ଝିଅମାନଙ୍କ ହସିବାର ଅନ୍ଦାଜ ତାଙ୍କର ହୃଦୟର ଅନେକ ରାଜ କହିଦେଇ ଥାଏ, ଏଇଠି ଜାଣନ୍ତୁ କେମିତି

ହସ ଏକ ଏମିତି ଭାବନା ଅଟେ ଯାହା ମନୁଷ୍ୟର ମନର ସବୁ କଥାକୁ କହି ଦିଏ । ସମୁଦ୍ର ଶାସ୍ତ୍ର ଅନୁସାରେ ଝିଅମାନଙ୍କ ହସିବାର ଅନ୍ଦାଜ ତାଙ୍କ ହୃଦୟର ବହୁତ ରହସ୍ୟକୁ ପରି ପ୍ରକାଶ କରି ଥାଏ । ଏହା ଦ୍ୱାରା ଝିଅମାନଙ୍କ ସ୍ଵଭାବ ବିଷୟରେ ଅନୁମାନ କରା ଯାଇ ପାରିବ । କେବଳ କୌଣସି ବ୍ୟକ୍ତିଙ୍କ ହସର ଅନ୍ଦାଜକୁ ଦେଖି ଆପଣ ତାହା ବିଷୟରେ ବହୁତ କିଛି ଜାଣି ପାରିବେ । ଆଜି ଆମେ ଆପଣଙ୍କୁ ଝିଅମାନଙ୍କ ହସର ଭିନ୍ନ ଭିନ୍ନ ଅନ୍ଦାଜ ଦ୍ଵାରା ତାଙ୍କର ପ୍ରକୃତି ବିଷୟର କହି ଦେଉଛୁ ।

ଯେଉଁ ଝିଅମାନେ ଚିତ୍କାର କରି ହସନ୍ତି, ତାଙ୍କ ମନରେ ସମସ୍ତଙ୍କ ପ୍ରତି ବହୁତ ଭଲ ପାଇବା ଥାଏ । ଏମାନେ ସ୍ଵଭାବରେ ଦୟାଳୁ, ଉଦାର ଓ ଭଲ ହୋଇଥାନ୍ତି ।

ଏମାନଙ୍କ ପାଇଁ ନିଜର ଘର ପରିବାର ସବୁଠୁ ଅଧିକ ମୁଖ୍ୟ ହୋଇଥାଏ । ଏମାନଙ୍କର ସେବା ଓ ତ୍ୟାଗର ଭାବନା ହେବା ଦ୍ଵାରା ସମସ୍ତେ ଏମାନଙ୍କୁ ଅତିଶୀଘ୍ର ପସନ୍ଦ କରନ୍ତି । ଏମାନେ ନିଜର ସମ୍ପର୍କକୁ ପୁରା ବିଶ୍ଵାସରେ ପରିଚାଳନା କରନ୍ତି । ଏହା ସହିତ ନିଜର ପରିବାର ଓ ପାର୍ଟନରଙ୍କ ଭଲ ଭାବରେ ଦେଖାଶୁଣା ବି କରନ୍ତି । ସବୁ ସ୍ଥିତିରେ ଏହି ଝିଅମାନଙ୍କ ମଧ୍ୟରେ ସବୁ କଷ୍ଟକୁ ସହିବାର ଶକ୍ତି ଥାଏ । ସବୁ ସୁବିଧା ଅସୁବିଧାରେ ନିଜର ଜୀବନସାଥିଙ୍କ ସହିତ ଥାଆନ୍ତି ।

