ଆଜିର ରାଶିଫଳ, 4 ସେପ୍ଟେମ୍ବର 2019 ବୁଧବାର, ମହାଦେବ ଙ୍କ କୃପା ରହିବ ଏହି ୫ଟି ରାଶି ଉପରେ

ମେଷ:-

ସ୍ଵାସ୍ଥ୍ୟରେ ସୁଧାର ଆସିବ । ଗୃହୋପକରଣ, ନୂତନଦ୍ରବ୍ୟ କ୍ରୟ କରିବେ । ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରତି ସମ୍ବନ୍ଧ ସୁଦୃଢ ହେବ ଓ ପରିବର୍ତ୍ତନର ସ୍ଥିତି ଅନୁଭବ କରିବେ । ମନୋରଞ୍ଜନ ଓ ହସ-ଖୁସିରେ ସମୟ ବ୍ୟତୀତ ହେବ । ଚାକିରୀରେ ପଦୋନ୍ନତି ମିଳିବ ଓ ଯଶ, ମାନ-ସମ୍ମାନ, ପ୍ରତିଷ୍ଠା ତଥା ଲୋକପ୍ରିୟତା ମଧ୍ୟ ହାସିଲ କରିପାରିବେ । ରାଜନୀତି କ୍ଷେତ୍ରରେ ଇଛାଶକ୍ତି ପ୍ରବଳ ହେବା ଫଳରେ ଲୋକସମ୍ପର୍କ ବଢିବ । ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରୁ ଶୁଭଫଳ ମିଳିବ । ଆଇନ ଅଦାଲତ କ୍ଷେତ୍ରରେ ବିଜୟୀ ହେବେ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-

ଲୋକମାନେ ଆପଣଙ୍କ ସଚ୍ଚୋଟ ଓ ସରଳତାଭାବର ଫାଇଦା ଉଠେଇବେ । ବୌଦ୍ଧିକ କ୍ଷମତାରେ ବୃଦ୍ଧି ହେବ, କୌଣସି ମିତ୍ରଙ୍କ ଉପଦେଶ କାମରେ ଲାଗିବ । ବନ୍ଧୁଙ୍କ ସହଯୋଗରେ ପଇସା ମିଳିବାର ସୂଚନା ମିଳିବ । ଆଖପାଖକୁ ଯାତ୍ରା କରିବାର ସମ୍ଭାବନା ଅଛି । ଶୁଭ ସମାଚାର ଶୁଣି ମାନସିକ ଚିନ୍ତା ଦୂର ହେବ । ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକସ୍ଥିତି ବଦଳିବ । ମିତ୍ର ସହଯୋଗୀମାନେ ସାହାଯ୍ୟ ସହଯୋଗ କରିବେ । ପ୍ରେମୀ-ମିକାଙ୍କ ସମ୍ପର୍କ ସ୍ଥାପିତହେଲେ ଦୃଢୀଭୂତ ହେବ । ଗୁରୁ-ଗୁରୁଜନ ଓ ମାତା-ପିତାଙ୍କ ଆଶୀର୍ବାଦ ସ୍ନେହ ପ୍ରାପ୍ତ ହେବ ।  ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ ।

ମିଥୁନ:-

ଧୈର୍ଯ୍ୟ ଓ ବୁଦ୍ଧିମତା ଯୋଗେ ଅଟକିଥିବା କାର୍ଯ୍ୟର ପରିସମାପ୍ତି ଘଟିବ । ଉଧାର ଦେଇଥିବା ବା ଅଟକିଥିବା ଟଙ୍କା ମଧ୍ୟ ମିଳିଯିବ । କାମ କାର୍ଯ୍ୟରେ କୌଣସି ନୂତନ କୌଶଳ ପ୍ରୟୋଗ କରି ଦୁଇଗୁଣା ଲାଭ ଉଠେଇବେ । ବ୍ୟବସାୟ ପାଇଁ ନୂଆ ଅର୍ଡର ପାଇବେ ଓ ନୂତନ ଏଗ୍ରୀମେଣ୍ଟ କରିପାରିବେ । ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇ ମାଲିମୋକଦ୍ଦମାରେ ଜିତିବେ । ପରିବାର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ । ସମସ୍ତ ପ୍ରକାର ପରିବେଶ ଓ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ଚାକିରୀକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ ।  ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

