ଆମେ ଆଉ ଘରକୁ ଯିବୁନି ଆମକୁ ନାନା ଘରେ ଛାଡିଦିଅ ପ୍ଳିଜ, ଘରକୁ ଗଲେ ବାବା ମାମା ଆମକୁ… ବାପାମା’ଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ କୁନି ଝିଅ, ଦେଖନ୍ତୁ video

ଆମେ ଘରକୁ ଯିବାକୁ ଚାହୁଁନୁ, ଆମେ ନାନା ଘରକୁ ଯିବୁ । ଘରକୁ ଗଲେ ବାବା ମାମା ଆମକୁ ଖୁବ ବାଡାଉଛନ୍ତି । ସବୁଦିନ ମାଡ ଖାଇ ଆମେ ରହି ପାରିବୁନି । ପିଲ୍ଜ ମୋ ବାବାଙ୍କୁ କଲ୍ କରନି । ଆମକୁ ନେଇ ନାନା ପାଖରେ ଛାଡି ଆସ । ଆମ ଘର ଏଇ ପାଖରେ, ଶୀଘ୍ର କର ନହେଲେ ବାବା ମାମା ଆସିଯିବେ ଆଉ ଆମକୁ ପୁଣି ଥରେ ବାଡେଇବେ । ଆମକୁ ଆଉ କିଛି ପଚାରନି, ଆମେ ଏଠି ଆଉ ରହିବାକୁ ଚାହୁଁନୁ । ଘରୁ ଆସିଲା ବେଳେ ଆମେ ଭାତ, ଡାଲି ଖାଇକରି ଆସିଥିଲୁ ।

ଆଉ କିଛି ଖାଇବୁନି, ଆମକୁ ଖାଲି ଟିକେ ନାନା ଘରେ ଛାଡି ଦେଇ ଆସ । ବାବା ମାମା ଆମ ଦୁଇ ଭଉଣୀଙ୍କୁ ଖୁବ୍ ପିଟୁଛନ୍ତି । କାଲି ଗୁପଚୁପ ଖାଇଲା ବେଳେ ମାମାକୁ ଆଉ ଟିକେ ଅଧିକା ଗୁପଚୁପ ମାଗିଲି ବୋଲି ସେ ମୋତେ ଗୁପଚୁପ ନଦେଇ ଟାଣି ଟାଣି ଘରକୁ ନେଇଗଲେ । ଆମେ ଛୋଟପିଲା ବୋଲି କଣ ଆମକୁ କଷ୍ଟ ହେଉନି । ଆମକୁ ବାବା ମାମା ଟିକେ ଟିକେ କଥାରେ ବାଡାଉଛନ୍ତି । ଆମେ ସବୁ ବହି ପତ୍ର ଧରି ପଳେଇ ଆସିଛୁ ଆଉ ଘରକୁ ଯିବାକୁ ଚାହୁଁନୁ ।

ଅଙ୍କଲ ତୁମେ ଗାଡି ଷ୍ଟାର୍ଟ କର ଆଉ ଆମକୁ ଶୀଘ୍ର ନେଇ ନାନା ଘରେ ଛାଡି ଦିଅ ।  ସବୁଦିନ ଆଉ ମାଡ ଖାଇ ଖାଇ ବଞ୍ଚି ପାରିବୁନି । ଏମିତି କିଛି କହିଛନ୍ତି ଏହି ଛୋଟ ଝିଅ ଦୁଇଟି । ଛୋଟ ଝିଅ ଦୁଇଜଣ ରାସ୍ତାରେ ବହିପତ୍ର ଧରି ଚାଲିକି ଯାଉଥିବା ବେଳେ ଦୁଇଜଣ ବ୍ୟକ୍ତି ତାଙ୍କୁ ପଚାରିଥିଲେ ।

ଛୋଟପିଲା ଦେଖିଲେ କଥା ହେବାକୁ ଲାଗିବାକୁ ଭଲ ଲାଗେ ବୋଲି ସେମାନଙ୍କୁ ପାଖକୁ ଡ଼ାକିଥିଲେ ସେଠାରେ ଥିବା ଜଣେ ଯୁବକ । ପିଲା ଦୁଇଟି ପାଖକୁ ଆସିବା ପରେ ଯାହା ସବୁ କହିଥିଲେ ସେ ବି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ନାନା ଅର୍ଥାତ ତାଙ୍କ ପିଇସୀ ଘରେ ନେଇ ତାଙ୍କୁ ଟିକେ ଛାଡିଦେବାକୁ ଯୁବକଙ୍କୁ ଅନୁରୋଧ କରିଥିଲେ କୁନି ଝିଅମାନେ । ଏପରିକି ନାନାଙ୍କ ମୋବାଇଲ ନଂ ମଧ୍ୟ ସାଙ୍ଗରେ ଆଣିଥିଲେ । ଯୁବକ ଜଣକ ବ୍ୟସ୍ତ ହୋଇ ତାଙ୍କ ନାନା ଘରକୁ ଫୋନ ଲଗାଇଥିଲେ ।

ହେଲେ ସେ ଉତ୍ତର ଦେଇଥିଲେ କି, ପିଲାଙ୍କୁ ଆମେ କେମିତି ଆଣିକି ରଖିବୁ ତାଙ୍କ ବାପା ମାଆ ଯଦି ପରେ କଣ କହିବେ । କୁନି ଝିଅ ଦୁଇଜଣ ଙ୍କର କାନ୍ଦ ଓ ଭୟ ସତରେ ସମସ୍ତଙ୍କୁ ଚିନ୍ତାରେ ପକେଇ ଦେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।