ଝିଅଙ୍କୁ ଅଭିନୟ ଶିଖାଉଛନ୍ତି ଓଲିଉଡ ଅଭିନେତା Aswin, ଓଲିଉଡ ଇଣ୍ଡଷ୍ଟ୍ରି ଛାଡିବା ପରେ ଏବେ ଏମିତି ସମୟ କାଟୁଛନ୍ତି ଏହି ଓଡିଆ ହିରୋ, ଦେଖନ୍ତୁ video

ଓଡିଆ ଅଭିନେତା ଅଶ୍ଵିନଙ୍କୁ ତ ଆପଣ ନିଶ୍ଚୟ ମନେ ରଖିଥିବେ । ବେଶ କିଛିଦିନ ହେବ ଓଡିଆ ଅଭିନୟ ଜଗତରୁ ନିଜକୁ ସଂପୂର୍ଣ୍ଣ ଭାବେ ଦୂରେଇ ଦେଇଛନ୍ତି ଅଶ୍ଵିନ । ତେବେ ଇଣ୍ଡଷ୍ଟ୍ରିରୁ ନିଜକୁ ଦୂରେଇ ରଖିଥିବା ଅଶ୍ଵିନ ସୋସିଆଲ ମିଡିଆରେ କିନ୍ତୁ ବେଶ ସକ୍ରିୟ ରହୁଛନ୍ତି । ବିଭିନ୍ନ ସମୟରେ ଅନେକ ପ୍ରକାରର ପୋଷ୍ଟ କରୁଛନ୍ତି ଅଶ୍ଵିନ । ତେବେ ଦେଖିବାକୁ ମିଳୁଛି ଯେ, ଅଶ୍ଵିନ ଅଭିନୟ ଦୁନିଆରୁ ଦୂରେଇ ଯିବା ପରେ ନିଜ ପରିବାର ସହ ଅଧିକାଂଶ ସମୟ ବିତାଉଛନ୍ତି ।

ଅଶ୍ଵିନ ତାଙ୍କ ଝିଅ ସହ ବେଶୀ ସମୟ ବିତାଉଥିବା ବେଳେ ତାଙ୍କ ସହ ଅନେକ ରିଲ୍ସ ମଧ୍ୟ ବନାଉଛନ୍ତି । ପୂର୍ବରୁ ଆପଣ ଅଶ୍ଵିନୀଙ୍କୁ ଓଡିଆ ଧାରାବାହିକ “ତାରା ତାରିଣୀ” ରେ ସୁନ୍ଦର ଅଭିନୟ କରୁଥିବା ଦେଖିଥିବେ । ବେଶ କିଛି ଦିନ ଧରି ତାରା ତାରିଣୀ ଧାରାବାହିକ ଟି ଦର୍ଶକଙ୍କ ମନ ଜିଣି ଥିଲା । ଓଡିଶାର ଘରେ ଘରେ ଏହି ସିରିଏଲ ର ମଜା ନେଉଥିଲେ ଦର୍ଶକ । ତେବେ ଏହି ସିରିଏଲଟି ବନ୍ଦ ହୋଇଯିବା ପରେ ଏହାପରେ ଅନ୍ୟ କୌଣସି ସିରିଏଲରେ ନଜର ଆସୁନାହାନ୍ତି ଅଭିନେତା ଅଶ୍ଵିନ ।

ଆପଣ ତ ଜାଣିଥିବେ କି ଓଡିଆ ଅଭିନେତା ଅଶ୍ଵିନ ଦୀର୍ଘ 20 ବର୍ଷ ଧରି ଓଲିଉଡ ଜଗତ ସହ ଯୋଡି ହୋଇ ରହିଛନ୍ତି ତଥା ଅଭିନୟ କରି ଆସୁଛନ୍ତି । 2000 ମସିହାରେ ପ୍ରଥମେ ଓଡିଆ ଆଲବମ ଜରିଆରେ ସେ ଓଲିଉଡ ଦୁନିଆରେ ପାଦ ଦେଇଥିଲେ । ଆଲବମରେ ନିଜ ଭାଗ୍ୟ ଆଦରିବା ପରେ ଅଶ୍ଵିନ ଅନେକ ଓଡିଆ ଧାରାବାହିକରେ ମଧ୍ୟ କାମ କରିଛନ୍ତି । ତେବେ ଓଡିଆ ଫିଲ୍ମରେ ତାଙ୍କୁ ସେତେଟା ସଫଳତା ନ ମିଳିବା ପରେ ସେ ଓଡିଆ ସିରିଏଲରେ କାମ କରିବା ଆରମ୍ଭ କରିଥିଲେ ।

ଧାରାବାହିକରେ ତାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଥିଲେ ଏବଂ ବହୁତ ସାରା ଭଲପାଇବା ମିଳିଥିଲା ଅଶ୍ଵିନଙ୍କୁ । ସୁନ୍ଦର ଅଭିନୟ ଓ ମନଛୁଆଁ ଚରିତ୍ର ଯୋଗୁଁ ତାଙ୍କୁ ଓଡିଆ ଦର୍ଶକ ବହୁତ ସାରା ଭଲପାଇବା ଦେଇଥିଲେ । ତେବେ ତାରା ତାରିଣୀ ସିରିଏଲରେ ଅଭିନୟ କରୁଥିବା ବେଳେ ସିରିଏଲଟି ଅଧାରୁ ବନ୍ଦ ହୋଇ ଯାଇଥିଲା । ତେବେ ଏହି ସିରିଏଲ ପରଠାରୁ ସେ ଓଲିଉଡ ଇଣ୍ଡଷ୍ଟ୍ରିରେ ଆଉ ନଜର ଆସି ନାହାନ୍ତି ।

ଶୁଣିବାକୁ ମିଳୁଛି କି ଅଶ୍ଵିନ ଓଲିଉଡ ପରେ ଜଲିଉଡ ଅର୍ଥାତ ଯାତ୍ରା ଦୁନିଆରେ ଯୋଗ ଦେଇଛନ୍ତି । ଯାତ୍ରା ଦୁନିଆରେ ମଧ୍ୟ ସୁନ୍ଦର ଅଭିନୟ ଯୋଗୁଁ ତାଙ୍କ ଲୋକପ୍ରିୟତା ବେଶ ବଢିଯାଇଛି । ଅଶ୍ଵିନ ତାଙ୍କ ସ୍ତ୍ରୀ ଓ ଝିଅ ସହ ରୁହନ୍ତି । ଝିଅ ସହ ଅନେକ ରିଲ୍ସ କରି ଅଶ୍ଵିନ ତାଙ୍କୁ ଏବେ ଅଭିନୟ ଶିଖାଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।