ଯେଉଁ ଝିଅମାନେ ଆବାଜ କରି ହସନ୍ତି ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନଙ୍କୁ ନିଜର ଆତ୍ମସମ୍ମାନ ବହୁତ ହିଁ ଭଲ ଲାଗେ । ଏହି ଝିଅମାନେ ଯେଉଁ କାମକୁ ହାତକୁ ନିଅନ୍ତି ସେହି କାର୍ଯ୍ୟକୁ ପୁରା କରି ଛାଡନ୍ତି । ଏହା ଛଡା ଏମାନେ ସବୁ ଜିନିଷରେ ନିଜର ଲାଭ ଦେଖନ୍ତି । ଏମିତିରେ ଏମାନଙ୍କୁ ମତଲବି କୁହାଯାଇ ପାରିବ । ଏହା ସହିତ ଏମାନଙ୍କ ଏହି ସ୍ଵଭାବ ଜାରବାରୁ ଏମାନଙ୍କୁ ନିଜର ପାର୍ଟନର ରାଗର ସାମ୍ନା କରିବାକୁ ପଡ଼ିଥାଏ ।

ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ଝିଅମାନେ ମୁରକି ମୁରକି ହସନ୍ତି ଏବଂ ମନେ ମନେ ହସନ୍ତି ସେମାନେ ବହୁତ ବୁଦ୍ଧିମାନୀ  ହୋଇଥାନ୍ତି । ସେମାନେ ସବୁ ପରିସ୍ଥିତିକୁ ବହୁତ ଭଲ ଭାବରେ ବୁଝି ପାରନ୍ତି । ଏମାନେ ନିଜ ସ୍ଵାମୀ ଏବଂ ପରିବାର ସବୁ ପରିସ୍ଥିତିରେ ସାଥ ଦିଅନ୍ତି । ଏହା ସହ ନିଜ ଘରକୁ ଭଲ ଭାବରେ ସମ୍ଭାଳନ୍ତି । ଏମାନେ ସବୁ ପରିସ୍ଥିତିକୁ ଶାନ୍ତ ଓ ଧର୍ଯ୍ୟର ସହ ସାମ୍ନା କରନ୍ତି । ଏହିଭଳି ଝିଅମାନେ ଯାହା ସହିତ ଥରେ ସମ୍ପର୍କ ରଖନ୍ତି ତାହା ସହିତ ପୁରା ବିଶ୍ଵାସର ସହିତ ରୁହନ୍ତି ।

ଯେଉଁ ଝିଅମାନେ ଅଧିକ ଜୋରରେ ଓ ଆବାଜ କରି ଅର୍ଥାତ ଉଚ୍ଚ ସ୍ଵରରେ ହସନ୍ତି, ସେମାନେ ସ୍ଵଭାବରେ ବହୁତ ମିଳନସାର ହୋଇ ଥାନ୍ତି । ଏମାନେ ନିଜର ପରିଶ୍ରମ ଦ୍ୱାରା ସବୁ କାର୍ଯ୍ୟ ହାସଲ କରନ୍ତି । ଏହି ଝିଅମାନେ ସବୁ କାମରେ ସଫଳତା ହାସଲ କରିବା ସହିତ ସମାଜରେ ପୁରା ମାନ ସମ୍ମାନ ବି ପାଆନ୍ତି । ଏମାନଙ୍କର ପ୍ରଖର ବୁଦ୍ଧି ଯୋଗୁ ସବୁ ପରିସ୍ଥିତିକୁ ଏମାନେ ଭଲ ଭାବରେ ବୁଝି ପାରନ୍ତି ।

ଏହି ଝିଅମାନେ ନିଜ ଜୀବନସାଥିଙ୍କ ସବୁ ସିଚୁଏସନରେ ସାଥ ଦିଅନ୍ତି । ଏମାନେ ସମସ୍ତଙ୍କୁ  ସବୁବେଳେ ସାହାର୍ଯ୍ୟ କରନ୍ତି । ଏମାନେ ବହୁତ ଭରସା ଯୋଗ୍ୟ ହୋଇଥିବାରୁ ଏମାନଙ୍କ ଉପରେ ଆଖି ବନ୍ଦ କରି ଆପଣ ବିଶ୍ଵାସ କରି ପାରିବେ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।