ବହୁତ ସମୟ ପର୍ଯ୍ୟନ୍ତ କୁଆଁରୀ ରହିବା ଦ୍ଵାରା ଝିଅମାନଙ୍କୁ ହୋଇଥାଏ ଏହି ସବୁ ବଡ ସମସ୍ୟା

କହିବାକୁ ଗଲେ ସମସ୍ତେ ନିଜର ଜୀବନକୁ ନେଇ ବହୁତ କିଛି ଚିନ୍ତା କରିଥାନ୍ତି କିମ୍ବା ସ୍ଵପ୍ନ ଦେଖିଥାନ୍ତି । ସମସ୍ତେ ଚାହାନ୍ତି ସେମାନେ ନିଜ ଜୀବନରେ ସମସ୍ତ କାମ ସଠିକ ସମୟରେ ଓ ସଠିକ ଭାବରେ କରିବେ । କିନ୍ତୁ ଏହା ସମସ୍ତଙ୍କ ସହ ହୋଇ ନ ଥାଏ । ସବୁ ବ୍ୟକ୍ତି ସଠିକ ସମୟରେ ସଠିକ କାର୍ଯ୍ୟ କରି ପାରନ୍ତି ନାହିଁ । ଯଦି ଆମେ ବିବାହ ବିଷୟରେ କଥାବାର୍ତ୍ତା କରିବା ତେବେ ଜୀବନରେ ସଠିକ ସମୟରେ ବିବାହ କରିବା ଉଚିତ ।

କିନ୍ତୁ ବର୍ତ୍ତମାନ ସମୟର କଥାବାର୍ତ୍ତା କରିବା ତ କେତେକ ମାତା ପିତା ନିଜର ଝିଅ କିମ୍ବା ପୁଅର ବିବାହ ବହୁତ ଜଲ୍ଦି କରି ଦିଅନ୍ତି ତ କେତେକ ମାତା ପିତା ନିଜର ସନ୍ତାନମାନଙ୍କ ବିବାହ ଅଧିକ ବୟସରେ କରିଥାନ୍ତି । କହିବାକୁ ଗଲେ ବର୍ତ୍ତମାନ ହିଁ ୨୮ ବର୍ଷର କୁଆଁରୀ ଝିଅମାନଙ୍କୁ ନେଇ ଏକ ରିସର୍ଚ ହୋଇଛି । ଯେଉଁଥିରେ ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି ।

କହିବାକୁ ଗଲେ ବର୍ତ୍ତମାନ ସମୟରେ ୨୮ ବର୍ଷରୁ ଅଧିକ ବୟସର କୁଆଁରୀ ଝିଅମାନଙ୍କ ମଧ୍ୟରେ ଡିମେଶିୟା ନାମକ ଏକ ରୋଗ ବହୁତ ଜଲ୍ଦି ବଦଳୁଛି । ନ୍ୟୁରୋଲୋଜୀ, ନ୍ୟୁରୋସର୍ଜରୀ ଓ ସାଇକାଇଟ୍ରୀ ଜର୍ନଲରେ ଉପଲବ୍ଧ ଶିକ୍ଷା ଅନୁସାରେ କୁଆଁରୀ ଝିଅମାନଙ୍କ ମଧ୍ୟରେ ଡିମେଶିୟା ନାମକ ଏକ ରୋଗ ୪୨ ପ୍ରତିଶତ ବଢି ଯାଇଛି । ଏହା ସହିତ ଯେଉଁ ମହିଳାମାନଙ୍କ ସ୍ଵାମୀଙ୍କ ମୃତ୍ୟୁ ଜଲ୍ଦି ହୋଇ ଯାଉଛି ଓ ଅଧିକ ସମୟ ପର୍ଯ୍ୟନ୍ତ ଯେଉଁ ଝିଅମାନେ ଏକୁଟିଆ ରହୁଛନ୍ତି ସେମାନଙ୍କ ମଧ୍ୟରେ ଏହି ରୋଗ ୨୦ ପ୍ରତିଶତ ବଢି ଯାଇଛି ।

ଏହି ରିସର୍ଚରେ ଅନ୍ୟ କିଛି ରିସର୍ଚକୁ ବି ସାମିଲ କରାଯାଇଛି । ଯାହା ଅନୁସାରେ ଜଣା ପଡିଛି କି ଡିମେଶିୟା ନାମକ ଏକ ରୋଗର ବିବାହ ସହିତ ଗଭୀର ସମ୍ପର୍କ ଅଛି । କହିବାକୁ ଗଲେ ପ୍ରାୟତଃ ବିବାହିତ ଜୀବନରେ ପାର୍ଟନର ପରସ୍ପରର ଧ୍ୟାନ ରଖିଥାନ୍ତି । କିନ୍ତୁ ସ୍ଵାମୀଙ୍କ ମୃତ୍ୟୁ ପରେ ପତ୍ନୀମାନେ ଏକୁଟିଆ ହୋଇ ଯାଆନ୍ତି ଓ ତାଙ୍କ ମଧ୍ୟରେ ଏହି ରୋଗ ଧୀରେ ଧୀରେ ବଢିବାକୁ ଲାଗେ ।

ଏହି ରୋଗରେ ଝିଅମାନଙ୍କ ଚିନ୍ତା କରିବାର କ୍ଷମତା କମ ହେବା, ଭୁଲି ଯିବାର ରୋଗ, ଚିଡି ଯିବା, କୌଣସି ଜିନିଷକୁ ନେଇ ଚିନ୍ତା କରିବାର ଶକ୍ତି କମ ହେବା ଓ ଏହା ସହିତ ସବୁବେଳେ ମୁଡ ବଦଳାଇବା ଭଳି ଗୁଣ ଦେଖାଯାଏ । ଏମିତିରେ ଯଦି ଆପଣ ଏହି ରୋଗରୁ ବଞ୍ଚିବା ପାଇଁ ଚାହୁଁଛନ୍ତି ତେବେ ୨୮ ବର୍ଷ ପୂର୍ବରୁ ସଠିକ ସମୟରେ ବିବାହ କରି ନିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଜୀବନରେ ଆପଣ ଆଉ ଏକୁଟିଆ ରହିବେ ନାହିଁ ।