ସମସ୍ତଙ୍କ ସାମ୍ନାରେ ଝିଅ ସହିତ ପୁଅ କରିଲା ଏମିତି କାଣ୍ଡ, CCTVରେ ରେକର୍ଡ ହେଲା ସବୁକିଛି, ଦେଖନ୍ତୁ

ବର୍ତ୍ତମାନ ଫ୍ରାନ୍ସର ପ୍ୟାରିସରେ କିଛି ଏମିତି ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । କହିବାକୁ ଗଲେ ମଝି ରାସ୍ତାରେ ଜଣେ ଝିଅ ସହିତ ଏକ ପୁଅ ଖରାପ ବ୍ୟବହାର କରିଲା । ଯାହା ପରେ ବହୁତ ହଙ୍ଗାମା ହୋ ଇଗଲା । ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉ ଅଛି । ସୂଚନା ଅନୁସାରେ ୨୨ ବର୍ଷୀୟ ଆର୍କିଟେକ୍ଚର ଷ୍ଟୁଡେଣ୍ଟ ମୈରୀ ଲଗୁରେ ସହିତ ଏହି ଘଟଣା ହୋଇଛି ।

କହିବାକୁ ଗଲେ ମୈରୀ ଲଗୁରେକୁ ଜଣେ ବ୍ୟକ୍ତି ଦଉଡି ଆସି ଜୋରରେ ଗୋଟିଏ ଚାପୁଡା ମାରିଦେଲା । ଆପଣଙ୍କୁ କହିଦେଉଛୁ କି କ୍ୟାଫେର CCTV କାମେରାରେ ଏହି ଘଟଣାଟି ରେକର୍ଡ ହୋଇ ଯାଇଛି ।

ମୈରୀ ଲଗୁରେ କହିଲା କି – “ମୁଁ ସନ୍ଧ୍ୟା ସମୟରେ ପାଖାପାଖି ୬:୪୫ରେ କାଫେରୁ ବାହାରି ଘରକୁ ଯାଉଥିଲି । ସେହି ସମୟରେ ମୁଁ ବହୁତ ଚିନ୍ତିତ ମଧ୍ୟ ଥିଲି । ଏହି ସମୟରେ ଜଣେ ବ୍ୟକ୍ତି ଆସିଲା ଓ ମୋ ସହିତ ଖରାପ ଭାଷାରେ କଥାବାର୍ତ୍ତା କରିବାକୁ ଲାଗିଲା । ଏହା ପରେ ସେ ସିଟି ବି ମାରିବାକୁ ଲାଗିଲା । ଯାହା ପରେ ମୁଁ ଫେରି ଆସି ତାକୁ ଚୁପ ରହିବା ପାଇଁ କହିଲି ।

ସେହି ସମୟରେ ମୋତେ ଲାଗୁଥିଲା କି ସେ ମୋତେ ମାରିବ ଓ ମୁଁ ବି ଏଥିପାଇଁ ପ୍ରସ୍ତୁତ ଥିଲି । କିନ୍ତୁ ସେ ଆହୁରି ରାଗିଯାଇ ସର୍ବ ପ୍ରଥମେ ମୋ ଉପରକୁ ଏକ ଐଶଟ୍ରେ ଫୋପାଡିଲା ଓ ମୋତେ ଗୋଟିଏ ଚାପୁଡା ବି ମାରିଲା ।“

ଭିଡିଓରେ ଆପଣ ଏହି ପୁରା ଘଟଣାକୁ ଦେଖି ପାରିବେ । ଚାପୁଡା ମାରିବା ପରେ କାଫେରେ ବସିଥିବା କେବଳ ଜଣେ ବ୍ୟକ୍ତି ହିଁ ସଙ୍ଗେ ସଙ୍ଗେ ସେହି ବ୍ୟକ୍ତି ପାଖକୁ ଉଠିଯାଇ ତାକୁ ଶାନ୍ତ ରହିବା ପାଇଁ କହିଲା ଓ ଜାଣିବାକୁ ଚେଷ୍ଟା କରିଲା କି ସେ ସେହି ଝିଅକୁ ଚାପୁଡା କାହିଁକି ମାରିଲା । ସେହି ସମୟରେ ଲଗୁରେ ବି ସେଠି ଛିଡା ହୋଇଥିଲା । କିନ୍ତୁ କିଛି ସମୟ ପରେ ଦୁଇ ଜଣ ହିଁ ସେଠୁ ପଳାଇଲେ ।

ଯେଉଁ ସମୟରେ ଏହି ଘଟଣାଟି ହେଲା ସେହି ସମୟରେ ବହୁତ ଲୋକ ଥିଲେ କିନ୍ତୁ ଜଣେ ବ୍ୟକ୍ତି ହିଁ ସେହି ଝିଅ ପାଇଁ ଉଠିଲା ।

ଦେଖନ୍ତୁ ଭିଡିଓ –

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।