ଜୀ ଟିଭିର ସବୁଠୁ ପପୁଲାର ଶୋ ଝାଂସୀ କୀ ରାନୀକୁ ଆପଣମାନେ ସମସ୍ତ ଜାଣିଥିବେ କିମ୍ବା ଦେଖିଥିବେ । ଏହି ଶୋକୁ ଦର୍ଶକମାନଙ୍କ ଦ୍ଵାରା ବହୁତ ଅଧିକ ପସନ୍ଦ କରାଯାଇଥିଲା । ଝାଂସୀର ରାଣୀ ଲକ୍ଷ୍ମୀବାଇଙ୍କ ଉପରେ ଆଧାରିତ ଏହି ଶୋରେ କେତେକ କିରଦାର ନିଜର ଦମଦାର ଅଭିନୟ ଦ୍ଵାରା ସମସ୍ତଙ୍କର ମନୋରଞ୍ଜନ କରିଥିଲେ । ଏମିତି ହିଁ ଏଥିରେ ଗୋଟିଏ କିରଦାର ଥିଲା ଯାହା ରାଣୀ ଲକ୍ଷ୍ମୀବାଇଙ୍କର ପିଲାଦିନର କିରଦାର କରିଥିଲା ।
ଯାହାକୁ ଦର୍ଶକମାନଙ୍କ ଦ୍ଵାରା ସବୁଠୁ ଅଧିକ ପସନ୍ଦ କରାଯାଇଥିଲା । ଏହି ଶୋରେ ଏହି କିରଦାରକୁ କରୁଥିବା କଳାକାରମାନଙ୍କର ବହୁତ ପ୍ରଶଂସା କରାଯାଇଥିଲା । ଏମିତିରେ ବର୍ତ୍ତମାନ ସମୟରେ ଏହି ଅଭିନେତ୍ରୀ କେଉଁଠି ଅଛନ୍ତି, କଣ କରୁଛନ୍ତି ଓ କେମିତି ଦେଖା ଯାଆନ୍ତି ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ ।
ଆପଣଙ୍କୁ କହିଦେଉଛୁ କି ଟିଭି ସିରିୟଲ ‘ଝାଂସୀ କୀ ରାନୀ’ରେ ଝାଂସୀର ରାଣୀଙ୍କର ପିଲାଦିନର କିରଦାର କରୁଥିବା କଳାକାରର ଅସଲ ନାମ ଉଲ୍କା ଗୁପ୍ତା ଅଟେ । ଉଲ୍କା ଗୁପ୍ତାଙ୍କ ଜନ୍ମ ୧୨ ଏପ୍ରିଲ ୧୯୯୭ରେ ବିବାହରେ ହୋଇଥିଲା । ସେ କିନ୍ତୁ ନିଜର ପିଲାଦିନର ଶିକ୍ଷା ମୁମ୍ବାଇର ଏକ ସ୍କୁଲରେ ପୁରା କରିଛନ୍ତି । ଯଦି ତାଙ୍କର ଅଭିନୟ କ୍ୟାରିୟର ବିଷୟରେ କଥାବାର୍ତ୍ତା କରିବା ତେବେ ତାଙ୍କଉ ପିଲାଦିନୁ ହିଁ ଅଭିନୟ କରିବାର ଇଚ୍ଛା ଥିଲା ।
ଯେଉଁ କାରଣରୁ ସେ ଅଭିନୟ ସ୍କୁଲରେ ଡାଖିଲା ନେଇଥିଲେ ଓ ଅଭିନୟ କୋର୍ସ ପୁରା କରିବା ପରେ ହିଁ ତାଙ୍କୁ ଟିଭି ସିରିୟଲ ଝାଂସୀ କୀ ରାନୀରେ ଚାନ୍ସ ମିଳିଲା । ଏହି ସିରିୟଲ ଜରିଆରେ ସେ ଟିଭି ଇଣ୍ଡଷ୍ଟ୍ରିରେ ନିଜର ଡେବ୍ୟୁ କରିଥିଲେ । ଏହି ସିରିୟଲରେ ସେ ମନୁ ଉର୍ଫ ରାଣୀ ଲକ୍ଷ୍ମୀବାଇର କିରଦାରରେ ନଜର ଆସିଥିଲେ । ଏହି ସିରିୟଲ ପରେ ଉଲ୍କା ଗୁପ୍ତାଙ୍କୁ ବୀର ଶିବାଜି ,ଦେବ କୋ ଦେବ ମହାଦେବ ଓ ଶକ୍ତିପୀଠ କି ବୈରଭ ଭଳି ସିରିୟଲରେ କାମ କରିବାକୁ ସୁଯୋଗ ମିଳିଲା ।
ଏହି ସବୁ ସିରିୟଲରେ ତାଙ୍କର କିରଦାରକୁ ବହୁତ ଅଧିକ ପସନ୍ଦ ବି କରାଯାଇଥିଲା । କିନ୍ତୁ ଆପଣଙ୍କୁ କହିଦେଉଛୁ କି ଟିଭି ସିରିୟଲ ଝାଂସୀ କୀ ରାନୀରେ ଅଭିନେତ୍ରୀ ଉଲ୍କା ଗୁପ୍ତା ଆଜି ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛନ୍ତି । ସେ ଆଜି ୨୩ ବର୍ଷର ହୋଇସାରିଛନ୍ତି । ଯେଉଁଠି ସିରିୟଲରେ ତାଙ୍କୁ ବହୁତ ସାଧାରଣ ଓ ରାଗି ଦେଖାଯାଇଥିଲା ଅସଲ ଜୀବନରେ ସେ ବିଲକୁଲ ବି ସେମିତି ନୁହନ୍ତି । ସେ ବର୍ତ୍ତମାନ ସମୟରେ ଆଗ ଅପେକ୍ଷା ଆହୁରି ଅଧିକ ସୁନ୍ଦର ଦେଖା ଯାଉଛନ୍ତି ।
ଏହା ଛଡା ତାଙ୍କର ଡ୍ରେସିଙ୍ଗ ସେନ୍ସ ବି ପୂରାପୂରି ଭିନ ଅଟେ । ଯେଉଁଠି ଶୋରେ ତାଙ୍କୁ ଶାଢୀରେ ଦେଖାଯାଇଥିଲା ତେବେ ଅସଲ ଜୀବନରେ ସେ ବହୁତ ଦାମୀ ଡ୍ରେସ ପିନ୍ଧିଥିବାର ନଜର ଆସନ୍ତି । ବର୍ତ୍ତମାନ ସମୟରେ ବି ସେ ନିଜର ଅଭିନୟ କ୍ୟାରିୟରରେ ଏକ୍ଟିବ ଅଛନ୍ତି ଓ କିଛି ଦିନ ତଳେ ହିଁ ତାଙ୍କୁ ଫିଲ୍ମ ଶିମ୍ବାରେ ଏକ ଛୋଟ ରୋଳାରେ ଦେଖା ଯାଇଥିଲା ।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।