ଝାଡୁ ର ଏହି ସରଳ ଉପାୟ ଆପଣଙ୍କ ପାଇଁ ନେଇ ଆସିବ ହଜି ଯାଇଥିବା ଖୁସି, ଆଜି ହିଁ କରନ୍ତୁ ଏହି ଚମତ୍କାରୀ ଉପାୟ ହୋଇଯିବେ ମାଲାମାଲ

ସମସ୍ତେ ନିଜ ଜୀବନରେ ସୁଖୀ ରହିବାକୁ ଚାହୁଛନ୍ତି ଏବଂ ଆର୍ଥିକ ରୂପରେ ସମ୍ପନ୍ନ ରହିବାକୁ ଚାହୁଁଛନ୍ତି । କିନ୍ତୁ ଏହି ସବୁ ଜିନିଷ ମିଳିବା ବହୁତ କଷ୍ଟ ଅଟେ । ଯଦି ଆପଣ କେବଳ ଝାଡୁରେ ଜଡିତ କିଛି କଥାର ଧ୍ୟାନ ରଖିବେ ତେବେ ଏହା ଦ୍ଵାରା ଆପଣଙ୍କ ଘରର ସମସ୍ୟା, ବାଦ ବିବାଦ ସବୁ ସମାପ୍ତ ହୋଇଯିବ । ଏବଂ ଆପଣ ଘରେ ଧନର ଦେବୀ ମାତା ଲକ୍ଷ୍ମୀ ବି ବାସ କରିବେ । ଆଜି ଆମେ ଆପଣମାନଙ୍କୁ ଏହି ଲେଖା ମାଧ୍ୟମରେ ଝାଡୁ ସହିତ ସବନ୍ଧିତ କଥା ବିଷୟରେ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା ଝାଡୁ ସହିତ କିଛି ଜଡିତ କଥା ବିଷୟରେ:

 

·    ଆପଣମାନଙ୍କୁ ଏହି କଥାର ଧ୍ୟାନ ରଖିବା ଦରକାର କି ଯେତେବେଳେ ଘରର ମୁଖିଆ କୌଣସି କାର୍ଯ୍ୟ ପାଇଁ ଘରୁ ବାହାରକୁ ଯାଉଛନ୍ତି ତେବେ ତାଙ୍କ ଯିବାର ସଙ୍ଗେ ସଙ୍ଗେ ଘରେ ଝାଡୁ ମାରିବା ଉଚିତ ନୁହେଁ । କାରଣ ଏହା କରିବା ଦ୍ଵାରା ଯେଉଁ କାମ ହେବାକୁ ଯାଉଥିବ ତାହା ଖରାପ ହୋଇଯାଏ ।

·    ସୂର୍ଯ୍ୟାସ୍ତ ହେବା ପରେ କେବେ ବି ଘରେ ଝାଡୁ ମାରିବା ଉଚିତ ନୁହେଁ କାରଣ ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇଥାନ୍ତି ।

·    ଯେତେବେଳେ ଆପଣ ନିଜ ଘରେ ଝାଡୁ ଲଗାଉଛନ୍ତି ତେବେ ସବୁବେଳେ ଝାଡୁକୁ ସଫା କରି ରଖିବା ଉଚିତ । ଝାଡୁ କେବେ ବି ଛିଡାକରି ରଖିବା ଉଚିତ ନୁହେଁ ଏହା କରିବା ଦ୍ଵାରା ଘରେ ବାଦ ବିବାଦ ଉତ୍ପନ୍ନ ହୋଇଥାଏ ।

·    ଝାଡୁକୁ କେବେ ବି ଗୋଡ ମାରିବା ଉଚିତ ନୁହେଁ । କାରଣ ଝାଡୁରେ ମାତା ଲକ୍ଷ୍ମୀ ବାସ କରନ୍ତି ।

ଝାଡୁର ଏହି ସହଜ ଉପାୟ ଦ୍ଵାରା ନିଜର ଜୀବନକୁ କରନ୍ତୁ ସୁଖମୟ:

ନିଜ ଜୀବନର ସୁଖ ସମୃଦ୍ଧି ପାଇଁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଉଚିତ । ଏଥିପାଇଁ ଆପଣଙ୍କୁ କୌଣସି ବି ଏକ ମନ୍ଦିରରେ ବ୍ରହ୍ମା ମୁହୂର୍ତରେ ତିନୋଟି ଝାଡୁ ଚୁପଚାପ ଦାନ କରିବା ଉଚିତ । କିନ୍ତୁ ଏହି ସମୟରେ ଆପଣଙ୍କୁ ନିମ୍ନ କଥା ପ୍ରତି ଧ୍ୟାନ ରଖିବା ଉଚିତ ।

·    ଝାଡୁ ଦାନ କରିବା ସମୟରେ ଶୁଭ ମୁହୂର୍ତ ଦେଖି ନିଅନ୍ତୁ । ଯଦି ସେହି ଦିନ କୌଣସି ଶୁଭ ଯୋଗ କିମ୍ବା ପର୍ବ ପର୍ବାଣି ଅଛି ତେବେ ଏହି ଦାନର ମହତ୍ଵ ଆହୁରି ବଢି ଯାଏ । ଏହା ଦ୍ଵାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀ ବାସ କରିବେ ।

·    ଆପଣ ଯଦି କୌଣସି ନୂଆ ଘରେ ପ୍ରବେଶ କରୁଛନ୍ତି ତେବେ ଆପଣ ନିଜ ସହିତ ଏକ ନୂଆ ଝାଡୁ ନେଇ ପ୍ରବେଶ କରନ୍ତୁ । ଏହା ବହୁତ ଶୁଭ ହୋଇଥାଏ । ଏହି ପୋଷ୍ଟ ସମ୍ବନ୍ଧରେ ଆପଣଙ୍କ ମୂଲ୍ୟବାନ ମତାମତ ନିଶ୍ଚୟ କମେଣ୍ଟ କରନ୍ତୁ ଓ ପୋଷ୍ଟଟିକୁ ଶେୟାର କରନ୍ତୁ ।