ସାଧାରଣତଃ ଆଜିକାଲିର ଦୁନିଆରେ ବହୁତ ରହସ୍ୟମୟ ଘଟଣା ଘଟୁଛି । ଯାହା ସବୁ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ଏହି ସବୁ ଘଟଣା ବିଷୟରେ ଲୋକମାନେ ଜାଣି ବିଶ୍ଵାସ କରୁନାହାନ୍ତି । ହେଲେ ଏହା ସତ । ଆଜି ଆମେ ଆପଣଙ୍କୁ ଏହି ପରି ଏକ ଘଟଣା ବିଷୟରେ କହିବୁ, ଯାହାବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଝିଅ ଭଡାଟିଆକୁ ପ୍ରେମ କରିଥିଲା, ଏହା ବିଷୟରେ ଝିଅର ପିତା ଜାଣିପାରିଲା । ଏହାପରେ ଯାହା ହେଲା ଆସନ୍ତୁ ଜାଣିବା ।
ପୋଲିସ ଅଧିକାରୀ କହିଲେ କି ପୋସ୍ଟମାର୍ଟମ ରିପୋର୍ଟ ଅନୁସାରେ ଶୀତଲର ମୃତ୍ୟୁ ଗଳାକୁ ଚିପିବା ଦ୍ଵାରା ହୋଇଥିଲା । ଏହା ଛଡା ଶରୀରରେ ଆଘାତର କୌଣସି ବି ଚିହ୍ନ ମିଳି ନଥିଲା । ଏହାପରେ ଶୀତଲର ଏହି ମାମଲାକୁ ରବିବାର ଦିନ ହତ୍ୟା ଧାରାରେ ମୁକଦମା ରୁଜୁ କରାଗଲା ଓ ପଚରା ଉଚରା ପାଇଁ ତା’ର ପିତାକୁ ହାଜତକୁ ନିଆଗଲା । ଯାହାଫଳରେ ପିତା ସବୁ ମାମଲା ବିଷୟରେ କହିଥିଲେ ।
ଝିଅର ପିତାର ନାମ ଥିଲା ଲାଖନ । ବରିଷ୍ଠ ପୋଲିସ ଅଧିକାରୀଙ୍କ ମତରେ ଲାଖନ ସ୍ଥାନୀୟ କେବଲ ଅପରେଟରରେ କାମ କରୁଥିଲା ଓ ତାର ଝିଅ ନବମ ପର୍ଯ୍ୟନ୍ତ ପଢିବା ପରେ ନିଜ ଘରକାମ କରୁଥିଲା । ତିନି ବର୍ଷ ପୂର୍ବରୁ ଲାଖନର ଘରେ ଜଣେ ଯୁବକ ଭଡାଟିଆ ହୋଇ ରହୁଥିଲା, ହେଲେ ସେହି ଯୁବକ ଜଣକୁ ଶୀତଲ ପ୍ରେମ କରି ବସିଥିଲା ।
ଏହି ଖବର ଲାଖନକୁ ମିଳିଯାଇଥିଲା । ଦୁଇଜଣଙ୍କ ଜାତି ଅଲଗା ହୋଇଥିବାରୁ ଝିଅର ପିତା ଏହି ବିବାହକୁ ବିରୋଧ କରୁଥିଲା । ମାମଲା ଅତିରିକ୍ତ ବଢିଯିବାରୁ ଝିଅର ପିତା ଏହି ଅମାନୁଷିକ କାର୍ଯ୍ୟ କରିଥିଲା ଓ ଶେଷରେ ଝିଅର ମୃତ୍ୟୁ ହୋଇଥିଲା ।