କର୍କଟ:-

ମାନସିକ ଶାନ୍ତି ଓ ସ୍ୱାସ୍ଥ୍ୟରେ ଉନ୍ନତୀ ଘଟିବ । ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ । ଆର୍ଥିକ ଦିଗରୁ ସୁବିଧା ହୋଇ ପୈତୃକ ସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦ ମେଣ୍ଟିଯିବ । ପଦନ୍ନୋତି, ସ୍ଥାନପରିବର୍ତ୍ତନ, ବିନା ପରିଶ୍ରମରେ ଧନପ୍ରାପ୍ତି ହେବ । ଯେଉଁ କ୍ଷେତ୍ରରେ ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ । ଭବିଷ୍ୟ ଯୋଜନାରେ ସେୟାର ବଜାରରେ ପୁଞ୍ଜି ନିବେଶ କରିଲେ ବହୁତ ଧନ ପ୍ରାପ୍ତ ହେବ । ରୋଜଗାର ମିଳିବାର ଉପଯୁକ୍ତ ସମୟ ହୋଇଥିବାରୁ ବ୍ୟବସାୟ ପାଇଁ ଦୂରଯାତ୍ରା କରିବେ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସମ୍ପର୍କ ସୃଷ୍ଟି ହେବ ।  ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-

ଧୈର୍ଯ୍ୟ ଓ ବୁଦ୍ଧିମତା ଯୋଗେ କରିଥିବା କାର୍ଯ୍ୟର ପରିଣାମ ଆପଣଙ୍କ ସପକ୍ଷରେ ରହିବ । ମିତ୍ର ଓ ସହଯୋଗୀ ସହଯୋଗ କରିବେ । କୌଣସି ବଡ ସମସ୍ୟାର ସମାଧାନ ହୋଇଯିବ । ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବ । ଚାକିରୀରେ ପଦୋନ୍ନତି ମିଳିବ ଓ ଯଶ, ମାନ-ସମ୍ମାନ, ପ୍ରତିଷ୍ଠା ତଥା ଲୋକପ୍ରିୟତା ମଧ୍ୟ ହାସିଲ କରିପାରିବେ । ମନରେ ଶାନ୍ତି ସନ୍ତୋଷ ଦେଖାଦେବ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ସାମାଜିକ ପତିଆରା ଅମଳିନ ରହିବ । ଆୟ ଉପାର୍ଜନ ବୃଦ୍ଧି ହେବ ।  ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ ।

କନ୍ୟା:-

ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବା ଫଳରେ ବ୍ୟାପାର ଓ କାରବାରରେ ସୁଧାର ହେବ । ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ । ପ୍ରେମୀ-ପ୍ରେମିକାଙ୍କ ସାମଞ୍ଜସ୍ୟ ସୃଷ୍ଟି ହେବ । ନିଜର ଧ୍ୟାନ ଲକ୍ଷ ଉପରେ କେନ୍ଦ୍ରିତ କରିବେ । ବୁଦ୍ଧିମତା ଓ ଚତୁରତା ଯୋଗେ ସାଂସାରିକ ମହତ୍ଵ କାମ ତୁଲେଇ ପାରିବେ । ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ଜଣେ ପୁରୁଣା ମିତ୍ର ଅଚାନକ ଭାବେ ଦେଖା ହେବ, ଯାହା ଦ୍ଵାରା ପୁରୁଣା କଥା ମନ ପଡି ପ୍ରସନ୍ନ ହୋଇଯିବେ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ତୁଳା:-

