ କୁ ଘରେ ପୂଜା କରିବା ସହ କିଛି ନିୟମ ଜଡିତ ଅଛି ଓ ଏହି ନିୟମକୁ ପାଳନ କରିବା ଉଚିତ ।

ଶୁଦ୍ଧ ମନରେ କରନ୍ତୁ ପୂଜା

ଶାଳଗ୍ରାମ ର ପୂଜା ସର୍ବଦା ଭକ୍ତିର ସହିତ ଓ ଶୁଦ୍ଧ ମନରେ ହିଁ କରିବା ଉଚିତ । ଶାଳଗ୍ରାମଙ୍କର ପୂଜା କରିବା ସମୟରେ ପୁରା ଧ୍ୟାନ ଏହି ପୂଜାରେ ହିଁ ରହିବା ଉଚିତ । କାରଣ ଭକ୍ତିର ସହିତ ଶାଳଗ୍ରାମଙ୍କର ପୂଜା କରିବା ଦ୍ଵାରା ହିଁ ଏହି ପୂଜା ସଫଳ ହୋଇଥାଏ ।

ସବୁଦିନ କରନ୍ତୁ ପୂଜା

ଶାଳଗ୍ରାମଙ୍କର ପୂଜା ସବୁଦିନ କରିବା ଉଚିତ । ଶାସ୍ତ୍ର ଅନୁସାରେ ଶାଳଗ୍ରାମଙ୍କୁ ସବୁଦିନ ପଞ୍ଚାମୃତ ଦ୍ଵାରା ସ୍ନାନ କରାଇବା ଉଚିତ ଓ ସବୁଦିନ ଏହାର ପୂଜା କରିବା ଉଚିତ । ପୂଜା କରିବା ସମୟରେ ଶାଳଗ୍ରାମଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଚଢାନ୍ତୁ ଓ ଏକ ଧୂପକାଠି ଜଳାନ୍ତୁ । ଏମିତି କୁହାଯାଏ କି ସବୁଦିନ ଶାଳଗ୍ରାମଙ୍କୁ ପୂଜା କରିବା ଦ୍ଵାରା ଘରେ ଶାନ୍ତି ରହିଥାଏ ।

କେବଳ ଗୋଟିଏ ହିଁ ଥିବ ଶାଳଗ୍ରାମ

ପୂଜା ଘରେ କେବଳ ଗୋଟିଏ ହିଁ ଶାଳଗ୍ରାମ ସ୍ଥାପନା କରନ୍ତୁ । କେବେ ବି ଗୋଟିଏ ରୁ ଅଧିକ ଶାଳଗ୍ରାମଙ୍କର ପୂଜା ଏକା ସହିତ କରନ୍ତୁ ନାହିଁ ।

ଚନ୍ଦନ ଓ ତୁଳସୀ

ଶାଳଗ୍ରାମଙ୍କର ପୂଜା କରିବା ସମୟରେ କେବଳ ଚନ୍ଦନର ହିଁ ତିଳକ ଲଗାନ୍ତୁ । ଏହା ସହିତ ଶାଳଗ୍ରାମଙ୍କୁ ତୁଳସୀର ପତ୍ର ବି ଚଢାନ୍ତୁ । କାରଣ ଏହା ଦ୍ଵାରା ହିଁ ପୂଜା ସଫଳ ହୋଇଥାଏ ।