ଉଦାରତା ଦେଖାଇଲେ ପୋଲିସ ବାବୁ, ଅନେକ ସମୟ ଧରି ରାସ୍ତାରେ ପଡି ରହିଥିଲା ନବଜାତ ଶିଶୁ, ଖବର ପାଇବା ପରେ ତୁରନ୍ତ ଆସିଲେ ଆଉ ତା’ପରେ…

ମାନବିକତା ଦେଖାଇଛନ୍ତି ଏହି ପୋଲିସ ବାବୁଜଣକ । ଆମର ଏବଂ ଆମ ସମାଜର ସୁରକ୍ଷା ଲାଗି ପୋଲିସମାନେ ଦିନରାତି ପରିଶ୍ରମ କରିଥାନ୍ତି । ତେବେ ଆମେ ଆଜି ପୋଲିସ ବାବୁଙ୍କର ଆଉ ଏକ ନୂଆ ରୂପ ଆପଣଙ୍କୁ ଦେଖାଇବାକୁ ଯାଉଛୁ । ପୋଲିସ ବାବୁ ଜଣଙ୍କର ମହାନତା ଦେଖିଲେ ଆପଣ ବି ତାଙ୍କୁ ସାବାସୀ ଦେବେ । ଏକ ସୋସାଇଟିରେ ଏକ ନବଜାତ ଶିଶୁ କନ୍ୟା ଅନେକ ସମୟ ଯାଏଁ ପଡି ରହିଥିଲା । ପିଲାଟି ପଡି ରହିବା ଦେଖି ସେଠାକାର ଲୋକମାନେ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଆସି ସେହି ଶିଶୁ କନ୍ୟାକୁ ପ୍ରଥମେ ଏକ କପଡାରେ ଗୁଡାଇଥିଲେ ଓ ନିଜ କୋଳକୁ ନେଇଥିଲେ । ପୋଲିସ ପଚରା ଉଚରା କରିବା ପରେ ଜାଣିବାକୁ ପାଇଥିଲା କି, ଶିଶୁ କନ୍ୟାଟି ଜନ୍ମ ହେବା ପରେ କେହି ତାକୁ ସେଠାରେ ଛାଡି ଦେଇ ପଳେଇଛି । ନବଜାତ ଶିଶୁଟି ଅନେକ ସମୟ ଯାଏଁ ଖୋଲା ଆକାଶ ତଳେ ଭୂମି ଉପରେ ପଡି ରହିଥିଲା । ଶିଶୁଟିର ଏଭଳି ଅବସ୍ଥା ଦେଖି ପୋଲିସ ପ୍ରଥମେ ଆମ୍ବୁଲାନ୍ସ ଡକେଇଥିଲେ ।

ତେବେ ଆମ୍ବୁଲାନ୍ସ ଆସିବାରରେ ବିଳମ୍ବ ହେବାରୁ ପୋଲିସ ବାବୁଜଣକ ଆଉ ଥୟ ଧରିପାରିଲେ ନାହିଁ । ବିଳମ୍ବ ହେଲେ କାଳେ ଶିଶୁକନ୍ୟାର କିଛି ଅସୁବିଧା ହେଇଯିବ ଭାବି ସେ ନିଜେ ତାକୁ କୋଳରେ ଉଠେଇ ରାସ୍ତାରେ ଚାଲି ଚାଲି ଯାଉଥିଲେ । ତେବେ ଶେଷରେ ଆମ୍ବୁଲାନ୍ସ ଆସି ପହଞ୍ଚି ଯାଇଥିଲା । ପୋଲିସ ବାବୁଜଣକ ଶିଶୁ କନ୍ୟାଟିକୁ କୋଳରେ ଧରି ଆମ୍ବୁଲାନ୍ସ ରେ ବସି ତାକୁ ହସ୍ପିଟାଲ ନେଇ ଯାଇଥିଲେ ।

ଆଜିର ଆଧୁନିକ ସମାଜରେ ମଧ୍ୟ ଝିଅଟିଏ ଜନ୍ମ ହେଲେ ଲୋକେ ଏଭଳି ସଡକରେ ମରିବା ପାଇଁ ଛାଡି ଦେଇ ଯାଉଛନ୍ତି । ନିଜେ ଜନ୍ମ କରିଥିବା ନିଜ ରକ୍ତର ସନ୍ତାନ ପ୍ରତି ମନରେ ଟିକେ ଦୟା ସୁଦ୍ଧା ଆସୁନି । ପୁରୁଷ ନିଜେ ଏକ ମହିଳାଙ୍କ କୋଳରୁ ଜନ୍ମ ନିଏ ଓ ଅନ୍ୟଜଣେ ମହିଳାଙ୍କୁ ନିଜ ଶଯ୍ୟାସଙ୍ଗିନୀ କରିବାକୁ ଚାହେଁ । ହେଲେ କନ୍ୟା ସନ୍ତାନ ଜନ୍ମ ହେଲେ ତାକୁ ଏଭଳି ଫୋପାଡି ଦେବାକୁ ପଛାଉ ନାହାନ୍ତି ଲୋକେ । ସେ ଯାହା ହେଉ ଉକ୍ତ କନ୍ୟା ସନ୍ତାନଟିକୁ ପୋଲିସ ବାବୁଜଣକ ଉଚିତ ସମୟରେ ହସ୍ପିଟାଲ ନେଇଥିଲେ ।

ତାଙ୍କର ଏଭଳି ଉଦାରତା ସତରେ ସମସ୍ତଙ୍କ ହୃଦୟକୁ ବେଶ ସ୍ପର୍ଶ କରିଛି । ଶିଶୁକନ୍ୟା ଟିକୁ ନିଜ ଛୁଆ ବୋଲି ଭାବି ତାକୁ କୋଳରେ ଉଠାଇ ନେଇଥିଲେ ଓ ତାଙ୍କ ଆଖି ମଧ୍ୟ ଛଳଛଳ ହୋଇ ଯାଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।