ବ୍ୟବହାର କୁଶଳତା ଦ୍ଵାରା ନିଜର ଶତୃଙ୍କୁ ମଧ୍ୟ ମିତ୍ର କରିପାରିବେ । ଅଧ୍ୟୟନ କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ । ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । ବାହାରକୁ ଯାତ୍ରା କରିବା ପାଇଁ ଯୋଜନା କରିବେ । କଳହ, ବାଦବିବାଦରୁ ଦୂରେଇ ଯିବେ । ପରିଶ୍ରମ ସାର୍ଥକ ହେବ । ପରିବାରରେ କୌଣସି ଶୁଭକାର୍ଯ୍ୟ ହେବ । ବ୍ୟାଙ୍କ, ବୀମା, ନିବେଶ ପରି ଆର୍ଥିକ ଗତିବିଧିରେ ଉନ୍ନତି ହେବ । ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ । ନିଜର କାମକୁ ଅଧିକ ଗୁରୁତ୍ଵ ଦେବେ । ସାମାଜିକ ସ୍ତରରେ ବାଣୀଯୋଗେ ପ୍ରତିଷ୍ଠା ବଢିବ । ଯୋଗ ଓ ବ୍ୟାୟାମ ଦିନଚର୍ଯ୍ୟାକୁ ବ୍ୟବସ୍ଥିତ ରଖିବ ।  ପ୍ରତିକାର- ମୁହଁ ମିଠାକରି ଘରୁ ବାହାରନ୍ତୁ ।

ବିଚ୍ଛା:-

ଚାକିରୀକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ । କର୍ମକ୍ଷେତ୍ରରେ ନିଜର ଶକ୍ତି, ଉତ୍ସାହ ଓ ପ୍ରେରଣା ଭରପୁର ରହିବ । ମାନ-ସମ୍ମାନ, ଯଶ-ପ୍ରତିଷ୍ଠାରେ ବୃଦ୍ଧି ହେବ । କୌଣସି ରଚନାତ୍ମକ କାମ ନିଜ ହାତରେ ସମ୍ପନ୍ନ କରିବେ । ସମ୍ୟକ ବୁଦ୍ଧି ଜାଗ୍ରତ ଓ ଇଛାଶକ୍ତି ପ୍ରବଳ ହେବ । ସ୍ୱାସ୍ଥ୍ୟସମସ୍ୟା ସୁଧୁରିବ । ସମସ୍ତଙ୍କ ଠାରୁ କାମରେ ପ୍ରଶଂସା ମିଳିବ । ନିଜ ବୁଦ୍ଧିରେ ସମସ୍ତ ସମସ୍ୟାରୁ ମୁକୁଳି ଯିବେ । ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଗୁରୁ-ଗୁରୁଜନ ଓ ମାତା-ପିତାଙ୍କ ଆଶୀର୍ବାଦ ସ୍ନେହ ପ୍ରାପ୍ତ ହେବ । ନିର୍ମାଣମୂଳକ ଯୋଜନାରେ ଆଗେଇବେ ।   ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ଧନୁ:-

ସ୍ଵାସ୍ଥ୍ୟରେ ଉଚିତ ସୁଧାର ହେବ । କିଛି ଭଲ କାର୍ଯ୍ୟ କରିବା ପାଇଁ ମନ ଇଛୁକ ହେବ । ପୁରାତନ ରୋଗର ଉପଶମ । ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବା ଦ୍ଵାରା କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ପାଇବେ । କୌଣସି ବନ୍ଧୁଙ୍କ ମାଧ୍ୟମରେ ଉନ୍ନତିର ରାସ୍ତା ଉନ୍ମୁକ୍ତ ହେବ । ବନ୍ଧୁଙ୍କ ସହିତ କୌଣସି ସମାରୋହରେ ବ୍ୟସ୍ତ ରହିବେ । ଅସହାୟ ଓ ନୀଚ ଲୋକଙ୍କୁ ସାହାରା ବା ସାହାଯ୍ୟ କରିବାକୁ ମନ ବଳାଇବେ । କାମ-କାର୍ଯ୍ୟରେ ଉନ୍ନତି ହେବ । ଉଚ୍ଚପଦସ୍ଥ ବ୍ୟକ୍ତି ଓ ବରିଷ୍ଠ ବ୍ୟକ୍ତି କାମରେ ଖୁସି ହେବେ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମକର:-

କର୍ମକ୍ଷେତ୍ରରେ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ । ଆତ୍ମବିଶ୍ଵାସରେ ବୃଦ୍ଧି ହେବ । କଠିନ ପରିଶ୍ରମ ଦ୍ଵାରା ସଫଳତା ପାଇବେ । ନୂଆ-ନୂଆ ଲୋକଙ୍କ ସହିତ ସମ୍ପର୍କ ସୃଷ୍ଟି ହେବ । ବ୍ୟବସାୟୀମାନେ ଉତ୍ସାହଜନକ ସମାଚାର ଶୁଣିବାକୁ ପାଇବେ । ଅଧୁରା କାମକୁ ମନଦେଇ ପୂରଣ କରିବେ । ପୁରୁଣା ପ୍ରେମୀ ବା ମିତ୍ର ମାନେ ଯୋଡିହୋଇ ରହିବା ପାଇଁ ଚାହିଁବେ । ପରାକ୍ରମ କାରଣରୁ ପରିବାରରେ ଶାନ୍ତି ବିରାଜମାନ କରିବ । ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ ।  ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-

ଲକ୍ଷ୍ୟ ପ୍ରାପ୍ତି ପାଇଁ ପ୍ରଯତ୍ନଶୀଳ ରହିବେ । କୋର୍ଟ-କଚେରୀ ମାମଲା ଓ ବିବାଦ ଆପଣଙ୍କ ସପକ୍ଷରେ ରହିବ । ଆଧ୍ୟାତ୍ମିକ ଓ ବୌଦ୍ଧିକ ଜାଗ୍ରତ ହେବ । ଅଧ୍ୟୟନ, ଅନୁସନ୍ଧାନ, ଧ୍ୟାନ ଓ ପ୍ରାର୍ଥନା ପାଇଁ ସମୟ ଦେବେ । ନିଜର ଚତୁରତା ଓ ବିବେକ ହେତୁ ବିପରୀତ ପରିସ୍ଥିତିକୁ ମୁକାବିଲା କରିବେ । ବିଦ୍ୟାର୍ଥୀଙ୍କ ପାଇଁ ସୁ ସମୟ ଭୋଗ ହେଉ ଥିବାରୁ ବିଦ୍ୟାଧ୍ୟୟନ କ୍ଷେତ୍ରରେ ସଫଳତା ମିଳିବ । ପରିବାରରେ କୌଣସି ଶୁଭକାର୍ଯ୍ୟ ହେବ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଭେଟ ହେବ । କୌଣସି ମହତ୍ଵପୂର୍ଣ୍ଣ ସୂଚନା ପ୍ରାପ୍ତ ହେବ । ବ୍ୟବସାୟରେ ନୂତନଧାରା ଖୋଲିବେ ଓ ଆଶାତୀତ ଲାଭବାନ ହେବେ ।  ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ମୀନ:-

କାର୍ଯ୍ୟରେ ଗମ୍ଭୀରତା ସହ ଧ୍ୟାନ ଦେଇ ବହୁତ ପଇସା ଇନକମ୍ କରିବେ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବା ଯୋଗେ ମନ ଆନନ୍ଦ ରହିବ । କର୍ମକ୍ଷେତ୍ରରେ ସମସ୍ୟା ସୁଧୁରିବା ସହ ନିଜର ସମସ୍ତ ଦୁଃଖ ଭୁଲିଯିବେ । ମାନ-ସମ୍ମାନ, ଯଶ, କୀର୍ତ୍ତି ଓ ପ୍ରତିଷ୍ଠାରେ ବୃଦ୍ଧି ହେବ । କୋର୍ଟ-କଚେରୀ ସମ୍ବନ୍ଧୀୟ ମାମଲା ଆପଣଙ୍କ ସପକ୍ଷରେ ଆସିବ । ଅଟକିଥିବା ଟଙ୍କା ଅଚାନକ ପ୍ରାପ୍ତ ହେବା ଦ୍ଵାରା ମନ ହର୍ଷିତ ରହିବ । ଉଚିତ୍ ସାଧନରେ ଧନପ୍ରାପ୍ତ ହେବ । ପାରିବାରିକ ସମ୍ବନ୍ଧରେ ଅଧିକ ମଧୁରତା ଆସିବ ।  ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।